କଟକ: ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲା । ସିବିଆଇ ତଦନ୍ତ ଦାବି କଲା ବିଜେପି ଯୁବ ମୋର୍ଚ୍ଚା । ଘଟଣାକୁ 8 ଦିନ ପୁରିଥିଲେ ସୁଦ୍ଧା ଏଯାବତ ଆସିପାରୁନି ନିଷ୍କର୍ଷ । ଏହା ହତ୍ୟା ନା ଆତ୍ମହତ୍ୟା ? ତାହା ସିବିଆଇ ହିଁ ସ୍ପଷ୍ଟ କରିବ ବୋଲି ଦାବି କରିଛି ବିଜେପି ଯୁବ ମୋର୍ଚ୍ଚା ।
ଏହାବ୍ୟତୀତ ଘଟଣା ପଛରେ କାହାର ହାତ ରହିଛି । ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ଲାଗି ରହିଛି ଚର୍ଚ୍ଚା । ତେବେ ଏହି ଘଟଣାର ନିରପେକ୍ଷ ତଦନ୍ତ ହେବା ନିତ୍ୟନ୍ତ ଆବଶ୍ୟକ । ତେବେ ଏହି ପ୍ରରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପଠାଇଛି ବିଜେପି ଯୁବ ମୋର୍ଚ୍ଚା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ