ETV Bharat / state

ଜଟିଳ ହୋଇପଡୁଛି ନ୍ୟାୟିକ ବ୍ୟବସ୍ଥା, କଟକରେ ସୁପ୍ରିମକୋର୍ଟଙ୍କ ଭର୍ଟୁଆଲ ଶୁଣାଣି ଦାବି - କଟକରେ ସୁପ୍ରିମକୋର୍ଟ ଭର୍ଟୁଆଲର ଶୁଣାଣି

କଟକରେ ସୁପ୍ରିମକୋର୍ଟଙ୍କ ଭର୍ଚୁଆଲ ଶୁଣାଣି ଓ ଇ-ଫାଇଲିଂ ଵ୍ୟଵସ୍ଥା କରିଵାକୁ ଆଇନଜୀବୀମାନେ ଦାବି କରିଛନ୍ତି । କଟକର ଏକ ହଜାର ଆଇନଜୀବୀ ହସ୍ତାକ୍ଷର କରି ଏହି ମର୍ମରେ ଏକ ନିଵେଦନ ପତ୍ର ରାଷ୍ଟ୍ରପତି ଵିଚାରପତିଙ୍କ ନିକଟକୁ ପଠାଇଛନ୍ତି । ଅଧିକ ପଢ଼ନ୍ତୁ

ଲୋକଙ୍କ ପାଇଁ ଜଟିଳ ହୋଇପଡୁଛି ନ୍ୟାୟିକ ବ୍ୟବସ୍ଥା

author img

By

Published : Apr 19, 2023, 10:47 PM IST

କଟକରେ ସୁପ୍ରିମକୋର୍ଟଙ୍କ ଭର୍ଚୁଆଲ ଶୁଣାଣି ଓ ଇ-ଫାଇଲିଂ ଵ୍ୟଵସ୍ଥା କରିଵାକୁ ଦାବି

କଟକ: ସାଧାରଣ ଲୋକଙ୍କ ପାଇଁ ନ୍ୟାୟିକ ବ୍ୟବସ୍ଥା ଜଟିଳ ହୋଇପଡିଛି । ହାଇକୋର୍ଟରୁ ମାମଲା ଖାରଜ ହେଲେ, ସୁପ୍ରିମକୋର୍ଟରେ ଚାଲେଞ୍ଜ କରି ମାମଲା ରୁଜୁ କରିବା ସାଧାରଣ ଲୋକଙ୍କ ପାଇଁ ବାଧକ ସାଜିଛି ଅର୍ଥ । ଯାହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ହାଇକୋର୍ଟରେ ଏକ ଭର୍ଚୁଆଲ ବେଞ୍ଚ୍‌ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ଓକିଲ ସଂଘ । ଏକ ହଜାର ଆଇନଜୀବୀମାନେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ବୁଧବାର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

ହାଇକୋର୍ଟ ପରିସରରେ ଆଇନଜୀବି ନିଶିକାନ୍ତ ମିଶ୍ର କହିଛନ୍ତି, ‘‘କରୋନା ମହାମାରୀ ଯୋଗୁଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭ‌ାଙ୍ଗି ପଡ଼ିଛି । ରାଜ୍ୟରେ ନ୍ୟାୟିକ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ଉର୍ଦ୍ଦେଶରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୦ଟି ଭର୍ଚୁଆଲ ହାଇକୋର୍ଟ ପ୍ରତିଷ୍ଠା କରାଯାଇଛି । ଯାହା ଗରିବ ଲୋକଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବିଶେଷ ଭାବେ ସହାୟକ ହୋଇପାରୁଛି । ଖୁବଶୀଘ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ଟି ଭର୍ଚୁଆଲ ହାଇକୋର୍ଟ ଖୋଲିବା ଲାଗି ଯୋଜନା ମଧ୍ୟ ରହିଛି । ବାତ୍ୟା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଅଧିକାଂଶ ଓଡ଼ିଶାର ଲୋକ ଆର୍ଥିକ ଅନଗ୍ରସରତା ମଧ୍ୟରେ ରହିଥାନ୍ତି । ହାଇକୋର୍ଟରେ କୌଣସି ମାମଲା ଖାରଜ ହେଲେ ଏହି ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟକୁ ଯିବା ଲାଗି ଆର୍ଥିକ ସ୍ତରରେ ସକ୍ଷମ ହୋଇ ନଥାନ୍ତି । ଫଳରେ ଅଧିକାଂଶ ଗରିବ ଲୋକେ ସୁପ୍ରିମକୋର୍ଟରୁ ନ୍ୟାୟ ପାଇବାରେ ବଞ୍ଚିତ ହୋଇଥାନ୍ତି । ’’

ରାଜ୍ୟରେ ପ୍ରାୟ ୨୦ଟି ଜିଲ୍ଲାରେ ଭର୍ଚୁଆଲ ମାଧ୍ୟାମରେ ଏବେ ଶୁଣାଣି ହେଉଛି । ବଡ କଥା ହେଉଛି ରାଜ୍ୟରେ ବିଭିନ୍ନ ଜିଲ୍ଲାର ଆଇନଜୀବୀମାନେ ନିଜ ଜିଲ୍ଲାରେ ରହି ହାଇକୋର୍ଟରେ ଥିବା ମାମଲାର ପରିଚାଳନା କରି ପାରୁଛନ୍ତି । କେବଳ ଭର୍ଚୁଆଲ ମାଧ୍ୟମରେ ଏହା ସମ୍ଭବ ହୋଇପାରୁଛି । ଯାହା ଫଳରେ ଓଡିଶା ହାଇକୋର୍ଟରେ ଥିବା ମାମଲାଗୁଡିକ ପରିଚାଳନା କରିବା ପାଇଁ ଆଇନଜୀବୀମାନଙ୍କୁ ଆଉ ଦୂର ଦୁରନ୍ତାରୁ ଆସିବାକୁ ପଡୁନାହିଁ । ଯାହାକି କେବଳ ଆଇନଜୀବୀଙ୍କ ପାଇଁ ନୁହେଁ ବରଂ ମହକିଲମାନଙ୍କ ପାଇଁ ଏହା ବେଶ ସହାୟକ ହେଉଛି । କଟକରେ ସୁପ୍ରିମକୋର୍ଟର ଭର୍ଚୁଆଲ ଶୁଣାଣି ଓ ଇ ଫାଇଲିଂ ଵ୍ୟଵସ୍ଥା କରିଵାକୁ ଦାବି କରିଛନ୍ତି ଆଇନଜୀବୀମାନେ । କଟକର ପ୍ରାୟ ୯ଶହ ୮୮ଜଣ ଆଇନଜୀବୀ ହସ୍ତାକ୍ଷର କରି ଏହି ମର୍ମରେ ଏକ ନିଵେଦନ ପତ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟ ମୁଖ୍ୟ ଵିଚାରପତିଙ୍କ ନିକଟକୁ ପଠାଇଛନ୍ତି । ତେବେ ହାଇକୋର୍ଟ ପରିସରରେ ସୁପ୍ରିମକୋର୍ଟ ଭର୍ଚୁଆଲ ଶୁଣାଣି ଵ୍ୟଵସ୍ଥା କରିଵାକୁ ଆଇନଜୀବୀମାନେ ପ୍ରସ୍ତାବ ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.