କଟକ: ଜଗତସିଂହପୁର ଜିଲ୍ଲା ଢିଙ୍କିଆ ଘଟଣାକୁ ନେଇ ଥମୁନି ତାତି । ଢିଙ୍କିଆବାସୀଙ୍କୁ ନ୍ୟାୟ ଦେବା ପାଇଁ ଲଢେଇ ଜାରି ରଖିଛନ୍ତି ବିଭିନ୍ନ ସାମାଜିକ ସଙ୍ଗଠନ ଓ ଦଳ । ଏହି ପରିପ୍ରେକ୍ଷୀରେ କଟକ ଏଆଇଡିଏସଓ ପକ୍ଷରୁ ଆଜି(ଗୁରୁବାର) କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରାଯାଇଛି । ନିରୀହ ଜନତାଙ୍କ ପ୍ରତି ପୋଲିସର ବର୍ବରତାକୁ ବିରୋଧ କରି ପୋଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆନ୍ଦୋଳନକାରୀ ।
ଆନ୍ଦୋଳନକାରୀଙ୍କ ଦାବି, ପୂର୍ବରୁ ଯେପରି ପୋସ୍କୋକୁ ହଟାଯାଇଥିଲା, ସେହିଭଳି ଜିନ୍ଦଲକୁ ମଧ୍ୟ ହଠାଯାଉ । ଯେଉଁ ପର୍ଯ୍ୟନ୍ତ ପ୍ରସ୍ତାବିତ jsw ପ୍ରକଳ୍ପ ଢିଙ୍କିଆ ଅଞ୍ଚଳରୁ ନ ହଟିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ