କଟକ: ଜଗତପୁରରେ ବ୍ୟବସାୟୀଙ୍କୁ ଆକ୍ରମଣ ଓ ଲୁଟ କରିବା ଘଟଣାରେ ଆରିଫ ଗ୍ୟାଙ୍ଗର 4 ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସେମାନଙ୍କ ଠାରୁ 78 ହଜାର ଟଙ୍କା ଜବତ ହୋଇଛି। ପୂର୍ବରୁ ଆରିଫର ମା' ଓ ତା’ର ଜଣେ ସହଯୋଗୀ ଗିରଫ ହୋଇଥିଲେ।
ଗତ 6 ତାରିଖରେ ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରି ତାଙ୍କ ଠାରୁ 5 ଲକ୍ଷ ଟଙ୍କା ଲୁଟ ନେଇଥିଲା ଆରିଫ ଗ୍ୟାଙ୍ଗ। ଗିରଫ ସମୟରେ ସେମାନଙ୍କ ନିକଟରୁ 78 ହଜାର ଟଙ୍କା, ଦୁଇଟି ବାଇକ, ଗୋଟିଏ ସ୍କୁଟି ଓ 4ଟି ମୋବାଇଲ ଫୋନ ଜବତ କରିଛି କମିଶନରେଟ ପୋଲିସ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ