ETV Bharat / state

ବିଦ୍ୟାଭାରତୀ ଓ DFOଙ୍କୁ ସାମୟିକ ଆଶ୍ୱସ୍ତି, ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଲେ ହାଇକୋର୍ଟ - ଅନ୍ତରୀଣ ସୁରକ୍ଷା ବଳବତ୍ତର

ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ତତ୍କାଳୀନ ଡିଏଫଓଙ୍କୁ ହାଇକୋର୍ଟରୁ ପୁଣି ମିଳିଲା ଆଶ୍ୱସ୍ତି । ଅଗଷ୍ଟ ୨୮ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଲେ ହାଇକୋର୍ଟ । ଅଧିକ ପଢନ୍ତୁ

acf soumya ranjan death case
acf soumya ranjan death case
author img

By

Published : Jul 31, 2023, 3:08 PM IST

କଟକ: ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟ ମହାପାତ୍ର ମୃତ୍ୟୁ ମାମଲା। ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ହାଇକୋର୍ଟରୁ ପୁଣି ମିଳିଲା ସାମାନ୍ୟ ଆଶ୍ୱସ୍ତି । ଅଗଷ୍ଟ ୨୮ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଲେ ହାଇକୋର୍ଟ । ପାରଳାଖମୁଣ୍ଡି ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ଉଭୟ ହାଇକୋର୍ଟରେ ହାଜର ହୋଇଥିଲେ । ଉଭୟଙ୍କ ବିରୋଧରେ NBW ଜାରି କରିଥିଲେ ପାରଳାଖମୁଣ୍ଡି SDJM କୋର୍ଟ ।

ସୂଚନା ମୁତାବକ, ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ DFO ସଂଗ୍ରାମ କେଶରୀ ବେହେରା ଏବଂ ରାଷେୟା ମନ୍ମଥ କୁମ୍ଭଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ ଜାରି ହୋଇଥିଲେ ମଧ୍ୟ ସେମାନେ ହାଜର ହୋଇ ନଥିଲେ । ଫଳରେ ପାରଳାଖେମୁଣ୍ଡି SDJM କୋର୍ଟ 3ଜଣଙ୍କ ବିରୁଦ୍ଧରେ ଜାମିନ ବିହୀନ ପରୱାନା ଜାରି କରିଥିଲେ । ଏହାର ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବାରମ୍ବାର କୋର୍ଟଙ୍କ ସମନ ପରେ ମଧ୍ୟ କୋର୍ଟରେ ଭଭୟ ହାଜର ହେଉନଥିଲେ ।

କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଥିବାବେଳେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଦୋଷୀ କହିବା ସହ ଅନ୍ୟ 2 ଜଣଙ୍କୁ କ୍ଳିନ୍ ଚିଟ୍ ଦେଇଥିଲା । ତେବେ ଏହାର ପ୍ରତିବାଦରେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର କୋର୍ଟଙ୍କ ଦ୍ବାରସ୍ଥ ହୋଇ ଏହି ମାମଲାର ପୁନଃ ବିଚାର ପାଇଁ ଆବେଦନ କରିଥିଲେ । ଅଭିରାମଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି SDJMଙ୍କ ଅଦାଲତରେ ମାମଲା ବିଚାରଧୀନ ରହିଥିଲା ।

ତେବେ ପୂର୍ବରୁ ନିମ୍ନ ଅଦାଲତ ଦେଇଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରି ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । କୋର୍ଟ ଏହି ମାମଲାର ବିଚାରକରି ପରବର୍ତ୍ତୀ ଶୁଣାଣି ସମୟ ପର୍ଯ୍ୟନ୍ତ ଆବେଦନକାରୀଙ୍କ ବିରୋଧରେ କୌଣସି ପ୍ରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ଅଗଷ୍ଟ ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଥିବା ବେଳେ ଏହି ସମୟ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି କୋର୍ଟ। ତେବେ ଏହି ମାମଲାରେ ଉଭୟ ପ୍ରତିପକ୍ଷ ରାଜ୍ୟ ସରକାର ଓ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କୁ ନୋଟିସ ଜାରି କରିଥିଲେ ହାଇକୋର୍ଟ । ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ- ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ବିଦ୍ୟାଭାରତୀଙ୍କ ପରେ ଅନ୍ୟ ଦୁଇ ଜଣଙ୍କୁ ଆଶ୍ବସ୍ତି

ସୂଚନାଯୋଗ୍ୟ ଯେ, ଏସିଏଫ ସୌମ୍ୟଙ୍କ ହତ୍ୟା ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ନେଇ ତାଙ୍କ ବାପା ଅସନ୍ତୋଷ ପ୍ରକାଶ କରିବା ସହ ପୁଅକୁ ହତ୍ୟା କରାଯାଇଥିବା ନେଇ ତଳକୋର୍ଟରେ ଆବେଦନ କରିଥିଲେ । ଏନେଇ ପାରଳାଖେମୁଣ୍ଡି SDJM ଅଦାଲତ ଏହି ଆବେଦନକୁ ବିଚାର ପାଇଁ ଗ୍ରହଣ କରିବା ସହ ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫ୍ଓ, ସେମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ରୋଷେୟା ମନ୍ମଥଙ୍କୁ ହାଜର ହେବା ପାଇଁ ନୋଟିସ୍ ଜାରି କରିଥିଲେ । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଆବେଦନ ରେକର୍ଡ଼ କରାଯାଇଥିବା ସାକ୍ଷୀଙ୍କ ବୟାନ ଓ ତଦନ୍ତ ସମୟରେ ସଂଗ୍ରହ କରାଯାଇଥିବା ଅନ୍ୟାନ୍ୟ ଦସ୍ତାବିଜକୁ ତର୍ଜମା କରି ଅଦାଲତ ଏପରି ନିର୍ଦ୍ଦେଶ ଦେଇଥିଲେ । ତେବେ ତଳକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ତତ୍କାଳୀନ ଡିଏଫଓ ଓ ବିଦ୍ୟାଭାରତୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.