ETV Bharat / state

ଅର୍ଚ୍ଚନା ନାଗ ମାମଲା, ସ୍ବାମୀ ଜଗବନ୍ଧୁକୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

author img

By ETV Bharat Odisha Team

Published : Oct 11, 2023, 8:42 PM IST

ଅର୍ଚ୍ଚନା ନାଗ ମାମଲାରେ ସ୍ବାମୀ ଜଗବନ୍ଧୁଙ୍କୁ ଗିରଫ କରିଥିଲା ପୋଲିସ । ଜେରା କରି ସାରିବା ପରେ ତାଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିଥିଲା । ଜଗବନ୍ଧୁଙ୍କ ବିରୋଧରେ ମାନବ ଚାଲାଣର ଦଫା ୩୭୦ ଲାଗିଛି । ଏହା ସହ ଅର୍ଚ୍ଚନାଙ୍କ ଭଳି ଜଗବନ୍ଧୁଙ୍କ ବିରୋଧରେ ପୋଲିସ ସମାନ ଦଫା ଲଗାଇଛି । ଅଧିକ ପଢନ୍ତୁ

ଅର୍ଚ୍ଚନା ନାଗ ମାମଲା, ସ୍ବାମୀ ଜଗବନ୍ଧୁକୁ ହାଇକୋର୍ଟଙ୍କ  ସର୍ତମୂଳକ ଜାମିନ

କଟକ: ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲା । ସ୍ବାମୀ ଜଗବନ୍ଧୁ ଚାନ୍ଦକୁ ମିଳିଲା ସର୍ତ୍ତମୂଳକ ଜାମିନ । ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ । 2ଲକ୍ଷ ଟଙ୍କାର 2 ଜଣ ଜାମିନଦାରଙ୍କ ବଦଳରେ ଜାମିନରେ ମୁକୁଳିବାକୁ କୋର୍ଟ ସର୍ତ୍ତ ରଖିଛନ୍ତି । ଇଡି ମାମଲାରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଖଣ୍ଡଗିରି ଥାନାରେ ହୋଇଥିବା ଏତଲାରେ ମଧ୍ୟ ପୂର୍ବରୁ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ପାସପୋର୍ଟ ଜମା କରିବା, କାହାକୁ ଧମକ ଚମକ ନଦେବା, ତଦନ୍ତରେ ସହଯୋଗ କରିବା ପାଇଁ ସର୍ତ୍ତ ରଖିଛନ୍ତି କୋର୍ଟ ।

ଅର୍ଚ୍ଚନା ନାଗ ମାମଲାରେ ସ୍ବାମୀ ଜଗବନ୍ଧୁଙ୍କୁ ଗିରଫ କରିଥିଲା ପୋଲିସ । ଜେରା କରି ସାରିବା ପରେ ତାଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିଥିଲା । ଜଗବନ୍ଧୁଙ୍କ ବିରୋଧରେ ମାନବ ଚାଲାଣର ଦଫା ୩୭୦ ଲାଗିଛି । ଏହା ସହ ଅର୍ଚ୍ଚନାଙ୍କ ଭଳି ଜଗବନ୍ଧୁଙ୍କ ବିରୋଧରେ ପୋଲିସ ସମାନ ଦଫା ଲଗାଇଛି । ଗିରଫ ପରେ ତାଙ୍କ ନିକଟରୁ ୪ଟି ମୋବାଇଲ ଫୋନ, ଲ୍ୟାପଟପ, ଡାଏରୀ ଓ କିଛି ଡକ୍ୟୁମେଣ୍ଟକୁ ଜବତ କରିଥିଲା ପୋଲିସ । ଅର୍ଚ୍ଚନା ଷଡ଼ଯନ୍ତ୍ରରେ ସ୍ବାମୀ ଜଗବନ୍ଧୁ ସାମିଲ ରହିଥିବାରୁ ତାଙ୍କୁ ପୋଲିସ ଗିରଫ କରିଥିଲା ।

ଏହାବି ପଢନ୍ତୁ- Archana Nag gets Bail: ହାଇକୋର୍ଟରୁ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ

ଜଗବନ୍ଧୁଙ୍କ ବିରୋଧରେ ଯେଉଁ ଅଭିଯୋଗ ଥିଲା ସେହି ଆଧାରରେ ଅର୍ଚ୍ଚନା ନାଗକୁ ଗିରଫ କରାଯାଇଥିଲା । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଚାଲିଥିଲା । ଅର୍ଚ୍ଚନା ସ୍ବାମୀ ବିରୋଧରେ ବି ସମାନ ଅଭିଯୋଗ ରହିଛି । ସେ ଅନେକଙ୍କୁ ଡରାଇଛନ୍ତି, ଧମକାଇଛନ୍ତି । ଏହାସହ ଫଟୋ ଭାଇରାଲ ମଧ୍ୟ କରିଥିଲେ । ସେସବୁ ଅଭିଯୋଗକୁ ଆଧାର କରି ଜଗବନ୍ଧୁ ଚାନ୍ଦକୁ ଗିରଫ କରିଥିଲା ପୋଲିସ। ପୀଡିତା ଯାହା ତାଙ୍କର ୧୬୫ ରେକର୍ଡ ବେଳେ କହିଥିଲେ ସେସବୁର ଯାଞ୍ଚ ମଧ୍ୟ କରାଯାଇଥିଲା । ତଦନ୍ତରୁ ଜଣାପଡିଥିଲା ଯେ,ଏହି କେସରେ ଜଗବନ୍ଧୁର ମଧ୍ୟ ସମ୍ପୃକ୍ତ ରହିଛି । ସେହି ଆଧାରରେ ତାକୁ ଗିରଫ କରାଯାଇଥିଲା । କେବଳ ସେତିକି ନୁହେଁ, ଜଗବନ୍ଧୁଙ୍କ ଜଏଣ୍ଟ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ମଗାଯାଇଥିଲା । କନେକ୍ଟିଂ ଟ୍ରାଞ୍ଜାକ୍ସନ ର ଯାଞ୍ଚ କରାଯାଇଥିଲା।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.