କଟକ: ଆଜିଠାରୁ ଖୋଲିଛି ହାଇକୋର୍ଟ । ନୂଆବର୍ଷରେ କିଛି ନୂଆ କରିବାକୁ ଚାହିଁଛନ୍ତି ହାଇକୋର୍ଟ । ପ୍ରକାଶିତ ସପ୍ତାହିକ ମାମଲା ତାଲିକାରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ପାଇଁ ପ୍ରକାଶିତ ତାଲିକାରେ ବିଚାରପତିଙ୍କୁ ମାଇଁ ଲର୍ଡ, ଇୟୋର୍ ଲର୍ଡସିପ୍ , ଇୟୋର ଅର୍ନର ସମ୍ବୋଧନ ନ କରିବାକୁ କୁହାଯାଇଛି (high court) । ଏହା ପରିବର୍ତ୍ତେ ସାର ବୋଲି ସମ୍ବୋଧନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ହାଇକୋର୍ଟ।
ଇତିହାସ ଏପରି କେବେ ହୋଇନଥିଲା । ମାମଲାର ଶୁଣାଣି ସମୟରେ ବିଚାରପତିଙ୍କୁ ଇୟୋର ଅର୍ନର ସମ୍ବୋଧନ ନ କରିବାରୁ ଅନୁରୋଧ ହୋଇଛି । ଖଣ୍ଡପୀଠରେ ମୁଖ୍ୟ ବିଚାରପତିଙ୍କୁ ମାଇଁ ଲର୍ଡ, ଇୟୋର ଲିର୍ଜସିପ ବଦଳରେ ସାର ବୋଲି ସମ୍ବୋଧନ କରିବାକୁ ଆଇନଜୀବୀ ଓ ପକ୍ଷଙ୍କୁ ଅନୁରୋଧ କରାଯାଇଛି ।
ଏପରି ସବୁ ସମ୍ବୋଧନ ନ କରିବା ପ୍ରସଙ୍ଗରେ ଆଇନଜୀବୀ ଓ ପକ୍ଷ ଚେଷ୍ଟା କରିବେ। ସାର୍ ସମେତ କୋର୍ଟଙ୍କ ମର୍ଯ୍ୟାଦା ସଙ୍ଗତ ଅନ୍ୟ ସମ୍ବୋଧନର ରୀତି ଯଥେଷ୍ଟ ହେବ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପାଇଁ ପ୍ରକାଶିତ ତାଲିକାରେ ଏ ନେଇ ଉଲ୍ଲେଖ ରହିଛି ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ