କଟକ: କୋରୋନା ଏବେ ବିଶ୍ବବାସୀଙ୍କ ବଢାଇ ଦେଇଛି ଚିନ୍ତା । ଆଉ ଭାଙ୍ଗି ଦେଇଛି ଆର୍ଥିକ ମେରୁଦଣ୍ଡ । ପ୍ରତ୍ୟେକ ବର୍ଷ ଶ୍ରମ ଦିବସରେ ଶ୍ରମିକମାନଙ୍କୁ ସମ୍ବର୍ଦ୍ଧନା କରିଥାଆନ୍ତି ଆଳି କନିକା ଉନ୍ନୟନ ପରିଷଦ। ମାତ୍ର ଚଳିତ ବର୍ଷ ସମ୍ବର୍ଦ୍ଧନା ପରିବର୍ତ୍ତେ ଶ୍ରମିକ ମାନଙ୍କୁ ଚାଉଳ,ଚୁଡା, ବିସ୍କୁଟ,ଡାଲି,ଚିନି,ବିସ୍କୁଟ ଆଦି ବଣ୍ଟନ କରାଯାଇଛି ।
ପ୍ରାୟ ୩ ଶହରୁ ଅଧିକ ଶ୍ରମିକ ମାନଙ୍କୁ ପରିଷଦ ପକ୍ଷରୁ ଏଭଳି ସହାୟତା ପ୍ରଦାନ କରାଯାଇଥିବା ଦେଖା ଯାଇଛି । ଏଥିସହ କୋରୋନା ପାଇଁ ସଚେତନ ରହିବାକୁ ପରିଷଦ ଶ୍ରମିକ ମାନଙ୍କୁ ପରାମର୍ଶ ଦେଇଛନ୍ତି ଆଳି କନିକା ଉନ୍ନୟନ ପରିଷଦ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ