ETV Bharat / state

ଲକଡାଉନରେ ନିରାଶ୍ରୟକୁ ଖାଦ୍ୟ ବାଣ୍ଟୁଛନ୍ତି ଅଭିନେତା ଶ୍ରୀତମ - Actor Sritam das distributing food

ଗରିବ ଓ ଅସହାୟଙ୍କ ପାଇଁ ହାତ ବାଢ଼ିଛନ୍ତି ଓଲିଉଡ଼ ଅଭିନେତା ଶ୍ରୀତମ ଦାସ । ବାଣ୍ଟୁଛନ୍ତି ଖାଦ୍ୟ । ଅଧିକ ପଢନ୍ତୁ...

ଲକଡାଉନରେ ନିରାଶ୍ରୟକୁ ଖାଦ୍ୟ ବାଣ୍ଟୁଛନ୍ତି ଅଭିନେତା ଶ୍ରୀତମ

author img

By

Published : Jul 8, 2021, 8:58 PM IST

କଟକ: ଗରିବ ଓ ଅସହାୟଙ୍କ ପାଇଁ ହାତ ବଢ଼ାଇଛନ୍ତି ଓଲିଉଡ଼ ଅଭିନେତା ଶ୍ରୀତମ ଦାସ । ଲକଡାଉନ ଓ ସଟଡାଉନ ଯୋଗୁ ଅନେକ ବ୍ୟକ୍ତି ଏବେ ଭୋକ ଉପାସରେ ଆଉଟୁ ପାଉଟୁ ହେଉଛନ୍ତି । ତେବେ ଏହାକୁ ଲକ୍ଷ୍ୟରେ ରଖି ନିରାଶ୍ରୟଙ୍କ ପେଟକୁ ଦାନା ଯୋଗାଇବାରେ ବ୍ୟସ୍ତ ହୋଇ ପଡିଛନ୍ତି ଏହି ଅଭିନେତା । ଦିନେ ଫିଲ୍ମ ଦୁନିଆରେ ହିରୋ ସାଜି ଲୋକଙ୍କୁ ଆନନ୍ଦିତ କରୁଥିବାବେଳେ ଆଜି ସାମାଜିକ କାର୍ଯ୍ୟରେ ମନ ବଳାଇଛନ୍ତି ଶ୍ରୀତମ ।

ଲକଡାଉନରେ ନିରାଶ୍ରୟକୁ ଖାଦ୍ୟ ବାଣ୍ଟୁଛନ୍ତି ଅଭିନେତା ଶ୍ରୀତମ

କଟକରେ ନିରାଶ୍ରୟଙ୍କୁ ଉଭୟ ରନ୍ଧା ଖାଦ୍ୟ ଓ ରାସନ ସାମଗ୍ରୀ ମଧ୍ୟ ଯୋଗାଇଛନ୍ତି ସେ । ଏହି ସେବା ପଛରେ ଆନନ୍ଦ ରହିଥିବା ନେଇ କୁହନ୍ତି ଶ୍ରୀତମ । ଏହାସହ ପ୍ରତ୍ୟେକ ଲୋକ ଯଦି ଏହି ଦିଗରେ ଅନ୍ୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ, ତେବେ ମହାମାରୀ ସମୟରେ ଲୋକମାନଙ୍କ ମଧ୍ୟରେ ଅନେକ କଷ୍ଟ ଦୂର ହୋଇପାରିବ ବୋଲି କୁହନ୍ତି ଶ୍ରୀତମ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.