ETV Bharat / state

'370 ଓ 35(ଏ) ଉଚ୍ଛେଦ ଜମ୍ମୁ-କାଶ୍ମୀରର ବିକାଶ କରିବ' - ଅଶ୍ବିନୀ ବୈଷ୍ଣବ

ଜମ୍ମୁ-କାଶ୍ମୀରରୁ ଧାରା 370 ଓ 35(ଏ) ଉଚ୍ଛେଦ ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ମାତ୍ର 13 ଦିନ ମଧ୍ୟରେ ମୋଦିଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି ଜମ୍ମୁ କାଶ୍ମୀରବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 18, 2019, 4:06 PM IST

କଟକ: ଜମ୍ମୁ-କାଶ୍ମୀରରୁ ଧାରା 370 ଓ 35(ଏ) ଉଚ୍ଛେଦ ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ମୋଦିଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ମାତ୍ର 13 ଦିନ ମଧ୍ୟରେ କାଶ୍ମୀରବାସୀ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେ ଏହା ମଧ୍ୟ କହିଛନ୍ତି, ଜମୁ-କାଶ୍ମୀରରୁ ଧାରା 370 ଓ 35(ଏ) ଉଚ୍ଛେଦ କୌଣସି ଅଧିପ୍ରାପ୍ତ ବିସ୍ତାର ପାଇଁ ନୁହେଁ ବରଂ ବିକାଶର ଦିଗକୁ ଉନ୍ମୁକ୍ତ କରିବା । କାରଣ ଜମ୍ମୁ-କାଶ୍ମୀରର ପୂର୍ବ ସ୍ଥିତି ଯାହା ଥିଲା ତାହା ଗୋଟିଏ ଅର୍ଥରେ ବୁଝାଇ କହିଲେ ପରାଧୀନତାକୁ ବୁଝାଏ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଐତିହାସିକ ପଦକ୍ଷେପ ସମ୍ପର୍କରେ ପୂର୍ବରୁ କେହି କେବେ ଚିନ୍ତା ମଧ୍ୟ କରିନଥିଲେ ।

ନ୍ୟାୟ, ପାଠ୍ୟକ୍ରମ, ସ୍ବାସ୍ଥ୍ୟ ଦିଗରେ ସେଠାରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହେବ । ଯାହା କାଶ୍ମୀରବାସୀଙ୍କୁ ବେଶ ସୁହାଇବ । ଏଥିସହିତ ପ୍ରତ୍ୟେକ ଦିଗରୁ ଅବହେଳିତ ଅବସ୍ଥା ମଧ୍ୟ ଦୂର ହେବ । ବିଶେଷ କରି ଅର୍ଥନୀତି ସୁଦୃଢ ହେବ ଓ ନିଯୁକ୍ତିର ସମ୍ପ୍ରସାରଣ ହେବ ବୋଲି ଅଶ୍ବିନୀ ବୈଷ୍ଣବ କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଜମୁ କାଶ୍ମୀର ରୁ ଉଛେଦ ହୋଇଛି 370 ଧାରା ଓ 35 ଏ ଅନୁଛେଦ । ଏହା କୌଣସି ଅଧିପ୍ରାପ୍ତ ବିସ୍ତାର ପାଇଁ ନୁହେଁ ବରଂ ବିକାଶ ର ଦିଗ ଉନ୍ମୁକ୍ତ ହେବା ପାଇଁ । କାରଣ ଜମୁକାଶ୍ମୀର ରେ ପୂର୍ବ ସ୍ଥିତି ଯାହା ଥିଲା ତାହା କେବଳ ଗୋଟିଏ ଅର୍ଥ ରେ କୁହାଯାଇ ପାରିବ ପରାଧୀନତା । ତେବେ ପ୍ରଧାନମନ୍ତ୍ରୀ ଯେଉଁ ଐତିହାସିକ ରାୟ ହାତକୁ ନେଇଛନ୍ତି ତାହା କେହି କେବେ ଚିନ୍ତା ବି କରିନଥିବେ । ତେବେ ଏହି ରାୟ ର ମୂଳ ଲକ୍ଷ୍ୟ କେବଳ ବିକାଶ ।

Body:ନ୍ୟାୟ , ପାଠ୍ୟକ୍ରମ , ସ୍ୱାସ୍ଥ୍ୟ ଦିଗରେ ସେଠାରେ ହେବ ଏକ ନୂତନ ଅଧ୍ୟାୟ ର ଆରମ୍ଭ । ଯାହା କାଶ୍ମୀର ବାସୀଙ୍କୁ ବେଶ ସୁହାଇବ । ଏହାସହିତ ପ୍ରତି ଦିଗରୁ ଅବହେଳିତ ଅବସ୍ଥା ଦୂର ହେବ । ବିଶେଷ କରି ଅର୍ଥନୀତି ସୁଦୃଢ଼ ହେବ ,ନିଯୁକ୍ତି ଦିଗ ସମ୍ପ୍ରସାରଣ । ବେକାରୀ ଦୁରୀଭୂତ ଇତ୍ୟାଦି ପରିଲକ୍ଷିତ ହେବ । ତେବେ ଏହି ରାୟ କୁ 13 ଦିନ ପୁରିଛି । ଯାହାକୁ କାଶ୍ମୀର ବାସୀ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।

ବାଇଟ: ଅଶ୍ୱିନୀ ବୈଷ୍ଣବ ( ରାଜ୍ୟସଭା ସାଂସଦ )

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.