ETV Bharat / state

ଆଠଗଡ଼ କାଜୁ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Mar 5, 2021, 3:40 PM IST

Updated : Mar 5, 2021, 7:03 PM IST

କଟକ କନ୍ଦରପୁର ପଞ୍ଚାୟତ ସ୍ଥିତ କାଜୁ ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପରିଚୟ ଅସ୍ପଷ୍ଟ । ଅଧିକ ପଢନ୍ତୁ....

ଆଠଗଡ଼ କାଜୁ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର
ଆଠଗଡ଼ କାଜୁ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: ଆଠଗଡ ଥାନା ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତ କାଜୁ ଜଙ୍ଗଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । କାଜୁ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି ଆଠଗଡ ଥାନା ପୋଲିସ । ମୃତଦେହ ଉଦ୍ଧାର ମହିଳାଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ଆଠଗଡ ଥାନା ଅନ୍ତର୍ଗତ କନ୍ଦରପୁର-ନଣ୍ଡାଇଲୋ ରାସ୍ତାର ବାଲିଆପଠା କାଜୁ ଜଙ୍ଗଲ ରାସ୍ତାରେ ସ୍ଥାନୀୟ ଲୋକେ ଯାଉଥିବା ସମୟରେ ଦୁର୍ଗନ୍ଧ ହେବାରୁ ଉକ୍ତ ଅଞ୍ଚଳରେ ଖୋଜାଖୋଜି କରିଥିଲେ । ପରେ ନିକଟସ୍ଥ ଏକ କାଜୁ ଗଛରେ ଜଣେ ମହିଳା ଝୁଲୁଥିବାର ଦେଖିବାକୁ ପାଇଥିଲେ । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ମୃତଦେହ ନିକଟରୁ ଲୁଗାପଟା ଥିବା ଏକ ବ୍ୟାଗ ଜବତ କରିଛି ପୋଲିସ । ମହିଳାଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ କନ୍ଦରପୁର ଅଞ୍ଚଳରେ ଏଭଳି ଘଟଣା ପ୍ରଥମଥର ଘଟିଥିବାରୁ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ପୋଲିସ ଏନେଇ ଏକମାମଲା ରୁଜୁକରି ତଦନ୍ତ ଜାରିରଖିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Mar 5, 2021, 7:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.