ETV Bharat / state

ହାଇକୋର୍ଟରେ ଏଏସଓ ମାମଲା, ଚୂଡାନ୍ତ ମେଧା ତାଲିକା ପ୍ରକାଶ ଉପରେ ରୋକ - ଚୂଡ଼ାନ୍ତ ଫଳ ପ୍ରକାଶିତ

ଓଡିଶା ହାଇକୋର୍ଟରେ ଏଏସଓ ପରୀକ୍ଷା ମାମଲା । ଏହାର ଶୁଣାଣି କରି ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଚୂଡାନ୍ତ ମେଧା ତାଲିକା ପ୍ରକାଶନ ଉପରେ ଲଗାଇଛନ୍ତି ରୋକ । ଅଧିକ ପଢନ୍ତୁ

ହାଇକୋର୍ଟରେ ଏଏସଓ ମାମଲା , ଚୂଡାନ୍ତ ମେଧା ତାଲିକା ପ୍ରକାଶ ଉପରେ ରୋକ

author img

By

Published : Dec 2, 2022, 8:07 PM IST

କଟକ: ଓଡିଶା ହାଇକୋର୍ଟରେ ଏଏସଓ ପରୀକ୍ଷା ମାମଲା । ଏହାର ଶୁଣାଣି କରି ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଚୂଡାନ୍ତ ମେଧା ତାଲିକା ପ୍ରକାଶନ ଉପରେ ଲଗାଇଛନ୍ତି ରୋକ । ହାଇକୋର୍ଟଙ୍କ ବିନା ଅନୁମତିରେ ଏହି ଚୂଡ଼ାନ୍ତ ଫଳ ପ୍ରକାଶିତ ହୋଇ ପାରିବ ନାହିଁ କିନ୍ତୁ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଜାରି ରହିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ତେବେ ଆସନ୍ତା ୪ ତାରିଖରେ ୧୦୪୫ ପ୍ରାର୍ଥୀଙ୍କର କମ୍ପୁଟର ସ୍କିଲ ଟେଷ୍ଟ ଭୁବନେଶ୍ବରର ୭ଟି ଟେକନିକାଲ ଇନଷ୍ଟିଚ୍ୟୁଟରେ ହେବାର ଥିବା ବେଳେ ତାହା ଜାରି ରହିବ । ଏଏସଓ ପରୀକ୍ଷାରେ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଧାର୍ଯ୍ୟ ହୋଇଥିବା କଟ ଅଫ ମାର୍କକୁ ନେଇ ରଜତ କୁମାର ମିଶ୍ର ଓ ଅନ୍ୟ କିଛି ଆଶାୟୀଙ୍କ ପକ୍ଷରୁ ରୁଜୁ ହୋଇଛି ଏହି ମାମଲା ।

ହାଇକୋର୍ଟରେ ଏଏସଓ ମାମଲା , ଚୂଡାନ୍ତ ମେଧା ତାଲିକା ପ୍ରକାଶ ଉପରେ ରୋକ

ଅନ୍ୟପଟେ ଏଭଳି ପିଟିସନ ଉପରେ ଲୋକସେବା ଆୟୋଗକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ । ଡିସେମ୍ବର ୨୦ ହୋଇଥିବା ବେଳେ ତା ପୂର୍ବରୁ ଜବାବ ରଖିବ ଓପିଏସସି । ଓପିଏସସି ଜବାବ ରଖିବା ପରେ ୩ ଦିନ ମଧ୍ୟରେ ରିଜେଣ୍ଡର ଦାଖଲ କରିବେ ଆବେଦନକାରୀ । ପୂର୍ବରୁ ଏହି ଏଏସଓ ପରୀକ୍ଷାକୁ ନେଇ ହୋଇଥିବା ମାମଲାରେ ଚୟନ ପ୍ରକ୍ରିୟାରେ କୌଣସି ପ୍ରକାର ହସ୍ତକ୍ଷେପ କରି ନ ଥିଲେ ହାଇକୋର୍ଟ । ଏହା ଓଡିଶା ଲୋକସେବା ଆୟୋଗ ପକ୍ଷରୁ ସଦ୍ୟ ପ୍ରକାଶିତ ଲିଖିତ ପରୀକ୍ଷା ରେଜଲ୍ଟରେ ମଧ୍ୟ ହସ୍ତକ୍ଷେପ କରି ନ ଥିଲେ ଅଦାଲତ ।

ଓଡିଶା ହାଇକୋର୍ଟରେ ଏଏସଓ ପରୀକ୍ଷା ସଂକ୍ରାନ୍ତୀୟ ଏହି ମାମଲାରେ ତୃଟିପୂର୍ଣ୍ଣ ମୂଲ୍ୟାୟନ ହୋଇଥିବା ନେଇ ପିଟିସନ ଦାୟର ହୋଇଥିଲା । ଚୟନ ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବା କିଛି ଆଶାୟୀ ପ୍ରାର୍ଥୀ ହାଇକୋର୍ଟରେ ଏହି ମାମଲା ରୁଜ୍ଜୁ କରିଥିଲେ । ଓପିଏସସି ଦ୍ଵାରା ନିକଟରେ ଏଏସଓ ପରୀକ୍ଷାର ଲିଖିତ ରେଜଲ୍ଟ ପ୍ରକାଶିତ ହୋଇଛି । ୧ଲକ୍ଷ ୪୮ ହଜାର ଆବେଦନକାରୀଙ୍କ ମଧ୍ୟରୁ ୧୧୦୪ ଜଣ ପରୀକ୍ଷାର୍ଥୀ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ।

ନଭେମ୍ବର ୧୪ ତାରିଖ ଠାରୁ ୧୮ ପର୍ଯ୍ୟନ୍ତ ଡକ୍ୟୁମେଣ୍ଟ ଭେରିଫିକେସନ ରହିଥିବା ବେଳେ ୧୧୦୪ ଜଣଙ୍କ ମଧ୍ୟରୁ ୫୯ ଜଣ ଅନୁପସ୍ଥିତ ଥିଲେ । ଏହା ପରେ ଆସନ୍ତା ୪ ତାରିଖରେ ୧୦୪୫ ଜଣ ପ୍ରାର୍ଥୀଙ୍କର କମ୍ପ୍ୟୁଟର ସ୍କିଲ ଟେଷ୍ଟ କରାଯାଇ ଚୂଡାନ୍ତ ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବା କଥା । ୭୯୬ ଟି ଏଏସଓ ପଦବୀ ପାଇଁ ଓପିଏସସି ଏହି ପରୀକ୍ଷା କରୁଛି । ତେବେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଚୂଡାନ୍ତ ମେରିଟ ଲିଷ୍ଟ ପ୍ରକାଶ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.