କଟକ: 2023 ବର୍ଷ ଶେଷ ହୋଇଛି । ଆରମ୍ଭ ହୋଇଛି ନୂଆ ବର୍ଷ 2024 । ତେବେ 2023 ମସିହାରେ ଭିଜିଲାନ୍ସର ସଫଳତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଭିଜିଲାନ୍ସ ଏସପି ଏମ ରାଧାକ୍ରିଷ୍ଣ । ଗତବର୍ଷ ରାଜ୍ୟ ଭିଜିଲାନ୍ସ ଅନେକ ବଡ ବଡ ସଫଳତା ଉପଲବ୍ଧ କରିଛି । ଗତ ବର୍ଷ ଭିଜିଲାନ୍ସ ବିଭାଗ ଦ୍ଵାରା 265 ଟି ଅପରାଧିକ ମାମଲା ରେଜିଷ୍ଟର କରାଯାଇଛି । ଯେଉଁଥିରେ 85ଟି ଆୟ ବହିର୍ଭୂତ ମାମଲା ରହିଥିବା ବେଳେ 98ଟି ଲାଞ୍ଚ ନେବାର ମାମଲା ରହିଛି । ଅନ୍ୟପଟେ 109 ସରକାରୀ ଅଧିକାରୀଙ୍କ ସହ 123 ଜଣଙ୍କୁ ଗିରଫ କରାଯାଇଛି ।
କଟକ ଭିଜିଲାନ୍ସ ଏସପି ଏମ ରାଧାକ୍ରିଷ୍ଣଙ୍କ ସୂଚନା ଅନୁଯାୟୀ, "ଗତ ବର୍ଷ ଭିଜିଲାନ୍ସ ବିଭାଗ ଦ୍ଵାରା 265ଟି ଅପରାଧିକ ମାମଲା ରେଜିଷ୍ଟର କରାଯାଇଛି । ଯେଉଁଥିରେ 85ଟି ଆୟ ବହିର୍ଭୂତ ମାମଲା ରହିଥିବା ବେଳେ 98ଟି ଲାଞ୍ଚ ନେବାର ମାମଲା ରହିଛି । ଅନ୍ୟପଟେ 109 ସରକାରୀ ଅଧିକାରୀଙ୍କ ସହ 123 ଜଣଙ୍କୁ ଗିରଫ କରାଯାଇଛି । ସେହିଭଳି ର୍ବାଧିକ 12 ଲକ୍ଷ ଟଙ୍କା ଲାଞ୍ଚ ଧରିବାରେ ସକ୍ଷମ ହୋଇଥିଲେ ଭିଜିଲାନ୍ସ ଟିମ୍ । ଜମିଜମା ବାବଦରେ ତହସିଲଦାର ଜଣେ ହିତାଧିକାରୀଠାରୁ 12 ଲକ୍ଷ ଟଙ୍କା ଚେକ୍ ମାଧ୍ୟମରେ ନେଉଥିବା ବେଳେ ତାଙ୍କୁ ଧରା ଯାଇଥିଲା ।"
ଏହାମଧ୍ୟ ପଢନ୍ତୁ.. ଭିଜିଲାନ୍ସ ଜାଲରେ କ୍ଷେତ୍ର ସହାୟକ, ଦେଢ଼ ଲକ୍ଷ ଲାଞ୍ଚ ନେବାବେଳେ ଗିରଫ
ସେ ଆଉ ମଧ୍ୟ କହିଛନ୍ତି,"ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ 124 କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ବେଳେ 684ଟି ବ୍ୟାଙ୍କ୍ ଆକାଉଣ୍ଟ ସିଜ୍ କରାଯାଇଛି । ଏହା ସହ 290 ଟି ଵିଲ୍ଡିଂ ର 48 କୋଟି 14 ଲକ୍ଷ ଟଙ୍କାର ମୂଲ୍ୟାୟନ କରାଯାଇଛି । 466 ଟି ମାମଲାର ତଦନ୍ତ ସମ୍ପୂର୍ଣ୍ଣ ହୋଇଛି । ଲାଞ୍ଚ ନେବାବେଳେ ମୋଟ 28 ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଛି । ଚଳିତ 12 ବର୍ଷ 58 କ୍ଲାସ୍ ୱାନ ଅଫିସର୍ ମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଚଳିତବର୍ଷ 124ଟି ମାମଲାରେ ଦଣ୍ଡ ବିଧାନ କରାଯାଇଛି ।
ଆଉ ମଧ୍ୟ ସେ କହିଛନ୍ତି, "2023 ମସିହାରେ 1 ହଜାର 133 ଅଫିସରମାନଙ୍କୁ ଟ୍ରେନିଂ ଏକାଡେମୀରେ ଟ୍ରେନିଂ ଦିଆଯାଇଛି । ଡିଜିଟାଲ ମାଧ୍ୟମରେ ଯେଉଁମାନେ ଦୁର୍ନୀତି କରୁଛନ୍ତି ସେମାନଙ୍କୁ ମଧ୍ୟ ଧରାଯାଇଛି । ସାଇବର ସେଲ୍କୁ ଆହୁରୀ ଦୃଢ଼ କରାଯାଇଛି । ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।"
ଇଟିଭି ଭାରତ, କଟକ