କଟକ: ଯଶସ୍ବୀ ସାହିତ୍ୟିକ ପ୍ରଖ୍ୟାତ କବି ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ପରଲୋକ ହୋଇଛି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ସେ ଅଗଷ୍ଟ 4ତାରିଖରୁ ଏସସିବି ବଡ ମେଡିକାଲ ଚିକିତ୍ସିତ ହେଉଥିଲେ । ଗତକାଲି (ରବିବାର) ରାତିରେ ତାଙ୍କର ଦେହାନ୍ତ ହୋଇଛି । 95 ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର । ଆଜି (ସୋମବାର) ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଜୟନ୍ତ ମହାପ୍ରାତ୍ରଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ ସମ୍ପନ୍ନ: ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ଲେଖାରେ ଓଡିଶା ମାଟିର ମହକ ଥିଲା । କବିତାରେ ସାଧାରଣ ଲୋକଙ୍କ ଜୀବନ ବାରି ହୋଇ ପଡୁଥିଲା । ଇଂରାଜୀ ସାହିତ୍ୟ ତଥା କବିତା ରଚନାରେ ଜୟନ୍ତ ମହାପାତ୍ରଙ୍କ ରହିଥିଲା ସ୍ବତନ୍ତ୍ର ପରିଚୟ । କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ନିମୋନିଆ ଓ କିଡନୀ ରୋଗରେ ପୀଡିତ ଥିଲେ । ଅକ୍ସିଜେନ ପରିମାଣ କମିବାରୁ ନିଶ୍ବାସ ନେବାରେ ସମସ୍ୟା ଉପୁଜିଥିଲା । ଏନେଇ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଜୟନ୍ତ ପଣ୍ଡା ତାଙ୍କର ଚିକିତ୍ସା କରୁଥିଲେ । ସେ ଭଲ ହୋଇ ଆସୁଥିଲେ ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା । ରବିବାର ରାତି 9ଟାରେ ତାଙ୍କର ପରଲୋକ ହୋଇଥିବା ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ତାଙ୍କ ବିୟୋଗରେ ଭାରତୀୟ ସାରସ୍ୱତ ଜଗତରେ ଶୋକର ଛାୟା ଖେଳିଯାଇଛି । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଖାନନଗରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।
2009ରେ ପଦ୍ମଶ୍ରୀ ସମ୍ମାନିତ ହୋଇଥିଲେ ଜୟନ୍ତ: ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ଲେଖାଗୁଡିକ ମଧ୍ୟରେ ସ୍ବୟଂବର, ପ୍ରତୀକ୍ଷା, ସମ୍ପର୍କ, ବଳୀ, କହିବି ଗୋଟିଏ କଥା, ବାୟା ରାଜା, ଟିକିଏ ଛାଇ, ଭୋର ମୋତିର କାନଫୁଲ ରଚନା କରି ସାହିତ୍ୟକୁ ସମୃଦ୍ଧ କରିଥିଲେ । ସେହିପରି ଇଂରାଜୀ କବିତା ପୁସ୍ତକ 'କ୍ଲୋଜ ଜି ସ୍କାର', ରେନ ଅଫ ଟାଇମ୍ସ, ଲାଇଫ ସାଇନ୍ସ ଏବଂ ହ୍ବାଇଟନେସ ଅଫ ବୋନ ଆଦି ସଂକଳନ ବେଶ ଆଦୃତ ଲାଭ କରିଥିଲା । 2019ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଫୋଲୋସିପ ଏବଂ 2009ରେ ପଦ୍ମଶ୍ରୀ ସମ୍ମାନିତ ହୋଇଥିଲେ । ସେବେ ଇନଟଲେରାନ୍ସକୁ ନେଇ ବିବାଦ ଉଠିଥିଲା ସେତେବେଳେ ସେ ଏହି ପୁରସ୍କାର ଫେରାଇ ଦେବା ପାଇଁ କହି ଚର୍ଚ୍ଚାକୁ ଆସିଥିଲେ । 2010ରେ ସାରଳା ସମ୍ମାନ, ଗଙ୍ଗାଧର ଜାତୀୟ ସମ୍ମାନ ପାଇଥିଲେ । ବିଦେଶରେ ମଧ୍ୟ ଅସାଧାରଣ ପ୍ରତିଭା ତଥା ସାହିତ୍ୟ ସାଧନା ପାଇଁ ସମ୍ମାନିତ ହୋଇଛନ୍ତି ।
ଏହା ବି ପଢନ୍ତୁ....ଓଡିଶା ସାହିତ୍ୟ ଏକାଡେମୀ ସଚିବଙ୍କ ପରଲୋକ, ଦୁଇଦିନ ପୂର୍ବରୁ ଦୁର୍ଘଟଣାର ହୋଇଥିଲେ ଶିକାର
-
ଯଶସ୍ଵୀ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସାହିତ୍ୟ ଜଗତରେ ଏହା ଏକ ଅପୂରଣୀୟ ଶୂନ୍ୟସ୍ଥାନ। ଉଭୟ ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟରେ ଅନନ୍ୟ ସୃଜନସୃଷ୍ଟି ତାଙ୍କୁ ସର୍ବଦା ଅମର କରି ରଖିବ। ମହାନ ସାହିତ୍ୟିକଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) August 27, 2023 " class="align-text-top noRightClick twitterSection" data="
">ଯଶସ୍ଵୀ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସାହିତ୍ୟ ଜଗତରେ ଏହା ଏକ ଅପୂରଣୀୟ ଶୂନ୍ୟସ୍ଥାନ। ଉଭୟ ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟରେ ଅନନ୍ୟ ସୃଜନସୃଷ୍ଟି ତାଙ୍କୁ ସର୍ବଦା ଅମର କରି ରଖିବ। ମହାନ ସାହିତ୍ୟିକଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) August 27, 2023ଯଶସ୍ଵୀ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସାହିତ୍ୟ ଜଗତରେ ଏହା ଏକ ଅପୂରଣୀୟ ଶୂନ୍ୟସ୍ଥାନ। ଉଭୟ ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟରେ ଅନନ୍ୟ ସୃଜନସୃଷ୍ଟି ତାଙ୍କୁ ସର୍ବଦା ଅମର କରି ରଖିବ। ମହାନ ସାହିତ୍ୟିକଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) August 27, 2023
ଜୟନ୍ତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ: ନିଜ ଲେଖା ମାଧ୍ୟମରେ ପ୍ରସିଦ୍ଧି ଲାଭ କରିଥିବା କିମ୍ବଦନ୍ତୀ ଜୟନ୍ତ ପଟ୍ଟନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ବିଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଛନ୍ତି, ''ଯଶସ୍ବୀ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ସାହିତ୍ୟ ଜଗତରେ ଏହା ଏକ ଅପୂରଣୀୟ ଶୂନ୍ୟସ୍ଥାନ । ଉଭୟ ଓଡିଆ ଏବଂ ଇଂରାଜୀ ସାହିତ୍ୟରେ ଅନନ୍ୟ ସୃଜନସୃଷ୍ଟି ତାଙ୍କୁ ସର୍ବଦା ଅମର କରି ରଖିବ । ମହାନ ସାହିତ୍ୟିକଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି ।''
-
Hon'ble Governor is saddened to learn about the sad demise of famous English poet from #Odisha, Jayanta Mahapatra and conveyed his condolences to his family, followers & readers. 'He was among the most widely read Indian English poets,' expressed the Governor.
— Governor Odisha (@GovernorOdisha) August 27, 2023 " class="align-text-top noRightClick twitterSection" data="
">Hon'ble Governor is saddened to learn about the sad demise of famous English poet from #Odisha, Jayanta Mahapatra and conveyed his condolences to his family, followers & readers. 'He was among the most widely read Indian English poets,' expressed the Governor.
— Governor Odisha (@GovernorOdisha) August 27, 2023Hon'ble Governor is saddened to learn about the sad demise of famous English poet from #Odisha, Jayanta Mahapatra and conveyed his condolences to his family, followers & readers. 'He was among the most widely read Indian English poets,' expressed the Governor.
— Governor Odisha (@GovernorOdisha) August 27, 2023
ସେହିପରି ପ୍ରଫେସର ଗଣେଶୀ ଲାଲ ଶୋକ ପ୍ରକାଶ କରି କହିଛନ୍ତି,'' ବିଶିଷ୍ଟ ସାହିତ୍ୟିକ ଇଂରାଜୀ କବି ଜୟନ୍ତ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଜଣେ ଭାରତୀୟ ଇଂରାଜୀ କବି ଭାବରେ ସେ ବେଶ ଜଣାଶୁଣା ଥିଲେ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ସମବେଦନା ।''
-
ଖ୍ୟାତିସମ୍ପନ୍ନ କବି ତଥା ବିଶିଷ୍ଟ ସାରସ୍ୱତ ସାଧକ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କର ସାହିତ୍ୟରେ ଓଡ଼ିଶା ମାଟିର କଥା ପ୍ରସ୍ଫୁଟିତ ହୁଏ । କବିତା ମାଧ୍ୟମରେ ସାଧାରଣ ଲୋକଙ୍କ ଜୀବନ ଯାତ୍ରାର କଥା କହିବା ଥିଲା ତାଙ୍କର ଅନନ୍ୟ କୃତି । ତାଙ୍କ ବିୟୋଗରେ ସାହିତ୍ୟ ଜଗତ ଜଣେ ଉଜ୍ଜ୍ୱଳ…
— Dharmendra Pradhan (@dpradhanbjp) August 27, 2023 " class="align-text-top noRightClick twitterSection" data="
">ଖ୍ୟାତିସମ୍ପନ୍ନ କବି ତଥା ବିଶିଷ୍ଟ ସାରସ୍ୱତ ସାଧକ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କର ସାହିତ୍ୟରେ ଓଡ଼ିଶା ମାଟିର କଥା ପ୍ରସ୍ଫୁଟିତ ହୁଏ । କବିତା ମାଧ୍ୟମରେ ସାଧାରଣ ଲୋକଙ୍କ ଜୀବନ ଯାତ୍ରାର କଥା କହିବା ଥିଲା ତାଙ୍କର ଅନନ୍ୟ କୃତି । ତାଙ୍କ ବିୟୋଗରେ ସାହିତ୍ୟ ଜଗତ ଜଣେ ଉଜ୍ଜ୍ୱଳ…
— Dharmendra Pradhan (@dpradhanbjp) August 27, 2023ଖ୍ୟାତିସମ୍ପନ୍ନ କବି ତଥା ବିଶିଷ୍ଟ ସାରସ୍ୱତ ସାଧକ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କର ସାହିତ୍ୟରେ ଓଡ଼ିଶା ମାଟିର କଥା ପ୍ରସ୍ଫୁଟିତ ହୁଏ । କବିତା ମାଧ୍ୟମରେ ସାଧାରଣ ଲୋକଙ୍କ ଜୀବନ ଯାତ୍ରାର କଥା କହିବା ଥିଲା ତାଙ୍କର ଅନନ୍ୟ କୃତି । ତାଙ୍କ ବିୟୋଗରେ ସାହିତ୍ୟ ଜଗତ ଜଣେ ଉଜ୍ଜ୍ୱଳ…
— Dharmendra Pradhan (@dpradhanbjp) August 27, 2023
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଦୁଃଖ ପ୍ରକାଶ କରି କହିଛନ୍ତି, ''ଖ୍ୟାତିସମ୍ପନ୍ନ କବି ତଥା ବିଶିଷ୍ଟ ସାରସ୍ବତ ସାଧକ ଜୟନ୍ତ ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କର ସାହିତ୍ୟରେ ଓଡିଶା ମାଟିର କଥା ପ୍ରସଫୁଟିତ ହୁଏ । କବିତାରେ ସାଧାରଣ ଲୋକଙ୍କ ଜୀବନ ଯାତ୍ରା କଥା କହିବା ଥିଲା ତାଙ୍କର ଅନନ୍ୟ କୃତି । ତାଙ୍କ ବିୟୋଗରେ ସାହିତ୍ୟ ଜଗତ ଜଣେ ଉଜ୍ଜ୍ବଳ ପ୍ରତିଭାଙ୍କୁ ହରାଇଲା । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ସମବେଦନା ।''
ଇଟିଭି ଭାରତ, କଟକ