କଟକ: ବଢିଲା ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରାର ଅବଧି। 8ଦିନ ପରିବର୍ତ୍ତେ ଏଥର ନଅ ଦିନ ପାଳନ ହେବ ବାଲିଯାତ୍ରା । ଗୋଟିଏ ଦିନ ଏହି ଅବଧିକୁ ବୃଦ୍ଧି କରାଯାଇଥିବା କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ତେବେ 12 ତାରିଖରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆସନ୍ତା 20ରେ ଶେଷ ହେବ। ପୂର୍ବରୁ 19 ତାରିଖରେ ଶେଷ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଏହାର ଅବଧିକୁ ବୃଦ୍ଧି କରାଯାଇଛି। ଆସନ୍ତା 20 ତାରିଖ ବୁଧବାର ଶେଷ ହେବ ଐତିହାସିକ ବାଲିଯାତ୍ରା ।
ଏଠାରେ ସୂଚନାଯୋଗ୍ୟ ଗତବର୍ଷ ମଧ୍ୟ ଏହା 11 ଦିନ ପର୍ଯ୍ୟନ୍ତ ଚାଲିଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ