ETV Bharat / state

ଷ୍ଟ୍ରଙ୍ଗ ଲେଡି ସମ୍ମୁ ବିବି: ଗାଡି ସର୍ଭିସିଂ କରି ସାଜିଛନ୍ତି ଉଦାହରଣ - କଟକ ଖବର

କଟକ ଜିଲ୍ଲା ଜୋବ୍ରା ଅଞ୍ଚଳର ସମ୍ମୁ ବିବି । ଯିଏ ଜୀବନ ତମାମ ଝଡଝଞ୍ଜାରେ ଭାଙ୍ଗି ନପଡି ତାକୁ ସାମ୍ନା କରିଛନ୍ତି । ପୁରୁଷ ପ୍ରାଧାନ୍ୟ କାର୍ଯ୍ୟ ଗାଡି ସର୍ଭିସିଂକୁ ନିଜ ପେଷା ଭାବରେ କରିଛନ୍ତି ଗ୍ରହଣ । ଅଧିକ ପଢ଼ନ୍ତୁ...

ସମାଜ ପାଇଁ ପ୍ରେରଣା ସମ୍ମୁ ବିବି
author img

By

Published : Oct 13, 2019, 4:10 AM IST

କଟକ: ସୁଖଦୁଃଖ ପ୍ରତ୍ୟେକ ମଣିଷର ଚିରନ୍ତନ ସାଥୀ । ସେଥି ମଧ୍ୟରୁ କିଛି ଲୋକ ସେହି ଦୁଃଖରେ ଆତ୍ମହରା ହୋଇପଡନ୍ତି ଆଉ କିଛି ଲୋକ ଦୁଃଖକୁ କରିନିଅନ୍ତି ନିଜର ଶକ୍ତି। ସେମିତି ଜଣେ ମଣିଷ ହେଲେ କଟକ ଜୋବ୍ରା ଅଞ୍ଚଳରେ ରହୁଥିବା ସମ୍ମୁ ବିବି । ପରିସ୍ଥିତି ତାଙ୍କୁ କରିଦେଇଛି ସବୁ ଝଡଝଞ୍ଜା ସହିବାକୁ ସକ୍ଷମ । ସବୁ ସୁଖ ଉପରେ ପୂର୍ଣ୍ଣଚ୍ଛେଦ ପଡିଯାଇଥିଲେ ମଧ୍ୟ ନୂଆ ଏକ ଅଧ୍ୟାୟ ଆରମ୍ଭ କରିଥିଲେ ସମ୍ମୁ ବିବି । କାର ଓ ବାଇକ ସର୍ଭିସିଂ କରି ନିଜର ଅସୁମାରୀ ଦୁଃଖକୁ ଫିଙ୍ଗି ମହିଳା ମାନଙ୍କୁ ଏକ ନୂତନ ଦିଗଦର୍ଶନ ଦେଇଛନ୍ତି ସେ ।

ସମାଜ ପାଇଁ ପ୍ରେରଣା ସମ୍ମୁ ବିବି

20 ବର୍ଷ ବୟସରେ ବିବାହ କରିଥିଲେ ସମ୍ମୁ। କିନ୍ତୁ ବାହାଘରର କିଛି ବର୍ଷ ପରେ ସ୍ବାମୀଙ୍କୁ ହରାଇଲେ ସେ । ଯାହାକୁ ନେଇ ଭାଙ୍ଗି ପଡିଥିଲେ । କିନ୍ତୁ ନିଜ ଝିଅ ମୁହଁକୁ ଚାହିଁ ଅଣ୍ଟା ଭିଡ଼ିଲେ ସେ । ଆଉ ବାଛିନେଲେ ଗାଡି ସର୍ଭିସିଂ କାମ । ଯେତେ କଷ୍ଟ ହେଉ ପଛେ ପରିବାର ଲାଗି ସବୁ କିଛି କରିବା ପାଇଁ ସ୍ଥିର କରିନେଲେ ସମ୍ମୁ । ତାଳଦଣ୍ଡା କେନାଲ ପାଖ ବସ୍ତିରେ ରହି ଏହି ବ୍ୟବସାୟ କରୁଛନ୍ତି ସେ । ପୂର୍ବରୁ ଫଳ ଦୋକାନ ପରିବା ଦୋକାନ ଆଦି କରିଥିବା ଦେଖିଛନ୍ତି ସ୍ଥାନୀୟ ବାସିନ୍ଦା। 25 ବର୍ଷ ହେଲାଣି ଏହି କାମ କରିଆସୁଛନ୍ତି ସମ୍ମୁ । ଯାହାଦ୍ବାରା ତାଙ୍କର ପରିବାର ପୋଷଣ ହେଉଛି । ହେଲେ ତିନିପ୍ରାଣୀ କୁଟୁମ୍ବ ପୋଷିବା ପାଇଁ ରୋଜଗାର ସମୁଦ୍ରକୁ ଶଙ୍ଖେ ସଦୃଶ।

ସମ୍ମୁଙ୍କ ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ସବୁ ବାଧାବିଘ୍ନ । ସମ୍ମୁ ବିବି ଯାହା କରି ଦେଖାଇଛନ୍ତି ତାହା ପ୍ରତ୍ୟେକ ନାରୀଙ୍କ ପାଇଁ ଏକ ସଂକଳ୍ପ ବାର୍ତ୍ତା।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଦୁଃଖ ସୁଖ ମଣିଷ ଜୀବନର ଚିରନ୍ତନ ସାଥି । ଯାହା ପ୍ରତ୍ୟକ ବ୍ୟକ୍ତି ତାହାକୁ ଅଙ୍ଗେ ଲିଭାଇ ଥାଏ । ସେଥିମଧ୍ୟରୁ କିଛି ଲୋକ ସେହି ଦୁଃଖ କୁ ପ୍ରତିବାଦ କରିଥିଲା ବେଳେ କିଛି ବ୍ୟକ୍ତି ସହିଯାଇଥିଏ । ସେହି ସହିଯାଉଥିବା ବ୍ୟକ୍ତି ମଧ୍ୟ ରେ ଜଣେ ଅସହାୟ ମହିଳା । ଯାହାର ସବୁ ସୁଖ ଉପରେ ପୂର୍ଣଛେଦ ପଡି ସାରିଛି । ମନରେ ପ୍ରଶ୍ନ ଉଠୁଥିବ କିଏ ସେ । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି କଟକ ଯୋବ୍ରା ନିକଟରେ ରହୁଥିବା ସମ୍ମୁ ବିବି । ନିଜର ଅଜସ୍ର ଦୁଃଖ ଭୁଲି ନିଜ କୁ ସ୍ୱବାଲମ୍ବୀ କରାଇଛନ୍ତି ସେ । କର ଓ ବାଇକ ସର୍ଭିସିଂ କରି ନିଜର ଅସୁମାରୀ ଦୁଖ କୁ ଫିଙ୍ଗି ମହିଳା ମାନଙ୍କ କୁ ଏକ ନୂତନ ଦିଗଦର୍ଶନ ଦେଇଛନ୍ତି ସେ ।

Body:ଭିଓ୧: ସମ୍ମୁ ବିବିଙ୍କ ଦୁଃଖର କାହାଣୀ ହେଉଛି ଏମିତି । 20 ବର୍ଷ ବୟସରେ ବିବାହ କରିଥିଲେ ସେ । କିନ୍ତ ସମ୍ମୁଙ୍କ ଭାଗ୍ୟ ଏମିତି ଯେ ବାହାଘର ର କିଛି ବର୍ଷ ପରେ ସ୍ବାମୀ ତାଙ୍କ ହାତଛାଡି ପର ଲୋକ ବାହୁଡ଼ି ଗଲେ । ଯାହାକୁ ନେଇ ଭାଙ୍ଗି ପଡିଲେ ସେ । କିନ୍ତୁ ନିଜ ଝିଅ ଓ ନାତି ମୁହଁ ଚାହିଁ ଅଣ୍ଟା ଭିଡ଼ିଲେ ସେ । ଆଉ ବାଛିନେଲେ ଗାଡି ସର୍ଭିସିଂ କାମ । ଯେତେ କଷ୍ଟ ହେଉ ପଛେ ପରିବାର ଲାଗି ସବୁ କିଛି କରିବା ପାଇଁ ସ୍ଥିର କରିନେଲେ ସମ୍ମୁ । ଆଜିକୁ ଠିକ 25 ବର୍ଷ ଧରି ଏହି କାମ କରିଆସୁଛନ୍ତି ସେ । ଯାହାଦ୍ୱାରା ତାଙ୍କର ପରିବାର ପୋଷଣ ହେଉଛି । ନା ସ୍ୱାମୀ ନା ପୁଅ ପାଖରେ ନାହାନ୍ତି । ହେଲେ ନିଜର ଆତ୍ମବଳ ସାହାଯ୍ୟରେ ସମାଜ ରେ ନିଜକୁ ଏକ ନୂତନ ପରିଚୟ ଦେଇଛନ୍ତି ସେ ।

ବାଇଟ: ସମ୍ମୁ ବିବି

ଭିଓ୨: ଅନ୍ୟପଟେ ତାଳଦଣ୍ଡା କେନାଲ ପାଖ ବସ୍ତି ରେ ରହି ଏହି ବ୍ୟବସାୟ କରୁଛନ୍ତି ସେ । ପୂର୍ବରୁ ଫଳ ଦୋକାନ ପରିବା ଦୋକାନ ଆଦି କରିଥିବା ଦେଖିଛନ୍ତି ସ୍ଥାନୀୟ ବାସୀନ୍ଧା । ଯାହା କିଛି ଉପାର୍ଜନ କରନ୍ତି ତାହା ତାଙ୍କ 3 ପ୍ରାଣୀ ଙ୍କ ପାଇଁ ସମୁଦ୍ର କୁ ଶଙ୍ଖେ । କିନ୍ତୁ ସମ୍ମୁଙ୍କ ସେହି ଉପାର୍ଜିତ ଅର୍ଥ ରେ 3 ପ୍ରାଣୀ ଆଜି ପର୍ଯ୍ୟନ୍ତ ବଞ୍ଚି ରହିଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ବାସୀନ୍ଧା ।

ବାଇଟ: ସ୍ଥାନୀୟ ବାସୀନ୍ଧା

Conclusion:ଫାଭିଓ: ତେବେ କୁହାଯାଇ ପାରେ ଦୃଢ଼ ଇଛା ଶକ୍ତି ଆଗରେ ଦୁଃଖ ର ସମୁଦ୍ର ବି ଫିକା । ସମ୍ମୁ ବିବି ଯାହା କରି ଦେଖାଇଛନ୍ତି ତାହା ପ୍ରତ୍ୟକ ନାରୀ ମାନଙ୍କ ପାଇଁ ଏକ ସଂକଳ୍ପ ବାର୍ତା । ତେବେ ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ମୁ ବିବି ଙ୍କୁ ତାଙ୍କ କର୍ମ କ୍ଷେତ୍ରରେ ଅଧିକ ପ୍ରୋତ୍ସାହନ ମିଳି ପାରନ୍ତା ତେବେ ସମ୍ମୁ ଙ୍କ ଛାତି ଭିତରେ ଚାପି ହୋଇ ରହିଥିବା ଦୁଃଖ ଟିକେ ଲାଘବ ହୁଅନ୍ତା ।

କଟକରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.