ETV Bharat / state

କେନ୍ଦ୍ର ଆଇନ ବିରୋଧରେ ନଭେମ୍ବର 26ରେ ଏଆଇୟୁଟିୟୁସିର ମହାଆନ୍ଦୋଳନ ଡାକରା - ନଭେମ୍ବର 26ରେ ଏଆଇୟୁଟିୟୁସିର ମହାଆନ୍ଦୋଳନ

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ବା ଏଆଇୟୁଟିୟୁସି ପକ୍ଷରୁ ନଭେମ୍ବର 26 ତାରିଖରେ ମହାଆନ୍ଦୋଳନ ଡାକରା ଦେଇଛି । ତେବେ କେନ୍ଦ୍ର ସରକାରଙ୍କ ଆଇନକୁ ବିରୋଧ କରି ଏହି ଆନ୍ଦୋଳନ କରାଯିବ । ଅଧିକ ପଢନ୍ତୁ...

AIUTUC called for protest on November 26 against the central law
କେନ୍ଦ୍ର ଆଇନ ବିରୋଧରେ ନଭେମ୍ବର 26ରେ ଏଆଇୟୁଟିୟୁସିର ମହାଆନ୍ଦୋଳନ ଡାକରା
author img

By

Published : Nov 12, 2020, 5:11 PM IST

କଟକ: କେନ୍ଦ୍ର ସରକାରଙ୍କ ବିଭିନ୍ନ ଆଇନକୁ ବିରୋଧ କରି ନଭେମ୍ବର 26 ତାରିଖରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଏକ ବଡ ଧରଣର ଆନ୍ଦୋଳନ କରିବାକୁ ଯାଉଛି । ତେବେ ଏହି ଆନ୍ଦୋଳନରେ ଅନେକ ସଙ୍ଗଠନ ସାମିଲ ହେବ ଗୁରୁବାର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସଙ୍ଗଠନ ପକ୍ଷରୁ ସୂଚନା ମିଳିଛି ।

କେନ୍ଦ୍ର ଆଇନ ବିରୋଧରେ ନଭେମ୍ବର 26ରେ ଏଆଇୟୁଟିୟୁସିର ମହାଆନ୍ଦୋଳନ ଡାକରା

କେନ୍ଦ୍ର ସରକାରଙ୍କ ଚାଷୀ ବିଲ, ଶ୍ରମିକ ଆଇନ ପରିବର୍ତ୍ତନ ଆଦି ଆଇନକୁ ବିରୋଧ କରିଛି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ବା ଏଆଇୟୁଟିୟୁସି । କେନ୍ଦ୍ର ସରକାର ଶ୍ରମିକ ଆଇନକୁ ପରିବର୍ତ୍ତନ କରିବା ଫଳରେ ଶ୍ରମିକମାନେ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ଘଟିବା ଫଳରେ ଗରିବଠାରୁ ଆରମ୍ଭ କରି ମଧ୍ୟବିତ୍ତ ପରିବାର ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି । ଏହାକୁ ବିରୋଧ କରି ଏଆଇୟୁଟିୟୁସି ପକ୍ଷରୁ ନଭେମ୍ବର 26 ତାରିଖରେ ମହାଆନ୍ଦୋଳନର ଡାକରା ଦିଆଯାଇଛି ।

ଏହି ଆନ୍ଦୋଳନରେ ଅନେକ ଛାତ୍ର, କୃଷକ ଓ ଶ୍ରମିକମାନେ ସାମିଲ ହେବେ । କଟକରେ ଏହି ଆନ୍ଦୋଳନକୁ ଜୋରଦାର କରାଯିବ । ତେବେ ଏହି ଆନ୍ଦୋଳନରେ ହଜାର ହଜାର ଜନତାଙ୍କୁ ଯୋଗ ଦେବାକୁ ସଙ୍ଗଠନ ନିବେଦନ କରିଥିବା ସୂଚନା ମିଳିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.