ETV Bharat / state

ଷ୍ଟ୍ରଙ୍ଗରୁମରେ ଇଭିଏମ, ଗଣତିକୁ ଅପେକ୍ଷା

ସରିଛି ତୃତୀୟ ପର୍ଯ୍ୟାୟ ମତଦାନ । ଏବେ ଷ୍ଟ୍ରଙ୍ଗରୁମରେ ଇଭିଏମ ମେସିନ । ଭୋଟ ଗଣତି ପର୍ଯ୍ୟନ୍ତ ଷ୍ଟ୍ରଙ୍ଗ ରୁମରେ 24 ଘଣ୍ଟିଆ ସିସିଟିଭି ଓ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମକୁ ରଖାଯିବ ।

author img

By

Published : Apr 25, 2019, 12:02 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ସରିଛି ତୃତୀୟ ପର୍ଯ୍ୟାୟ ମତଦାନ । ଏବେ ଷ୍ଟ୍ରଙ୍ଗରୁମରେ ଇଭିଏମ ମେସିନ । ପ୍ରମୁଖ ରାଜନୈତିକ ଦଳର ଏଜେଣ୍ଟ ବା ପ୍ରାର୍ଥୀ ଓ ଜିଲାପାଳଙ୍କ ଉପସ୍ଥିତିରେ ସମସ୍ତ ଇଭିଏମ ମେସିନକୁ ସିଲ କରିଛି ଜିଲା ପ୍ରଶାସନ । ଏହାସହିତ ଭୋଟ ଗଣତି ପର୍ଯ୍ୟନ୍ତ ଏହି ଷ୍ଟ୍ରଙ୍ଗ ରୁମରେ 24 ଘଣ୍ଟିଆ ସିସିଟିଭି ଓ କେନ୍ଦ୍ରୀୟ ପାରା ମିଲିଟାରୀ ଫୋର୍ସ ଓ ରାଜ୍ୟ ପୋଲିସ ବିଭାଗ କଡା ନଜର ରଖିବ ବୋଲି କହିଛନ୍ତି ଜିଲାପାଳ ଅରବିନ୍ଦ ଅଗ୍ରୱାଲ ।

ଫୋଲଡିଂ ଇଭିଏମକୁ ଯଥାକ୍ରମେ ପୋଲିଂ ଓ ପ୍ରିଜାଇଡିଂ ଅଫିସରମାନେ ସିଲ କରିବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ ପୁଣି ଥରେ ଏହି ପ୍ରକ୍ରିୟା କରାଯାଇଥାଏ । ଯେପରି ଭୋଟ ଗଣତି ସମୟରେ କୌଣସି ତ୍ରୁଟି ନ ଉପୁଜିବ । ସେଥିପାଇଁ ପ୍ରମୁଖ ଦଳ ମାନଙ୍କର ଏଜେଣ୍ଟ, ପ୍ରାର୍ଥୀ ଓ ଜିଲାପାଳଙ୍କ ଉପସ୍ଥିତିରେ ସମସ୍ତ ଇଭିଏମକୁ ସିଲ କରାଯାଇଛି ।

3ୟ ପର୍ଯ୍ୟୟରେ ହୋଇଥିବା ନିର୍ବଚନରେ କଟକର 6ଟି ନିର୍ବାଚନ ମଣ୍ଡଳୀ ସାମିଲ ରହିଥିଲା । ଯେଉଁଥିରୁ ବୋଷ କଲେଜରେ ବାରବଟୀ, ସଦର ଓ ଚୌଦ୍ୱାର ନିର୍ବଚନ ମଣ୍ଡଳୀର ଇଭିଏମ ରହିଥିଲା ବେଳେ ଆଠଗଡ଼, ବଡମ୍ବା ନର୍ସିଂପୁରର ଗୋପବନ୍ଧୁ ବିଜ୍ଞାନ କଲେଜ ଓ ବାଙ୍କୀ ନିର୍ବାଚନ ମଣ୍ଡଳୀର ବାଙ୍କୀ ସ୍ୱୟଂଶାସିତ କଲେଜର ଷ୍ଟ୍ରଙ୍ଗରୁମରେ ରଖାଯାଇଛି ।

ସୁଚନା ମୁତାବକ, ଗତକାଲି କଟକର ବିଭିନ୍ନ ବୁଥରେ ଇଭିଏମ ଅଚଳ ହେବାରୁ ବିଳମ୍ବରେ ମତଦାନ ଶେଷ ହୋଇଥିଲା । ଯାହାଫଳରେ କଟକରେ 69.65 ପ୍ରତିଶତ ମତଦାନ ହୋଇପାରିଥିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:Body:

ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ 71. 61 ପ୍ରତିଶତ ମତଦାନ

ଭୁବନେଶ୍ବର: ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଆଉ ଏବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ମୋଟ 71. 61 ପ୍ରତିଶତ ମତଦାନ ହୋଇଛି । ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ 59.60 ପ୍ରତିଶତ ମତଦାନ ହୋଇଛି । 

ସେହିଭଳି ପୁରୀରେ 72.53 ପ୍ରତିଶତ, କଟକରେ 69.65 ପ୍ରତିଶତ, ଢେଙ୍କାନାଳ 74.98ପ୍ରତିଶତ, କେନ୍ଦୁଝର 78. 16 ପ୍ରତିଶତ, ସମ୍ବଲପୁରରେ 76.38 ପ୍ରତିଶତ ମତଦାନ ହୋଇଛି । ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ତରଫରୁ ଏହୂ ସୂଚନା ଦିଆଯାଇଛି । 2014ରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ 58.40 ପ୍ରତିଶତ ଭୋଟିଂ ହୋଇଥିଲା ।

ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ସ୍ଥାନରେ ଇଭିଏମ ତ୍ରୁଟି ପାଇଁ ମତଦାନ ବିଳମ୍ବ ହୋଇଥିଲା । ଅନ୍ୟପଟେ ଭୁବନେଶ୍ବରରେ କିଛି ସ୍ଥାନରେ ବିଳମ୍ବିତ ରାତି ଯାଏଁ ଭୋଟିଂ ଚାଲିଥିଲା ବୋଲି ସୂଚନା ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.