କଟକ: ନେତାଜୀ ବସ ଟର୍ମିନାଲ ପାଇଁ ଚିହ୍ନଟ ହୋଇସାରିଛି 12 ଏକରରୁ ଉର୍ଦ୍ଧ୍ବ ସ୍ଥାନ । ଏହାରି ଭିତରେ କିଛି ଜାଗା ରହିଥିଲା ଯାହା ଅଶୋକ ମୋଦି ଟ୍ରଷ୍ଟ ନାଁ ରେ ମଧ୍ୟ ରହିଥିଲା । ଯାହା 1 ଏକର 617 ଡ଼ିସମିଲ ।
ତେବେ ଗତକାଲି ମୋଦି ଟ୍ରଷ୍ଟ ଏହି ସ୍ଥାନକୁ ଜିଲ୍ଲା ପ୍ରସାସନକୁ ହସ୍ତାନ୍ତର କରିବା ପରେ ଆଜି ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ଆଜି ଟ୍ରଷ୍ଟକୁ ଲାଗି ରହିଥିବା ପ୍ରାଚୀର, ଛୋଟ ବଡ଼ ମନ୍ଦିର ଓ ନାନାଧି ଗଛ ଆଦିକୁ ଉଚ୍ଛେଦ କରିଛି ଉଭୟ ଜିଲ୍ଲା ପ୍ରଶାସନ ଓ ସିଏମସି ।
ତେବେ ଏହି ଏକରରୁ ଉର୍ଦ୍ଧ୍ବ ଜମି ଅନେକ ବର୍ଷ ହେବ ମୋଦି ଟ୍ରଷ୍ଟ ନାଁ ରେ ଥିଲା । ତେବେ ଏହି ଜମି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିବା ପରେ ଆଜି ଜୋରଦାର ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ