ETV Bharat / state

ଶିକ୍ଷକଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ, ବିଳମ୍ବିତ ରାତିରେ ମାଦ୍ରାସାରୁ ଖସି ପଳାଇଲେ ଛାତ୍ର

author img

By

Published : Jun 7, 2023, 10:47 PM IST

ମାଦ୍ରାସାରେ ନାବାଳକ ଛାତ୍ରଙ୍କୁ ଯୌନ ଶୋଷଣ ନେଇ ଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଘଟଣା ସାମ୍ନାକୁ ଆସିବା ପରେ ନିଆଳି ଥାନାରେ ଚାଇଲ୍ଡ ଲାଇନ ପକ୍ଷରୁ ଏତଲା ଦିଆଯାଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ନିଆଳି ପୋଲିସ । ଅଧିକ ପଢ଼ନ୍ତୁ

allegations of sexual abuse in madrasa in khordha
ମାଦ୍ରାସାରେ ଛାତ୍ରଙ୍କୁ ଯୌନ ଶୋଷଣ ଅଭିଯୋଗ
ମାଦ୍ରାସାରେ ଛାତ୍ରଙ୍କୁ ଯୌନ ଶୋଷଣ ଅଭିଯୋଗ

ନିଆଳି: ଅସହ୍ୟ ହେଲା ଶିକ୍ଷକଙ୍କ ନିର୍ଯାତନା, ବିଳମ୍ବିତ ରାତିରେ ମାଦ୍ରାସାରୁ ଖସି ପଳାଇଲେ ଛାତ୍ର । କଟକ ଜିଲ୍ଲା ନିଆଳି ଥାନା ମଝିଖଣ୍ତ ନଳିତା ପଡା ମାଦ୍ରାସାର ଦୁଇ ନାବାଳକ ଖସି ପଳାଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପୋଲିସର ଜିମା ଦେଇଛନ୍ତି । ଶିକ୍ଷକ ସେମାନଙ୍କୁ ଯୌନ ନିର୍ଯାତନା ସହ ଅସହ୍ୟ ମାଡ଼ ଦେଉଥିବା ଅଭିଯୋଗ ହୋଇଛି । ଖବର ସାମ୍ନାକୁ ଆସିବା ପରେ ଘଟଣାସ୍ଥଳରେ ସିଡବ୍ଲୁସି ଏବଂ ଚାଇଲ୍ଡ ଲାଇନ ଟିମ ପହଞ୍ଚି ତଦନ୍ତ କରୁଛି ।

ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ଥାନା ମଝିଖଣ୍ତ ନଳିତା ପଡା ମାଦ୍ରାସାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ନାବାଳକ ଛାତ୍ର ରହି ଇସଲାମ ଧର୍ମ ସମ୍ବନ୍ଧୀୟ ପାଠ ପଢ଼ନ୍ତି । ଏକ ବର୍ଷ ତଳୁ ବିହାର ଭାଗଲପୁର ଜିଲ୍ଲା ବିହାରୀକାନ୍ତ ଥାନା ଅଞ୍ଚଳର ଜଣେ ୧୩ ବର୍ଷର ନାବାଳକ ହୋଇଥିବା ବେଳେ ଆଉ ଜଣେ ଝାଡ଼ଖଣ୍ଡ ଗୋଡ ଜିଲ୍ଲା ମାଗାମା ଥାନା ଅଞ୍ଚଳର ୧୦ ବର୍ଷର ନାବାଳକ ଏଠାରେ ରହି ପାଠ ପଢୁଥିଲେ ।‌ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇ ନାବାଳକ ଏଠାରୁ ଖସି ପଳାଇଥିଲେ । ଏମାନେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅପୂଜା ନିକଟରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର ହୋଇଥିଲେ । ଖୋର୍ଦ୍ଧା ଜିଲ୍ଲା ସିଡବ୍ଲୁସି ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ଚାଇଲ୍ଡ ଲାଇନ ହସ୍ତକ୍ଷେପ ପରେ ଦୁଇ ନାବାଳକଙ୍କୁ ନିଜ ପାଖରେ ରଖିଛି ।‌ ଏ ସମ୍ପର୍କରେ ଚାଇଲ୍ଡ ଲାଇନ ସଦସ୍ଯା ହରପ୍ରିୟା ପତି ନିଆଳି ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମାଦ୍ରାସା ଶିକ୍ଷକଙ୍କ ନାଁରେ ଆସିଥିବା ସଙ୍ଗୀନ ଅଭିଯୋଗ ନେଇ ଚାଇଲ୍ଡ ଲାଇନ ତଦନ୍ତ କରୁଛି ।

ମଙ୍ଗଳବାର ରାତି ପାଖାପାଖି ୧୦ଟା ପରେ ବାଲିପାଟଣା ଅପୂଜା ଛକ ନିକଟରେ ଏହି ଦୁଇ ନାବାଳକ ଏକ ନିଛାଟିଆ ସ୍ଥାନରେ ବସି କାନ୍ଦୁଥିଲେ । ଛକର କିଛି ଯୁବକ ସେମାନଙ୍କୁ ପଚରାଉଚରା କରିଥିଲେ ।‌ ମାଦ୍ରାସାର ଶିକ୍ଷକ କୁଆଡେ ଯୌନ ନିର୍ଯାତନା ଦେଉଥିଲେ ଏବଂ ବିରୋଧ କଲେ ପ୍ରବଳ ମାଡ ମରୁଥିଲେ ବୋଲି ସୋମାନେ କାନ୍ଦିକାନ୍ଦି କହିଥିବା ସୂଚନା ମିଳିଛି ।‌ ବାଲିପାଟଣା ଥାନାରେ ପ୍ରାଥମିକ ତଦନ୍ତ ପରେ ସିଡବ୍ଲୁସିରେ ନାବାଳକ ଦ୍ବୟଙ୍କୁ ହଜାର କରାଯାଇଥିଲା । ପରେ ଚାଇଲ୍ଡ ଲାଇନ ପକ୍ଷରୁ ନିଆଳି ଥାନାରେ ଏତଲା ଦିଆଯାଇଛି ।‌

ମାଦ୍ରାସାର ଶିକ୍ଷକ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ଏହା ସବୁ ମିଛ ଅଭିଯୋଗ । ମୋ ଦାୟିତ୍ବରେ ପିଲାମାନେ ଏଠାରେ ରହି ପାଠ ପଢୁଛନ୍ତି । କୌଣସି ଛାତ୍ରଙ୍କୁ ମାଡ଼ ମାରେନାହିଁ । ନାବାଳକ ଛାତ୍ରଙ୍କ ଭାଇ ଏଠାରୁ ଚାଲିଯିବା ପରେ ସେ ମଧ୍ୟ ଏଠାରେ ରହିବାକୁ ଇଚ୍ଛା ପ୍ରକାଶ କରୁନକଥିଲେ । ତେଣୁ ଏପରି କହିଥାଇ ପାରନ୍ତି ।" ତେବେ ଯେଉଁ ଶିକ୍ଷକଙ୍କ ନାଁରେ ଆଭିଯୋଗ ଆସିଛି । ସେ ବର୍ତ୍ତମାନ ଫେରାର ଥିବା ଜଣାପଡ଼ିଛି । କଟକ ଜିଲ୍ଲା ନିଆଳି ଅଞ୍ଚଳରେ କେତେ ମାଦ୍ରାସା ରହିଛି ଏବଂ ଏହି ସବୁ ମାଦ୍ରାସାରେ କେଉଁ ରାଜ୍ୟର ନାବାଳକ ରହି ପାଠ ପଢୁଛନ୍ତି ଏ ସମ୍ପର୍କରେ ନିଆଳି ପ୍ରଶାସନ ପାଖରେ ଖବରଟିଏ ନାହିଁ । ଦିନକୁ ଦିନ ବିଭିନ୍ନ ମାଦ୍ରାସାରେ ଶିକ୍ଷା ଓ ଧର୍ମ ପାଠ ନାଁରେ ବହୁ କେଳେଙ୍କାରୀ ଚାଲିଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.