ETV Bharat / state

ବୋର୍ଡ ଅଫ ରେଭିନ୍ୟୁ ଓ ଇନଟାକ୍ ମଧ୍ୟରେ MOU ସ୍ବାକ୍ଷରିତ - ବହୁମୂଲ୍ୟ ରେକର୍ଡର ସଂରକ୍ଷଣ ପଦକ୍ଷେପ

ବୋର୍ଡ ଅଫ ରେଭିନ୍ୟୁ ଅଧିନରେ ଥିବା ସମସ୍ତ ବିରଳ ତଥା ବହୁମୂଲ୍ୟ ରେକର୍ଡର ସଂରକ୍ଷଣ ଓ ଡିଜିଟାଇଜେସନ ପାଇଁ ସ୍ବାକ୍ଷରିତ ହେଲା ଏମଓୟୁ । ଅଧିକ ପଢନ୍ତୁ

ବୋର୍ଡ ଅଫ ରେଭିନ୍ୟୁ ଓ ଇନଟାକ୍ ମଧ୍ୟରେ MOU ସ୍ବାକ୍ଷରିତ

author img

By

Published : Feb 19, 2022, 6:18 PM IST

Updated : Feb 19, 2022, 8:46 PM IST

କଟକ: ବୋର୍ଡ ଅଫ ରେଭିନ୍ୟୁ ଅଧିନରେ ଥିବା ସମସ୍ତ ବିରଳ ତଥା ବହୁମୂଲ୍ୟ ରେକର୍ଡର ସଂରକ୍ଷଣ ଓ ଡିଜିଟାଇଜେସନ ପାଇଁ ସ୍ବାକ୍ଷରିତ ହେଲା ଏମଓୟୁ । ବୋର୍ଡ ଅଫ ରେଭିନ୍ୟୁ ଓ ଇନଟାକ୍ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହେବା ପରେ ପ୍ରଥମ ପର୍ଯ୍ୟାୟରେ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଇନଟାକକୁ ହସ୍ତାନ୍ତର କରିଛି ରାଜସ୍ବ ପର୍ଷଦ। ବୋର୍ଡ ଅଫ ରେଭିନ୍ୟୁ ନିକଟରେ ଥିବା ପୁରାତନ ତଥା ବହୁ ମୂଲ୍ୟବାନ ରାଜସ୍ବ ରେକର୍ଡ, ନଥିପତ୍ର, ଫଟୋ ଓ ମ୍ୟାପର ସଂରକ୍ଷଣ କରାଯିବ । ବୋର୍ଡ ଅଫ ରେଭିନ୍ୟୁ ଓ ଇନଟାକ୍ ମଧ୍ୟରେ ସ୍ବାକ୍ଷରିତ ହୋଇଛି ଏହି ଏମଓୟୁ । ଲାଣ୍ଡ ରେକର୍ଡ ଓ ସାଟେଲମେଣ୍ଟ କମିଶନର ମଧୁସୂଦନ ପାଢୀ, ଇନଟାକ୍ ସଦସ୍ୟ ତଥା ପରାମର୍ଶଦାତା ସଞ୍ଜୀବ ହୋତା ଏବଂ ବୋର୍ଡ ଅଫ ରେଭିନ୍ୟୁ ସଦସ୍ୟ ଜି.ଭି ବେଣୁଗୋପାଳ ଶର୍ମାଙ୍କ ଉପସ୍ଥିତିରେ ହୋଇଥିବା ଏମଓୟୁରେ ପ୍ରଥମ ପର୍ଯ୍ୟାୟରେ 4 ହଜାର ରେକର୍ଡ ହସ୍ତାନ୍ତର କରାଯାଇଛି । ପ୍ରଥମେ ଏହାର ସଂରକ୍ଷଣ କରାଯିବା ପରେ ଏସବୁ ରେକର୍ଡର ଡିଜିଟାଇଜେସନ କରାଯିବ।

ବୋର୍ଡ ଅଫ ରେଭିନ୍ୟୁ ଓ ଇନଟାକ୍ ମଧ୍ୟରେ MOU ସ୍ବାକ୍ଷରିତ

ବଡକଥା ହେଉଛି, 1803 ମସିହାରୁ ବୋର୍ଡ ଅଫ ରେଭିନ୍ୟୁ ଅଧିନରେ ଥିବା ମୂଲ୍ୟବାନ ଓ ନିଆରା ରେକର୍ଡକୁ ରାଜ୍ୟ ସଂଗ୍ରହାଳୟକୁ ପଠାଇ ଦିଆଯାଇଛି । ଏଥିସହିତ ଅଦରକାରୀ ରେକର୍ଡ ଗୁଡିକୁ ମଧ୍ୟ ପର୍ଯ୍ୟାୟ କ୍ରମେ ନଷ୍ଟ କରିଦିଆଯାଉଛି । ତେବେ ବିଭିନ୍ନ ଜମିଜମା ଓ ପ୍ରଶାସନିକ କାମରେ ଆବଶ୍ୟକ ପୁରାତନ ରେକର୍ଡ ଓ ନଥିପତ୍ରକୁ ଏଠାରେ ରଖାଯାଇଛି । ଏସବୁ ସଂରକ୍ଷିତ ଓ ଡିଜିଟାଇଜ ହେଲେ ମାମଲାର ଶୁଣାଣି ଓ ରିସର୍ଚ୍ଚ କାମରେ ଏଗୁଡିକ ଲାଗିବ ଏବଂ ଦୀର୍ଘ ବର୍ଷ ଏହା ସୁରକ୍ଷିତ ରହିପାରିବ । ତେବେ ଏହି ପ୍ରକ୍ରିୟା ଦ୍ବାରା ବିଭିନ୍ନ ଜିଲ୍ଲାର ଜମିଜମା ବିଦାଦ ଓ ଅନ୍ତଃରାଜ୍ୟ ସୀମା ବିବାଦ ଭଳି ଗୁରୁତ୍ୱପୂର୍ଣ୍ଣ ମାମଲାରେ ଏସବୁ ସଂରକ୍ଷିତ ରେକର୍ଡ ଉପଯୋଗୀ ହୋଇପାରିବ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Feb 19, 2022, 8:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.