ETV Bharat / state

ଠକ ମୌଲାନାର ବଢୁଛି ଅଭିଯୋଗ ଫର୍ଦ୍ଦ, ଆଜି ଆଉ ଏକ ମାମଲା ରୁଜୁ - ଠକ ମୌଲାନାର ବଢୁଛି ଅଭିଯୋଗ ଫର୍ଦ୍ଦ

ଠକ ମୌଲାନା କୈଫି ଖାନର ଧୀରେ ଧୀରେ ଫିଟୁଛି ଗୁମର । ଆଜି ପୁଣି ଠକ ନାଁରେ ରୁଜୁ ହୋଇଛି ଆଉ ଏକ ମାମଲା । ଅଧିକ ପଢନ୍ତୁ

Fraud Maulana Kaifi Khan
Fraud Maulana Kaifi Khan
author img

By

Published : May 1, 2023, 8:46 PM IST

Updated : May 1, 2023, 10:44 PM IST

ଠକ ମୌଲାନାର ବଢୁଛି ଅଭିଯୋଗ ଫର୍ଦ୍ଦ, ଆଜି ଆଉ ଏକ ମାମଲା ରୁଜୁ

କଟକ: ଠକ ମୌଲାନା କୈଫି ଖାନର ଧୀରେ ଧୀରେ ଫିଟୁଛି ଗୁମର । ଆଜି ପୁଣି ଠକ ନାଁରେ ମଙ୍ଗଳାବାଗ ଥାନାରେ ଆଉ ଗୋଟିଏ ଏତଲା ହୋଇଛି । ଏହା ସହ କଟକର ବିଭିନ୍ନ ଥାନାରେ କୈଫିଙ୍କ ନାଁରେ ମୋଟ ୫ଟି ମାମଲା ରୁଜୁ ହୋଇଛି । ଘରୁ ଭୂତପ୍ରେତ ଘଉଡ଼ାଇବା ସହ ବିଭିନ୍ନ ପ୍ରକାର ପ୍ରସଙ୍ଗରେ ଲୋକଙ୍କୁ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଚାଲିଥିଲା । ଗୋଟିଏ ମାମଲାରେ ପ୍ରଥମେ ଗିରଫ ହେବା ପରେ ତାର ଅପରାଧିକ ତାଲିକା ବଢିବାରେ ଲାଗିଛି ।

ଆଜି ହୋଇଥିବା ଏତଲା ଅନୁସାରେ ଜଗତସିଂହପୁର ତିର୍ତୋଲର ଦେବୀ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କୁ ଦୁବାଇ କସ୍ତୁରୀ ମାୟାରେ ପକାଇ ଏହି ଠକ ନେଇଛି ପ୍ରାୟ ୨୨ଲକ୍ଷ ଟଙ୍କା । ୨୦୧୮ ମସିହାରେ ଘରର ବାସ୍ତୁ ଠିକ କରିବା ଓ ଅନିଷ୍ଠକାରୀ ଆତ୍ମା ଘଉଡ଼ାଇବାକୁ କହି ଦେବୀ ମହାନ୍ତି ନାମକ ଏହି ବ୍ୟକ୍ତିଙ୍କଠାରୁ ସେ ୨୨ଲକ୍ଷ ଟଙ୍କା ଠକି ନେଇଥିଲା । ଅତୃପ୍ତ ଆତ୍ମା ଶାନ୍ତ କରିବା ପାଇଁ ଓ ବାସ୍ତୁ ଦୋଷ କାଟିବାକୁ ଦୁବାଇ ଓ ସିଙ୍ଗାପୁରରୁ କସ୍ତୁରୀ ଆସିବ। ତେଣୁ ଅଧିକ ଟଙ୍କା ଦରକାର କହି କୈଫି ଏହି ଟଙ୍କା ନେଇଥିଲା । ଆଉ ଟଙ୍କା ନେବା ପରେ ମୋବାଇଲ ସୁଇଚ ଅଫ୍ କରିଦେଇଥିଲା ।

ଘଟଣାରେ ମଧ୍ୟସ୍ଥି ସାଜିଥିବା ଜୁଲଫିକର୍ ମଧ୍ୟ ଟଙ୍କା ଫେରାଇ ଆଣିବାରେ ନିଜର ଅସହାୟତା ପ୍ରକାଶ କରିଥିଲେ। ତେବେ ଏହି ଘଟଣା ଘଟିବା ପରେ ଆଜି ଆଉ ଏକ ମାମଲା ଠକ ମୌଲାନା ନାଁରେ ଆସିଛି । ସେପଟେ ଠକ କୈଫିକୁ ୫ ଦିନିଆ ରିମାଣ୍ଡରେ ଆଣି ଅଧିକ ଅନୁସନ୍ଧାନ ପାଇଁ ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି । ଆଜି ସୁଦ୍ଧା କୈଫିର ୧୨ଟି ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି । ଏହା ସହ କୈଫିର ସେୟାର ମାର୍କେଟର ଡି ମାର୍ଟ ଆକାଉଣ୍ଟ ଅଚଳ କରିବା ପାଇଁ ସେବିକୁ ଲେଖାଯାଇଥିବା ଡିସିପି ସୂଚନା ଦେଇଛନ୍ତି। କୈଫିର ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କହିଛନ୍ତି ଡିସିପି।

ଏହା ବି ପଢନ୍ତୁ- ଫିଟୁଛି ନକଲି ବାବା ଗୁମର, ଘରୁ ଅତୃପ୍ତ ଆତ୍ମା କାଢ଼ିବା ନାଁରେ ଲୁଟିଛି ଲକ୍ଷ ଲକ୍ଷ ଟଙ୍କା

କୈଫିର ଠକେଇର ଅନ୍ୟ କେହି ଶିକାର ହୋଇଥିଲେ, ମଙ୍ଗଳାବାଗ ଥାନାରେ ଏତଲା ଦାୟର କରିବାକୁ ପୁଣି ଥରେ ନିବେଦନ କରିଛନ୍ତି ଡିସିପି। ତେବେ ତନ୍ତ୍ର ମନ୍ତ୍ର କରି ଘରୁ ପ୍ରେତାତ୍ମା ବାହାର କରି ଲୋକଙ୍କୁ ଲୁଟୁଥିବା ଜଣେ ଠକକୁ ଗିରଫ କରିଥିଲା ମଙ୍ଗଳାବାଗ ପୋଲିସ । ଗିରଫ ଅଭିଯୁକ୍ତ ମୌଲାନା କୈଫି ଖାନ ନିକଟରୁ ପୋଲିସ ଲକ୍ଷାଧିକ ଟଙ୍କା ସହିତ ଦୁଇଟି ଦାମିକାର କାର, ୭୦ ନୂଆ ମୋବାଇଲ ୨୦ଟି ଘଣ୍ଟା ସହ ତମ୍ବା ଜିନସ ଜବତ କରିଥିଲା । ପ୍ରଥମେ ରାଣୀହାଟର ଜଣେ ମହିଳାଙ୍କ ଘରୁ ପ୍ରେତାତ୍ମା କାଢ଼ିବା ସହିତ ସେହି ଘରୁ ବାହାର କରିଥିବା ଗୁପ୍ତଧନକୁ ଶୋଧ କରିବା ପାଇଁ ୬୨ଲକ୍ଷ ଲୁଟିଥିବା ପୋଲିସ ପକ୍ଷରୁ ସୂଚନା ରହିଥିଲା ।

ତେବେ ଗିରଫ ନକଲି ବାବା ମୌଲାନା କୈଫି ଖାନ ଘର କଟକ କେଶର ପୁର ଅଞ୍ଚଳର ବୋଲି ଜଣାପଡ଼ିଥିଲା । ମହିଳାଙ୍କୁ ପାଖାପାଖି ଏକ ବର୍ଷ ହେବ ତା' ଜାଲରେ ଫସାଇ ୬୨ ଲକ୍ଷ ତାଙ୍କ ଠକି ଦେଇଥିଲା । ପୋଲିସ ତାକୁ ଗିରଫ କରିବା ପରେ ପୋଲିସ ନଗଦ ୨ଲକ୍ଷ ୭୬ ହଜାର ଟଙ୍କା ୨ଟି ଦାମୀ କାର ୭୦ଟି ନୂଆ ମୋବାଇଲ ଫୋନ ୨୦ଟି ଘଣ୍ଟା ବହୁ ପରିମାଣର ପିତଳ ସାମଗ୍ରୀ ଜବତ କରିଥିଲା ପୋଲିସ । ତେବେ ଏହି ଠକ ମୌଲାନାର ଅଭିଯୋଗ ତାଲିକା ବୃଦ୍ଧି ପାଉଥିଲା ବେଳେ ଏହି ଘଟଣା ଆହୁରି କେତେ ଯେ ଲୁଟର ଶିକାର ହୋଇଥିବେ ତାହା ସମୟ କହିବ ।

ଇଟିଭି ଭାରତ, କଟକ

Last Updated : May 1, 2023, 10:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.