ETV Bharat / state

ବସ ଟର୍ମିନାଲ ବ୍ୟବସାୟୀଙ୍କୁ ଥଇଥାନ ଦାବି, ସ୍ଥାନୀୟ ଲୋକକୁ ଅଗ୍ରାଧିକାର ଦିଆଯିବ କହିଲେ କମିଶନର

author img

By ETV Bharat Odisha Team

Published : Sep 15, 2023, 8:20 AM IST

ନେତାଜୀ ବସ ଟର୍ମିନାଲରେ ବ୍ୟବସାୟୀଙ୍କୁ ଥଇଥାନ ପାଇଁ ଦାବି । ସ୍ପଷ୍ଟୀକରଣ ରଖିଲେ ସିଏମସି କମିଶନର ନିଖିଲ ପବନ କଲ୍ୟାଣ । ଅଧିକ ପଢନ୍ତୁ

netaji bus terminal
netaji bus terminal
netaji bus terminal

କଟକ: ଆସନ୍ତାକାଲି (ଶନିବାର) କଟକ ଖାନ ନଗରରେ ଉଦଘାଟନ ହେବ ନେତାଜୀ ବସ ଟର୍ମିନାଲ । ଏହା ପୂର୍ବରୁ ଟର୍ମିନାଲରେ ନିଯୁକ୍ତି ନେଇ ମୁଣ୍ଡ ଟେକିଛି ବିବାଦ । ପୂର୍ବରୁ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ନେଇ ଦାବି ହୋଇଥିବା ବେଳେ ଏବେ ପୁରୁଣା ଷ୍ଟାଣ୍ଡର ବ୍ୟବସାୟୀଙ୍କୁ ଥଇଥାନ ପାଇଁ ଦାବି ହୋଇଛି । ଯାହାକୁ ନେଇ ବାଦାମବାଡ଼ି ବ୍ୟବସାୟୀ ମହାସଙ୍ଘ ତରଫରୁ ଧାରଣା ଜାରି ରହିଥିବା ବେଳେ ବସଷ୍ଟାଣ୍ଡର ସବୁ ଦୋକାନରେ ତାଲା ଝୁଲୁଛି । ଆନ୍ଦୋଳନ ପରେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ସିଡିଏ ଉପାଧ୍ୟକ୍ଷ ତଥା ସିଏମସି କମିଶନର ନିଖିଲ ପବନ କଲ୍ୟାଣ ।

ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ଏହି ଟର୍ମିନାଲରେ ନିଯୁକ୍ତି ପକ୍ରିୟା ଟେଣ୍ଡର ମାଧ୍ୟମରେ ରାଜ୍ୟ ବାହାର ସଂସ୍ଥାକୁ ଦିଆଯାଇଛି । ସେମାନେ ନିରପେକ୍ଷତା ସହିତ ନିଯୁକ୍ତି ପକ୍ରିୟା ଜାରି ରଖିଛନ୍ତି । ସେଥିରେ କଟକର ବହୁ ଯୁବକ ଚାକିରି ପାଇଛନ୍ତି । ସଫେଇ, ସୁରକ୍ଷା ଓ ଅନ୍ୟ କର୍ମଚାରୀ ନିଯୁକ୍ତିରେ କିପରି ସ୍ଥାନୀୟ ଲୋକକୁ ଅଗ୍ରାଧିକାର ଦିଆଯିବ ସେନେଇ ଅନୁରୋଧ ମୁତାବକ ଚେଷ୍ଟା କରାଯାଉଛି । ଏହା ଉପରେ ନିଶ୍ଚିତ ସକରାତ୍ମକ ପଦକ୍ଷେପ ନିଆଯିବ ବୋଲି ବୋଲି କହିଛନ୍ତି ନିଖିଲ ପବନ କଲ୍ୟାଣ ।

ଏହା ମଧ୍ୟ ପଢନ୍ତୁ-ନେତାଜୀ ବସ ଟର୍ମିନାଲ ବିବାଦ, ଧାରଣାରେ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ ବ୍ୟବସାୟୀ ସଂଘ

ନିଜର ହକ ଦାବି କରି ତିନି ଦିନ ହେଲା ଧାରଣାରେ ବସିଛନ୍ତି ବାଦାମବାଡ଼ି ବ୍ୟବସାୟୀ ମହାସଙ୍ଘ । ନିଜର ହକ ଓ ଅଧିକାରକୁ ମହାନଗର ନିଗମ ଓ ସିଡିଏ ଅଣଦେଖା କରିବା ଅଭିଯୋଗରେ ଏପରି ଆନ୍ଦୋଳନ ପନ୍ଥା ଆପଣେଇଛନ୍ତି ବ୍ୟବସାୟୀ । ଶୁକ୍ରବାର ଉଦଘାଟନ ହେବ କଟକର ନେତାଜୀ ବସ ଟର୍ମିନାଲ । ଏହା ପୂର୍ବରୁ ବ୍ୟବସାୟୀ ମାନେ କରିଥିବା ଦାବିକୁ ଏଯାବତ ହସ୍ତଗତ କରି ନାହାନ୍ତି କର୍ତ୍ତୃପକ୍ଷ । ତେଣୁ ବାଦାମବାଡ଼ି ସରକାରୀ ବସ ଷ୍ଟାଣ୍ଡରେ ଥିବା ସମସ୍ତ ଦୋକାନକୁ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ ବ୍ୟବସାୟୀ । କଟକ ନେତାଜୀ ବସ ଟର୍ମିନାଲର କାମ ଆରମ୍ଭ ହେବା ଦିନ ଠାରୁ ପିଛା ଛାଡ଼ୁନି ବିବାଦ । ରାଜ୍ୟ ସରକାରଙ୍କ ଏହି ବଡ଼ ପ୍ରକଳ୍ପର ଲୋକାର୍ପିତ ତାରିଖ ପାଖେଇ ଆସୁଥିଲା ବେଳେ ଗୋଟିଏ ପରେ ଗୋଟିଏ ବିବାଦ ସମ୍ନାକୁ ଆସୁଛି । ପୂର୍ବରୁ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ନେଇ ବିବାଦ ମୁଣ୍ଡ ଟେକିଥିଲା ବେଳେ ବର୍ତ୍ତମାନ ସରକାରୀ ବସଷ୍ଟାଣ୍ଡରେ ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀଙ୍କ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ ।

ବର୍ତ୍ତମାନ ସମୟରେ ବାଦାମବାଡ଼ି ବସଷ୍ଟାଣ୍ଡରେ 147 ସ୍ୱୀକୃତି ପ୍ରାପ୍ତ ବ୍ୟବସାୟୀ ଓ 500ରୁ ଊର୍ଦ୍ଧ୍ବ ଵ୍ୟଵସାୟୀ ବର୍ଷ ବର୍ଷ ଧରି ଏଠାରେ ବ୍ୟବସାୟ କରିଆସୁଛନ୍ତି । ରାତି ପାହିଲେ ଟର୍ମିନାଲ ଉଦଘାଟନ ହେବାକୁ ଥିବା ବେଳେ ଏହି ତମାମ ଵ୍ୟଵସାୟୀଙ୍କ କଥା ଏଯାବତ କର୍ଣ୍ଣପାତ କରି ନାହାନ୍ତି ସିଡିଏ କି ମହାନଗର ନିଗମ ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.