ETV Bharat / state

ରାଜ୍ୟ ଅଲମ୍ପିକ ସଙ୍ଘର ବାର୍ଷିକ ବୈଠକ, ୩ ନୂଆ କ୍ରୀଡାସଂଘକୁ ମିଳିଲା ସ୍ବୀକୃତି - ବାର୍ଷିକ ସାଧାରଣ ପରିଷଦ ବୈଠକ

ରାଜ୍ୟ ଅଲମ୍ପିକ ସଙ୍ଘର ବସିଲା ବାର୍ଷିକ ସାଧାରଣ ପରିଷଦ ବୈଠକ । ୩ ନୂଆ କ୍ରୀଡା ସଂଘ ଓଡି଼ଶା ହକି ସଂଘ, ରଗବି କ୍ରୀଡ଼ା ସଂଘ ଓ ରାଇଫଲ ସୁଟିଂ କ୍ରୀଡାକୁ ମିଳିଲା ସ୍ବୀକୃତି । ଅଧିକ ପଢନ୍ତୁ

Annual General Council Meeting of Odisha Olympic Association held today
ରାଜ୍ୟ ଅଲମ୍ପିକ ସଙ୍ଘର ବାର୍ଷିକ ବୈଠକ, ୩ ନୂଆ କ୍ରୀଡାସଂଘକୁ ମିଳିଲା ସ୍ବୀକୃତି
author img

By

Published : Nov 6, 2022, 8:35 PM IST

କଟକ: ରାଜ୍ୟ ଅଲମ୍ପିକ ସଙ୍ଘ (Odisha Olympic Association)ର ବସିଲା ବାର୍ଷିକ ସାଧାରଣ ପରିଷଦ ବୈଠକ (Annual General Council Meeting) । ୩୬ତମ ନ୍ୟାସନାଲ ଗେମ୍‌ରେ ଓଡି଼ଶା ବେଶ ଉତ୍କର୍ସ ପ୍ରଦର୍ଶନ ନେଇ ସମସ୍ତ ଖେଳାଳି ମାନଙ୍କୁ ଧନ୍ୟବାଦ ଜାଣିଛି ସଂଘ। ଏହାସହିତ ୩ ନୂଆ କ୍ରୀଡା ସଂଘକୁ ରାଜ୍ୟ ଅଲମ୍ପିକ ସଂଘ ପକ୍ଷରୁ ବୈଠକରେ ଅନୁବନ୍ଧିତ କରାଯାଇଛି ।

ରାଜ୍ୟ ଅଲମ୍ପିକ ସଙ୍ଘର ବାର୍ଷିକ ବୈଠକ, ୩ ନୂଆ କ୍ରୀଡାସଂଘକୁ ମିଳିଲା ସ୍ବୀକୃତି

ଏହାସହ ଗତ ୨୦୨୧-୨୨ ବର୍ଷରେ ଆୟ ୨,୨୬,୪୫,୩୬୨ ଟଙ୍କା ହୋଇଥିଲା ବେଳେ ଖର୍ଚ୍ଚ ୨,୧୩,୯୩,୭୪ ଟଙ୍କା ହୋଇଛି । ସେହିପରି ଆଗମୀ ବର୍ଷ ପାଇଁ ୩,୫୬,୬୧,୧୫୦ ଟଙ୍କା ବଜେଟ ବାର୍ଷିକ ବୈଠକରେ ଗୃହୀତ ହୋଇଛି। ଏହାବ୍ୟତୀତ ୩ ନୂଆ କ୍ରୀଡା ସଂଘ ଓଡି଼ଶା ହକି ସଂଘ, ରଗବି କ୍ରୀଡା ସଂଘ ଓ ରାଇଫଲ ସୁଟିଂ କ୍ରୀଡାକୁ ରାଜ୍ୟ ଅଲମ୍ପିକ ସଂଘ ପକ୍ଷରୁ ବୈଠକରେ ଅନୁବନ୍ଧିତ କରାଯାଇଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ଆସନ୍ତା ବର୍ଷ କିପରି ବିଭିନ୍ନ ସଂଘରେ ଜାତୀୟ ଓ ରାଜ୍ୟସ୍ତରୀୟ ମେଗା ପ୍ରତିଯୋଗିତା ଆୟୋଜିତ ହେବ ତାହା ଉପରେ ଆଲୋଚନା ହୋଇଥିଲା ।

ଏହା ବି ପଢନ୍ତୁ- T20 World Cup : ୭୧ ରନରେ ହାରିଲା ଜିମ୍ବାୱେ, ଗୃପ୍‌ 2 ଶୀର୍ଷରେ ଭାରତ

ତୃଣମୂଳ ସ୍ତରରୁ ଭଲ ଖେଳାଳି ଚୟନ କରିବା ଓ ଭଲ ପ୍ରଶିକ୍ଷଣ ପାଇଁ କୋଚ୍‌ ନିଯୁକ୍ତି ଦେବା ପ୍ରସଙ୍ଗରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ କିଛି କ୍ରୀଡ଼ା ସଂଘର ସମ୍ପାଦକ । ତେବେ ଏହି ତମାମ ଦିଗକୁ ନେଇ ବୈଠକରେ ଏହି ମେଗା ବଜେଟ ପାସ୍‌ କରାଯାଇଛି । ଆଜିର ବୈଠକରେ ରାଜ୍ୟ ଅଲମ୍ପିକ ସଂଘର ସମ୍ପାଦକ ଅଭିଜିତ ପାଲ, ସଭାପତି ଜଗ ମୋହନ, ଯୁଗ୍ମ ସମ୍ପାଦକ ଅଶୋକ ସାହୁ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.