ETV Bharat / state

ଆଦିତ୍ୟ ଦାସ ମୃତ୍ୟୁ ମାମଲା, ଆସନ୍ତା ୨୧ରେ ହେବ ପରବର୍ତ୍ତୀ ଶୁଣାଣି

author img

By

Published : Jan 7, 2021, 1:43 PM IST

ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆଜି କ୍ରାଇମବ୍ରାଞ୍ଚ ଜଉମୁଦ ଲଫପାରେ ଦାଖଲ କରିଥିବା ରିପୋର୍ଟ କୋର୍ଟରେ ଖୋଲା ଯାଇଛି।

ଆଦିତ୍ୟ ଦାସ ମୃତ୍ୟୁ ମାମଲା
ଆଦିତ୍ୟ ଦାସ ମୃତ୍ୟୁ ମାମଲା

କଟକ: ହାଇକୋର୍ଟରେ ଆଜି ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଶୁଣାଣି ହୋଇଥିବା ବେଳେ ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୧ ତାରିଖକୁ ଧାର୍ଯ୍ୟ କରାଯାଇଛି। କ୍ରାଇମବ୍ରାଞ୍ଚ ଜଉମୁଦ ଲଫପାରେ ଦାଖଲ କରିଥିବା ରିପୋର୍ଟ କୋର୍ଟରେ ଖୋଲା ଯାଇଛି।

କ୍ରାଇମବ୍ରାଞ୍ଚ ଦ୍ବାରା ବସ୍ତିରୁ ରେକର୍ଡ କରାଯାଇଥିବା ଦୁଇ ସାକ୍ଷୀଙ୍କ ବୟାନ ରେକର୍ଡକୁ କୋର୍ଟରେ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପୋଷ୍ଟମର୍ଟମ ରିପୋର୍ଟର ଦୃଶ୍ୟମାନ ସାର୍ଟିଫାଇଡ଼ କପି ଦାଖଲ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଆଦିତ୍ୟଙ୍କ ଅନ୍ୟତମ ଗାର୍ଲଫ୍ରେଣ୍ଡଙ୍କର ବୟାନ ରେକର୍ଡ ହୋଇଛି କି ନାହିଁ, ଯଦି ବୟାନ ରେକର୍ଡ ହୋଇଛି ତାହା ଅଦାଲତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ସିଆଇପିସିର-୧୭୪ ଧାରା ଅନୁସାରେ, ତଦନ୍ତ ଚାଲିଛି କି ନାହିଁ ଏବଂ ପୋଷ୍ଟ ମର୍ଟମ ରିପୋର୍ଟ ଅନୁସାରେ, ଏହା ହୋମିସାଇଡ଼ କି ସୁଇସାଇଡ଼ ତାହା ସ୍ପଷ୍ଟ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଏହାସହ ପତ୍ନୀ ବିଦ୍ୟାଶ୍ରୀ, ଆଦିତ୍ୟଙ୍କ ବାପା ଓ ମାଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ରୁଜୁ କରାଯାଇଛି। ଜାନୁଆରୀ ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବାବେଳେ ସେଦିନ ମାମଲାର ବିସ୍ତୃତ ଶୁଣାଣି ହେବ ବୋଲି ଜଣାପଡିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.