ETV Bharat / state

ବାଲିଆପାଳ ଆଇଆଇସିଙ୍କୁ ମାଡ଼ ଘଟଣା: ଗର୍ଜିଲା ଆରକ୍ଷୀ ସଂଘ

author img

By

Published : Jul 28, 2019, 2:53 PM IST

ରବିବାର ରାଜ୍ୟ ପୋଲିସ ସଂଘ ତରଫରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ବାଲିଆପାଳ ଆଇଆଇସି ମାଡ଼ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ରାଜ୍ୟ ସରକାରଙ୍କୁ ନିବେଦନ କରିଛି ରାଜ୍ୟ ପୋଲିସ ସଂଘ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ପୋଲିସ ଉପରେ ଅତ୍ୟାଚାର ଚଳିବ ନାହିଁ । ରବିବାର ରାଜ୍ୟ ପୋଲିସ ସଂଘ ତରଫରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ଜରିଆରେ 6 ଦଫା ଦାବି ନେଇ ରାଜ୍ୟ ସରକାରଙ୍କୁ ନିବେଦନ କରିଛି ରାଜ୍ୟ ପୋଲିସ ସଂଘ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆରକ୍ଷୀଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବଢୁଛି । ବିଶେଷକରି ବାଲିଆପାଳରେ ଘଟିଥିବା ଘଟଣା ସବୁ ସୀମା ଟପି ଯାଇଛି । ବାଲିଆପାଳ ଘଟଣାରେ ଉତ୍ୟକ୍ତ ଲୋକେ ପୋଲିସକୁ ମାଡ ମାରିବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ତେଣୁ ଯେପରି ଏପରି ଘଟଣାର ପୁନରାବୃତ୍ତି ନହୁଏ, ଏଥିପ୍ରତି ସରକାର ଦୃଷ୍ଟି ଦେବା ସହ ଏହା ପାଇଁ ଏକ ଆଇନ ପ୍ରଣୟନ କରାଯାଉ ବୋଲି ରାଜ୍ୟ ଆରକ୍ଷୀ ସଂଘ ଦାବି କରିଛନ୍ତି । ଏଥିସହ ବାଲିଆପାଳ ଘଟଣା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ସଂଘ ଦାବି କରିଛି ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଇଡକୋ ଛକରେ ଥିବା ଏକ ଢ଼ାବାରେ ନାବାଳକର ମୃତ୍ୟୁ ଘଟିଥିଲା । ଏହାପରେ ଉତ୍ୟକ୍ତ ଲୋକେ ପୋଲିସକୁ ମାଡ ମାରିବା ସହ ଢାବା ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ସ୍ଥାନୀୟ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ସସପେଣ୍ଡ କରାଯାଇଥିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ପୋଲିସ ଉପରେ ଜୁଲମ ଚଳିବ ନାହିଁ । ଆଉ କେତେ ପୋଲିସ ଅଧିକାରୀ ଙ୍କ ଠୁ ବୋହିବ ରକ୍ତ । ମାତ୍ରା ଧିକ ଜନ ଆକ୍ରୋଶ ର ଶିକାର ହେଲାପରେ ସରକାରଙ୍କ ଏଥିପ୍ରତି କେବେ ଦୃଷ୍ଟି ପଡିବ । ତେବେ 6 ଦଫା ଦାବି ନେଇ ରାଜ୍ୟ ସରକାର ଙ୍କୁ ନିବେଦନ କରିଛି ରାଜ୍ୟ ପୋଲିସ ସଂଘ ।

Body:ରାଜ୍ୟ ର ବିଭିନ୍ନ ଜିଲାରେ ଆରକ୍ଷୀ ଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବଢୁଛି । ବିଶେଷକରି ବାଲିଆପାଳ ରେ ଘଟିଥିବା ଘଟଣା ସବୁ ସୀମା ଟପି ଯାଇଛି । ତେବେ ଏହି ଘଟଣା କୁ ଶୀଘ୍ର ଗୁରୁତ୍ୱ ର ସହ ନିଅନ୍ତୁ ରାଜ୍ୟ ସରକାର । ଯଦି ଏହିଭଳି ଘଟଣା ଘଟିବ ତେବେ ପୋଲିସ ବିଭାଗ ଜରାଜୀର୍ଣ୍ଣ ହୋଇପଡଡିବ । ତେବେ ଏହି ସଂକ୍ରାନ୍ତ ରେ ରାଜ୍ୟ ସରକାର ଶୀଘ୍ର କର୍ଣ୍ଣପାତ କରନ୍ତୁ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମୀଲନି ଜରିଆରେ ସୂଚନା ଦେଇଛି ରାଜ୍ୟ ଆରକ୍ଷୀ ସଂଘ ।

ବାଇଟ: ସତ୍ୟଜିତ ମିଶ୍ର( ରାଜ୍ୟ ଆରକ୍ଷୀ ସଂଘ ସଭାପତି )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.