ETV Bharat / state

ରାଜ୍ୟର ନୂଆ ପୋଲିସ ଡିଜି IPS ଅରୁଣ ଷଡ଼ଙ୍ଗୀ, ତୁଲାଇବେ ଅତିରିକ୍ତ ଦାୟିତ୍ୱ

author img

By ETV Bharat Odisha Team

Published : Dec 31, 2023, 7:15 PM IST

Arun Sarangi Take Charge As Additional DGP: ଡିଜିପି ଭାବରେ ଦାୟିତ୍ୱ ନେଲେ ଅରୁଣ କୁମାର ଷଡ଼ଙ୍ଗୀ । ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଡିଜି ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ତୁଲାଇବେIPS ଅରୁଣ ଷଡ଼ଙ୍ଗୀ । ୧୯୯୦ ବ୍ୟାଚର ଆଇପିଏସ ଅଫିସର ଅରୁଣ । ଅଧିକ ପଢ଼ନ୍ତୁ

ଅରୁଣ କୁମାର ଷଡ଼ଙ୍ଗୀ
ଅରୁଣ କୁମାର ଷଡ଼ଙ୍ଗୀ
ଅରୁଣ କୁମାର ଷଡ଼ଙ୍ଗୀ

କଟକ: ଓଡ଼ିଶା ପୋଲିସର ଡିଜିପି ଭାବରେ ଦାୟିତ୍ୱ ନେଲେ ଅରୁଣ କୁମାର ଷଡ଼ଙ୍ଗୀ । ରାଜ୍ୟ ପୋଲିସ ମୁଖ୍ୟାଳୟରେ ଡିଜିପି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚର ଆଇପିଏସ ଅଫିସର ଅରୁଣ କୁମାର ଷଡ଼ଙ୍ଗୀ । ବିଧିବଦ୍ଧ ଭାବରେ ସୁନୀଲ କୁମାର ଵଂଶଲଙ୍କ କାର୍ଯ୍ୟକାଳ ସରିବା ପରେ ବରିଷ୍ଠ ଆଇପିଏସ ଅଧିକାରୀ ଅରୁଣ ନୂତନ ଅତରିକ୍ତ ରାଜ୍ୟ ପୋଲିସ ମୁଖିଆ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ଅତିରିକ୍ତ ଭାବରେ ସେ ଏହି ଦାୟିତ୍ୱ ତୁଲାଇବେ ।

ତେବେ ପୂର୍ବରୁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ରହିଥିଲେ ଅରୁଣ । ଆଜି ପୋଲିସ ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ନୂଆବର୍ଷର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ରବିବାର ଓଡିଶା ପୋଲିସ ମୂଖିଆ ବା ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି ବରିଷ୍ଠ ଆଇପିଏସ ଅଧିକାରୀ ଅରୁଣ ଷଢଙ୍ଗୀ । ଏନେଇ ଶନିବାର ରାଜ୍ଯ ସରକାରଙ୍କ ଗୃହ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିପିଏସପିଏର ନିର୍ଦ୍ଦେଶକ ସହ ପୋଲିସ ବିଭାଗର ମୂଖ୍ଯ ଭାବେ କାର୍ଯ୍ଯ କରିବେ ଅରୁଣ । ତେବେ ସୁନୀଲ ବଂଶଲଙ୍କ ପରେ ପରବର୍ତ୍ତି ଡିଜି ନିମନ୍ତେ ସାତ ଜଣ ବରିଷ୍ଠ ଆଇପିଏସଙ୍କ ନାମ ତାଲିକା ୟୁପିଏସସିକୁ ପ୍ରଦାନ କରିଥିଲେ ରାଜ୍ଯ ସରକାର । ସେଥି ମଧ୍ଯରୁ ଅଧିକାଂଶ ଆଇପିଏସ ଅଧିକାରୀ ୟୁପିଏସସିର ସର୍ତ୍ତାବଳୀ ପୂରଣ କରି ପାରିନଥିଲେ । ସେପଟେ ୟୁପିଏସସିର ମଧ୍ଯ ବୈଠକ ବସି ନଥିବାରୁ ରାଜ୍ଯର ପରବର୍ତ୍ତୀ ଡିଜିପି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ଅରୁଣ କୁମାର ଷଢଙ୍ଗୀ ।

ଏହା ମଧ୍ୟ ପଢ଼ନ୍ତୁ......ଅରୁଣ ଷଡ଼ଙ୍ଗୀ ହେଲେ ଇନଚାର୍ଜ ପୋଲିସ ଡିଜି,କାଲି ସରିବ ବଂଶଲଙ୍କ କାର୍ଯ୍ୟକାଳ

ତେବେ ନୂତନ ଡିଜି ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି, "ଓଡ଼ିଶା ପୋଲିସର ଏକ ଗାରିମା ଅଛି । ଗତ କିଛି ବର୍ଷ ମଧ୍ୟରେ ମାଓ ଦମନ ଓ ସାଇବର କ୍ରାଇମ୍ ରୋକିବା ଦିଗରେ ଓଡ଼ିଶା ପୋଲିସ ଅନେକ ମାତ୍ରାରେ ସଫଳ ହୋଇଛି । ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ ପୋଲିସକୁ ସଶକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ସବୁ ପ୍ରକାର ସହଯୋଗ କରିଆସୁଛନ୍ତି । ଆଗକୁ ମଧ୍ୟ ରାଜ୍ୟବାସୀଙ୍କୁ ରାଜ୍ୟ ପୋଲିସ ପକ୍ଷରୁ ଗୁଣାତ୍ମକ ସେବା ଯୋଗାଇ ଦେବାକୁ ଚେଷ୍ଟା ଜାରି ରହିବ । ମୋତେ ଅତିରିକ୍ତ ଦାୟୁତ୍ବ ଦିଆଯାଇଛି । ଏହି ସମୟ ମଧ୍ୟରେ ଅଫିସରଙ୍କ ସହଯୋଗରେ ମୋର ଦାୟିତ୍ୱ ନିର୍ବାହ କରିବି । ଏହାସହ ଅପରାଧ ନିରାକରଣ, ଅପରାଧ ଅନୁସନ୍ଧାନ ଓ ଆଇନ ଶୃଙ୍ଖଳାରେ ଯେଭଳି କିଛି ଉଦାସିନତା ଦେଖା ନଦିଏ ଏବଂ ଲୋକଙ୍କୁ ଏକ ଗୁଣାତ୍ମକ ପୋଲିସ ସେବା ଦେବା ପାଇଁ ଯେଭଳି ସମସ୍ତ ପୋଲିସ କର୍ମଚାରୀ ଚେଷ୍ଟା କରିବେ ସେଥିପ୍ରତି ଧ୍ୟାନ ଦେବି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.