ETV Bharat / state

ପୁଷ୍ପାଞ୍ଜଳୀଙ୍କ ସ୍ବପ୍ନ ଆଗରେ ବାଧକ ଅର୍ଥ, ସହାୟତା ମିଳିଲେ କରିବେ ଦୁଃଖୀରଙ୍କିଙ୍କ ସେବା

author img

By

Published : Nov 20, 2021, 9:20 PM IST

NEET ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି ଅଟୋ ଚାଳକଙ୍କ ଝିଅ ପୁଷ୍ପାଞ୍ଜଳୀ ସାହୁ । ମେଡିକାଲ ପାଠ ପଢିବାକୁ ଆବଶ୍ୟକ ଲକ୍ଷାଧିକ ଟଙ୍କା । ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି । ଅଧିକ ପଢନ୍ତୁ

ଡାକ୍ତର ହେବେ ଅଟୋ ଚାଳକଙ୍କ ଝିଅ: ଦୁଃଖୀରଙ୍କିଙ୍କ କରିବେ ସେବା

କଟକ: ଡାକ୍ତରୀ ପାଠ ପଢିବି , ଦୁଃଖୀରଙ୍କିଙ୍କ ସେବା କରିବି । ଏ ବାକ୍ୟକୁ ସତ୍ୟ ପ୍ରମାଣିତ କରିବାକୁ ମନ ବଳାଇଛନ୍ତି ପୁଷ୍ପାଞ୍ଜଳୀ । ପୁରୀ ଜିଲ୍ଲା ଗୋପ ବ୍ଲକ ଦେସ୍ଥଳି ପଞ୍ଚାୟତ ଆମପଡା ଗାଁର ଅଟୋ ଚାଳକ ପବିତ୍ର ମୋହନ ସାହୁଙ୍କ ଝିଅ ପୁଷ୍ପାଞ୍ଜଳୀ । ସର୍ବଭାରତୀୟ ସ୍ତରରେ ମେଡିକାଲ ପ୍ରବେଶିକା ପରୀକ୍ଷା (NEET) ରେ ସଫଳତା ଅର୍ଜନ କରିଛନ୍ତି ସେ । ଚଳିତବର୍ଷ ନିଟ୍ ପରୀକ୍ଷା ଦେଇଥିଲେ ୧୫ ଲକ୍ଷ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ ପୁଷ୍ପାଞ୍ଜଳୀ ନିଟ୍ ପରୀକ୍ଷାରେ ୯୪୭୮ ରାଙ୍କ ପାଇବାରେ ସକ୍ଷମ ହୋଇଛନ୍ତି।

ଅଭାବ ଅନଟନରେ ପରିବାର ଚାଲୁଥିଲେ ମଧ୍ୟ ଝିଅର ପାଠ ପଢା ବୋଝ ମୁଣ୍ତରେ ମୁଣ୍ଡାଇଛନ୍ତି ପବିତ୍ର । ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ମେଡିକାଲ ପାଠ ଝିଅକୁ କିପରି ପଢାଇବେ ବୋଲି ସେ ଚିନ୍ତାରେ ପଡିଛନ୍ତି । ଯେଉଁଠି ଦି ଓଳି ଦି ମୁଠା ଖାଇବା କଷ୍ଟକର ସେଠି ମେଡିକାଲ ପାଠ ପଢା ପାଇଁ ଲକ୍ଷାଧିକ ଟଙ୍କା ଆଣିବେ କେଉଁଠୁ ବୋଲି ସେ ଭାଳି ହେଉଛନ୍ତି । ନୟାହାଟରେ ଏକ ଘରଭଡାରେ ପରିବାରଙ୍କୁ ନେଇ ରୁହନ୍ତି ପବିତ୍ର ।

ପୁଷ୍ପାଞ୍ଜଳୀ ବିଜେବି କଲେଜରୁ ଯୁକ୍ତ ବିଜ୍ଞାନରେ ୯୪ ପ୍ରତିଶତ ମାର୍କ ରଖି ପାସ କରିଛନ୍ତି ।‌ ଅଭାବ ଅନଟନରେ ଚଳୁଥିଲେ ସୁଦ୍ଧା ପୁଷ୍ପାଞ୍ଜଳୀଙ୍କ ପାଠପଢା କ୍ଷେତ୍ରରେ ଏଯାଏଁ କୈଣସି ପ୍ରଭାବ ପଡି ନାହିଁ । ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଯୋଗୁଁ ଆଜି ଏ ସଫଳତା ତାଙ୍କୁ ମିଳିଛି ।

୨୦୧୮ ମସିହାରେ ପୁଷ୍ପାଞ୍ଜଳୀ ନୟାହାଟ ହାଇସ୍କୁଲରୁ ଦଶମ ପାସ୍ କରିଥିଲେ। ଏବେ କିନ୍ତୁ ପାଠ ପଢିବା ପାଇଁ ପୁଷ୍ପାଞ୍ଜଳୀ ପାଇଁ ଅର୍ଥର ଆବଶ୍ୟକତା ରହିଛି। ଯଦି ସରକାରୀ ଓ ବେସରକାରୀ ସ୍ତରରେ ସାହାର୍ଯ୍ୟ ଯୋଗାଇ ଦିଆଯାଆନ୍ତା । ତେବେ, ପୁଷ୍ପାଞ୍ଜଳୀଙ୍କ ସ୍ବପ୍ନ ସାକାର ହୋଇପାରନ୍ତା । ତେବେ, କୈଣସି ବଦାନ୍ୟ ବ୍ୟକ୍ତି ସାହାଯ୍ୟ କରିବା ପାଇଁ ଯଦି ଚାହୁଁଛନ୍ତି । ତେବେ ଏହି ବ୍ୟାଙ୍କ ଆକ୍ଟାଉଣ୍ଟ ମାଧ୍ୟମରେ ପୁଷ୍ପାଞ୍ଜଳୀ ସାହୁଙ୍କୁ ସାହାଯ୍ୟ କରିପାରିବେ।

A/C--- 35705243717 IFSC-CODE- SBIN0018535

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.