କଟକ: ରେଳ ଘରୋଇକରଣ ନେଇ ତେଜିଲା ଆନ୍ଦୋଳନ । ଦେଶକୁ ନିମ୍ନକୁ ନେବା ପାଇଁ କେନ୍ଦ୍ର ସରକାରଙ୍କ ଏହା ବଡ଼ ଯୋଜନା ଥିବା ତାଙ୍କ ନିଷ୍ପତ୍ତିରୁ ସ୍ପଷ୍ଟ ବାରି ହୋଇପଡୁଛି । କେନ୍ଦ୍ର ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛି ଏଆଇୟୁଟିୟୁସି ।
ସରକାର ଯେଉଁ ନିଷ୍ପତ୍ତି ନେବାକୁ ଯାଉଛନ୍ତି ତାହା ସମ୍ପୂର୍ଣ୍ଣ ରୂପେ ଅମୂଳକ । ରେଳକୁ ଘରୋଇକରଣ କରିବା ଅର୍ଥ ଦେଶର ଅର୍ଥନୀତିକୁ ଆହୁରି ନିମ୍ନକୁ ନେବା । ଯଦି ଏହି ନିଷ୍ପତ୍ତି ବଜାୟ ରୁହେ ତେବେ ଦେଶବାସୀ ଏହାର ଶିକାର ହେବେ । ତେଣୁ କେନ୍ଦ୍ର ନିଜର ଏହି ନିଷ୍ପତ୍ତିକୁ ସ୍ଥଗିତ ରଖନ୍ତୁ, ନଚେତ ଆନ୍ଦୋଳନର ପରିଧି ବୃଦ୍ଧି ପାଇବ ବୋଲି ସ୍ପଷ୍ଟ କରିଛି ଏଆଇୟୁଟିୟୁସି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ