ETV Bharat / state

Ratna Bhandar Issue; ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ASI, ରତ୍ନ ଭଣ୍ଡାରର ସଂରକ୍ଷଣ ନିହାତି ଆବଶ୍ୟକ

author img

By

Published : Aug 7, 2023, 5:02 PM IST

Updated : Aug 7, 2023, 5:41 PM IST

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ମାମଲା । ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ମରାମତି ପାଇଁ ହାଇକୋର୍ଟଙ୍କ ଅନୁମତି ଲୋଡ଼ିଲା ASI । ଅଧିକ ପଢନ୍ତୁ

Etv Bharat
Etv Bharat
Ratna Bhandar Issue; ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ASI

କଟକ: ରତ୍ନ ଭଣ୍ଡାରର ସଂରକ୍ଷଣ ନିହାତି ଆବଶ୍ୟକ ବୋଲି ଆଜି ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଇଛି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଏଏସଆଇ । ତେବେ ମାମଲା ଏବେ କୋର୍ଟରେ ବିଚରାଧୀନ ରହିଛି । ତେଣୁ ମରାମତି ପାଇଁ କୋର୍ଟ ଅନୁମତି ଦେଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଆଜି ଗଣମାଧ୍ୟମ ଆଗରେ ବୟାନ ରଖିଛନ୍ତି ଏଏସଆଇ ଅଧିକ୍ଷଣ ଯନ୍ତ୍ରୀ ଡକ୍ଟର ବି ବି ସାତ ଗଡ଼ନାୟକ।

୨୦୧୮ ମସିହାରେ ଶେଷ ଥର ପାଇଁ ରତ୍ନ ଭଣ୍ଡାରର ଅନୁଧ୍ୟାନ ହୋଇଥିଲା ବୋଲି ଆଜି ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି । ପୂର୍ବରୁ ରତ୍ନଭଣ୍ଡାରରୁ ପାଣି ପଡୁଥିଲା । ରତ୍ନଭଣ୍ଡାରର ଚଟାଣରେ କିଛି ପଥର ପଡିଥିଲା, କାନ୍ଥ ମଝିରେ ଫାଟ ଥିବାର ଶବ୍ଦ ଆସିଥିଲା । ବର୍ତ୍ତମାନ ରତ୍ନଭଣ୍ଡାର ସଂରକ୍ଷଣର ନିହାତି ଆବଶ୍ୟକତା ରହିଛି । ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି । କୋର୍ଟ ଯେତେଶୀଘ୍ର ମରାମତି ପାଇଁ ନିର୍ଦ୍ଦେଶ ଦେବେ, ସେତେ ଶୀଘ୍ର ମରାମତି କରାଯିବ ବୋଲି କହିଛନ୍ତି ASI ପୁରୀ ମଣ୍ଡଳ ଅଧିକ୍ଷକ ଡକ୍ଟର ଦିବିସାଦ ଗଡ଼ନାୟକ । ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ASI ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି ।

ଏହା ବି ପଢନ୍ତୁ- ୨୦୨୪ରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ, ୧ମାସ ମଧ୍ୟରେ ଖୋଲିବାକୁ ବିଭିନ୍ନ ମହଲରେ ଦାବି

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ୪ ପକ୍ଷଙ୍କୁ ନୋଟିସ ଜାରି କରିଥିଲେ ଓଡ଼ିଶା ହାଇକୋର୍ଟ । ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏଏସଆଇ ଡିଜି ଓ ଅଧିକ୍ଷକଙ୍କୁ ନୋଟିସ ଜାରି କରିଥିଲେ କୋର୍ଟ । ଅଗଷ୍ଟ ୭ ତାରିଖ ସୁଦ୍ଧା ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ସତ୍ୟପାଠ ଦାଖଲ କରିଛି ASI । ସୂଚନା ଥାଉ କି ରତ୍ନଭଣ୍ଡାର ଖୋଲି ତାର ସବିଶେଷ ତାଲିକା ପ୍ରସ୍ତୁତ କରିବା ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ଆବେଦନ କରାଯାଇଥିଲା । ରତ୍ନଭଣ୍ଡାର ଖୋଲି ତାର ବିପଦଶଙ୍କୁଳ ଅଂଶ ମରାମତି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି।

ପୂର୍ବତନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଢାଞ୍ଚାରେ ରାଜ୍ୟପାଳ କିମ୍ବା ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ କମିଟି ଗଠନ କରାଯାଇ ରତ୍ନ ଅଳଙ୍କାର ତାଲିକା ପ୍ରସ୍ତୁତ କରିବା ପାଇଁ ଆବେଦନ କରାଯାଇଛି । ରତ୍ନଭଣ୍ଡାରର ଚାବି ହଜାଇଥିବା ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରିବା ସହ ସିବିଆଇ ଦ୍ବାରା ତଦନ୍ତ କରିବା ପାଇଁ ଆବେଦନକାରୀ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି।

ହାଇକୋର୍ଟଙ୍କ ବୈଷୟିକ କମିଟି ଏବଂ ASI ଚିଠି ସତ୍ତ୍ଵେ ରତ୍ନଭଣ୍ଡାର ମରାମତି ନକରି ଏହାକୁ ବିପଦ ସଙ୍କୁଳ ଅବସ୍ଥାରେ ରଖିବା ହେତୁ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ସିବିଆଇ ଦ୍ଵାରା ତଦନ୍ତ କରିବା ପାଇଁ ପ୍ରାର୍ଥନା କରିଛନ୍ତି ଆବେଦନକାରୀ। ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଏହି ଆବେଦନ କରାଯାଇଛି । ଏଥିରେ ମୁଖ୍ୟ ଶାସନ ସଚିବ, ପୁରୀ ଗଜପତି ମହାରାଜା, ଗୃହ ସଚିବ, ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆଇନ ସଚିବ, ପୁରୀ ଜିଲ୍ଲାପାଳ, ASI, ସିବିଆଇ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଇଟିଭି ଭାରତ, କଟକ

Last Updated : Aug 7, 2023, 5:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.