ETV Bharat / state

ବୋଟ କ୍ଲବରେ ଯୋଡି ହେଲା ଆଉ ଏକ ଅତ୍ୟାଧୁନିକ ଫ୍ଲଟିଂ ରେସ୍ତାେରାଁ - ତିରିଶ ସଂଖ୍ୟା ବିଶିଷ୍ଟ ଫ୍ଲଟିଂ ରେଷ୍ଟୁରାଣ୍ଟ

ଓ୍ବାଟର ସ୍ପୋର୍ଟସ ସିଂପ୍ଲେଲ ଏବଂ ଓ.ଟି.ଡି.ସିର ମିଳିତ ଆନୁକୂଲ୍ୟରେ ମହାନଦୀରେ ଉଦଘାଟନ ହେଲା ଦ୍ଵିତୀୟ ଭାସମାନ ତିରିଶ ସଂଖ୍ୟା ବିଶିଷ୍ଟ ରେସ୍ତାେରାଁ । ଅଧିକ ପଢନ୍ତୁ

ବୋଟ କ୍ଳବରେ ଯୋଡି ହେଲା ଆଉ ଏକ ଅତ୍ୟାଧୁନିକ ଫ୍ଲଟିଂ ରେଷ୍ଟୁରାଣ୍ଟ

author img

By

Published : Jul 3, 2022, 9:47 PM IST

କଟକ: ମହାନଦୀର ବିସ୍ତୀର୍ଣ୍ଣ ଜଳରାଶିରେ ଫ୍ଲୋଟିଂ ରେସ୍ତାେରାଁର ମଜା ନେବେ ପର୍ଯ୍ୟଟକ । ଓ୍ବାଟର ସ୍ପୋର୍ଟସ ସିଂପ୍ଲେଲ ଏବଂ ଓ.ଟି.ଡି.ସିର ମିଳିତ ଆନୁକୂଲ୍ୟରେ ମହାନଦୀରେ ଆଜି(ରବିବାର) ଉଦଘାଟନ ହେଲା ଦ୍ଵିତୀୟ ଭାସମାନ ତିରିଶ ସଂଖ୍ୟା ବିଶିଷ୍ଟ ରେଷ୍ଟୁରାଣ୍ଟ । ପୂର୍ବରୁ ଗୋଟିଏ ୮ ଟିକିଆ ସିଟ ବିଶିଷ୍ଟ ଭାସମାନ ରେସ୍ତାେରାଁ ବହୁଳ ଆଦୃତ ହେବା ପରେ ଏହି ଭାସମାନ ରେସ୍ତାେରାଁର ପରିକଳ୍ପନା କରାଯାଇଛି । କଟକ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟଙ୍କ ଦ୍ଵାରା ଉଦଘାଟିତ ହୋଇଛି ଏହି ଫ୍ଲୋଟିଂ ରେସ୍ତାେରାଁ ।

ବୋଟ କ୍ଳବରେ ଯୋଡି ହେଲା ଆଉ ଏକ ଅତ୍ୟାଧୁନିକ ଫ୍ଲଟିଂ ରେଷ୍ଟୁରାଣ୍ଟ

ମହାନଦୀରେ ବୋଟିଂ ତା’ପରେ ପୁଣି ବିସ୍ତୀର୍ଣ୍ଣ ମହାନଦୀର ଜଳରାଶି ଭିତରେ ବିଭିନ୍ନ ସୁସ୍ଵାଦ ଖାଦ୍ୟର ମଜା। ଏହି ରେସ୍ତାେରାଁରେ ଜଣେ ଗୋଟିଏ ଟେବୁଲକୁ ଏକ ଘଣ୍ଟା ପାଇଁ ଦେବାକୁ ପଡିବ 1200 ଟଙ୍କା । ସେଇଭଳି ପୁରା 30 ସିଟର ରେସ୍ତାେରାଁ ପାଇଁ 2 ଘଣ୍ଟାରେ ଦେବାକୁ ପଡିବ 10,000 ଟଙ୍କା । ଯଦି ଆପଣ ଦିନ 10ଟା 30ରୁ ଦିନ 3ଟା 30 ପର୍ଯ୍ୟନ୍ତ ରେସ୍ତାେରାଁର ମଜା ନେବେ ତାହାଲେ 20,000 ଟଙ୍କା ଦେବାକୁ ପଡିବ । ସେଇଭଳି ଦିନ 4 ଟା30 ରୁ ରାତି 9ଟା 30 ପର୍ଯ୍ୟନ୍ତ ପୁରା ରେସ୍ତାେରାଁକୁ ମଧ୍ୟ 20,000 ଦେବାକୁ ପଡିବ । ପୁରା ଦିନ ଓ ପୁରା ରେସ୍ତାେରାଁ ପାଇଁ ଦେବାକୁ ପଡିବ 37,000 ଟଙ୍କା । ଜନ୍ମଦିନ, ଆନିଭରସରୀ ତଥା ବିଭିନ୍ନ ପାର୍ଟି ପାଇଁ ଏଥିରେ ହୋଇଛି ବିଶେଷ ବ୍ୟବସ୍ଥା ।

ଇଟିଭି ଭାରତ, କଟକ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.