ETV Bharat / state

ଖୋଲୁଛି ଠକ ତାନ୍ତ୍ରିକର ଗୁମର, ଆଜି ଆଉ ଏକ ମାମଲା ରୁଜୁ

author img

By

Published : May 3, 2023, 8:42 PM IST

କଟକର ଠକ ତାନ୍ତ୍ରିକ କୈଫିକ ବିରୋଧରେ ୫ଟି ମାମଲା ରୁଜୁ ହୋଇଥିବା ବେଳେ ଆଜି ଆଉ ଗୋଟିଏ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ

fraud maulana kaifi khan
fraud maulana kaifi khan
ଖୋଲୁଛି ଠକ ତାନ୍ତ୍ରିକର ଗୁମର

କଟକ: ତାନ୍ତ୍ରିକ କୈଫିକ ବିରୋଧରେ ବଢ଼ିବାରେ ଲାଗିଛି ଅଭିଯୋଗର ସଂଖ୍ୟା । ପୂର୍ବରୁ କୈଫିକ ବିରୋଧରେ ୫ଟି ମାମଲା ରୁଜୁ ହୋଇଥିବା ବେଳେ ଆଜି ଆଉ ଗୋଟିଏ ମାମଲା ରୁଜୁ କରାଯାଇଛି । ଜଣେ ମହିଳାଙ୍କର ନବଜାତ ଶିଶୁଙ୍କ ବାରମ୍ବାର ମୃତ୍ୟୁ ଘଟୁଥିବା ବେଳେ ଏହାର ପୁନରାବୃତ୍ତି ଯେଭଳି ନଘଟିବ ସେଥିପାଇଁ ତନ୍ତ୍ର ସାଧନ କରିବାକୁ କୈଫିକ କହିଥିଲା । ଏଥିପାଇଁ ମହିଳାଙ୍କ ଶ୍ବଶୁର ବାପାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ମାଗିଥିଲା । ସେହିପରି ଘରୁ ଭୂତପ୍ରେତ ଛଡ଼ାଇବାକୁ ବି କହିଥିଲା । ମୋଟ ୫ ଲକ୍ଷ ଟଙ୍କାରୁ ଦେଢ଼ ଲକ୍ଷ ଟଙ୍କା ପ୍ରାଥମିକ ପର୍ଯ୍ୟାୟରେ ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ସାଢ଼େ ୩ ଲକ୍ଷ ଟଙ୍କା ନେଇଥିଲା କୈଫିକ । କିନ୍ତୁ ପୁନଃ ମହିଳାଙ୍କ ନବଜାତକର ମୃତ୍ୟୁ ହେବାରୁ ତାନ୍ତ୍ରିକକୁ ଟଙ୍କା ଫେରାଇବାକୁ ଦାବି କରିବାରୁ ଧମକଚମକ ଦେଇଥିଲା କୈଫିକ ।

ପରବର୍ତ୍ତୀ ସମୟରେ ଦେଢ଼ ଲକ୍ଷ ଟଙ୍କା ଫେରସ୍ତ କରିଥିବା ବେଳେ ଆଉ ସାଢ଼େ ତିନି ଲକ୍ଷ ଟଙ୍କା ଦେଇ ନଥିଲା । ମାତ୍ର କୈଫକକୁ ପୋଲିସ ଗିରଫ କରିବା ଖବର ପାଇ ମହିଳାଙ୍କ ବାପା କଟକ ମଙ୍ଗଳାବାଗ ଥାନାର ଦ୍ୱାରସ୍ତ ହୋଇଛନ୍ତି । ତାନ୍ତ୍ରିକ କୈଫିକକୁ ୪ ଦିନିଆ ରିମାଣ୍ଡରେ ଆଣି ତଦନ୍ତ ପ୍ରକ୍ରିୟା ଜୋରଦାର କରୁଛି ପୋଲିସ । ବିଶେଷକରି ଆର୍ଥିକ କାରବାରକୁ ନେଇ ପଚରାଉଚରା କରୁଛି ପୋଲିସ । ଆଜି ରିମାଣ୍ଡର ପ୍ରଥମ ଦିନରେ ୪ ଜଣ ପୋଲିସ ଅଧିକାରୀ କୈଫିକକୁ ପଚରାଉଚରା କରିଥିଲେ । କୈଫିକ କୁଆଡେ ସମସ୍ତ ପ୍ରଶ୍ନର ଉତ୍ତର ଦେଉଥିବା ଜଣାପଡିଛି । କୈଫିକ ପୋଲିସକୁ ସହଯୋଗ କରୁଥିବା ବେଳେ ଘଟଣାସ୍ଥଳକୁ ନେଇ ଘଟଣାର ସି୍ନ‌ ରିକ୍ରିଏସନ କରାଇବ ପୋଲିସ । ବିଶେଷକରି ସେ କିପରି କଥା କହି ଲୋକଙ୍କୁ ଠକୁଥିଲା ଏବଂ ସେ କେଉଁ ସ୍ଥାନରେ ତନ୍ତ୍ରମନ୍ତ୍ର କରେ ତାହାର ତଦନ୍ତ କରିବ ପୋଲିସ ।

ପ୍ରକାଶ ଥାଉକି, କଟକ ମଙ୍ଗଳାବାଗ ପୋଲିସକୁ କୈଫିକକୁ 4 ଦିନିଆ ରିମାଣ୍ଡ ପାଇଁ କଟକ JMFC କୋର୍ଟ ଅନୁମତି ଦେଇଛନ୍ତି । ଠକ ତାନ୍ତ୍ରିକ କୈଫିକ ନାଁରେ ସମୁଦାୟ ୬ଟି ମାମଲା ରୁଜୁ ହୋଇଛି । ମଙ୍ଗଳାବାଗ ଥାନାରେ ୫ଟି ମାମଲା ଏବଂ କଟକ ସଦର ଥାନାରେ ଗୋଟିଏ ମାମଲା ରୁଜୁ କରାଯାଇଛି । ଗୁଣି ଗାରେଡି କରି ମୋଟ ଏକ କୋଟି ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ଠକେଇ କରିଥିବା ଅଭିଯୋଗ ହୋଇଛି । ତେବେ ରିମାଣ୍ଡରେ ନେଇ ତାନ୍ତ୍ରିକର ଆର୍ଥିକ କାରବାର ସମ୍ପର୍କରେ ଖୋଲତାଡ଼ କରୁଛି ପୋଲିସ । ବିଶେଷକରି କେତେ ଟଙ୍କା ଠକେଇ କରିଛି ଏବଂ କେତେ ଲୋକଙ୍କ ଠାରୁ ଏଭଳି ଠକେଇ କରିଛି ସେନେଇ ତଦନ୍ତ କରୁଛି ପୋଲିସ । ସେହିପରି ଠକେଇ ଟଙ୍କାକୁ ସେ କେଉଁଠି କେଉଁଠି ବିନିଯୋଗ କରିଛି ସେନେଇ ପଚରାଉଚରା କରୁଛି ପୋଲିସ । ଭୂତପ୍ରେତ ଦୁର କରିବା ସହ ଚାକିରି କରାଇ ଦେବା ଆଳରେ ଠକେଇ କରିଥିବା ନେଇ ଅଭିଯୋଗ ହୋଇଛି। ତାନ୍ତ୍ରିକ କୈଫିକ ନାଁରେ ମଙ୍ଗଳାବାଗ ଥାନାର ଯେଉଁ ମାମଲା ରୁଜୁ ହୋଇଛି, ସେଥିରେ ବିଭିନ୍ନ ପ୍ରକାର ଲୁଟ୍‌ କରିଥିବା ନେଇ ଅଭିଯୋଗ ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.