ETV Bharat / state

ଅଜବ ମଣିଷ: 10 ବର୍ଷ ମଧ୍ୟରେ 1200 ଅନ୍ତିମ ସଂସ୍କାର - ଶବର ସାଥୀ ଅଭିମନ୍ୟୁ

କଟକ ବଡ଼ ମେଡିକାଲ ଓ ଆଚାର୍ଯ୍ୟ ହରିହର କର୍କଟ ମେଡିକାଲରେ ମୃତ୍ୟୁବରଣ କରୁଥିବା ପରିତ୍ୟକ୍ତ ମୃତଦେହର ସାଥୀ ସାଜିଛନ୍ତି ଅଭିମନ୍ୟୁ ଦାସ। ମନରେ ତାଙ୍କର ନାହିଁ ପର ଆପଣାର ଭେଦଭାବ । ପରିବାର ଲୋକ ପରି ମଶାଣିକୁ ନେଇ ସମସ୍ତ ରୀତିନୀତି ସହ ସେ କରନ୍ତି ଶେଷକୃତ୍ୟ । କେବଳ ସେତିକି ନୁହେଁ କର୍କଟ ରୋଗରେ ପୀଡିତ ରୋଗୀଙ୍କ ମଧ୍ୟ ସେ କରନ୍ତି ଅନବରତ ସେବା ।

od_ctc_02_dead body friend abhimanyu
ଅଜବ ମଣିଷ: 10 ବର୍ଷ ମଧ୍ୟରେ 1200 ଅନ୍ତିମ ସଂସ୍କାର
author img

By

Published : Jul 30, 2020, 2:40 PM IST

Updated : Jul 30, 2020, 3:42 PM IST

କଟକ: ଏମିତି ଜଣେ ମଣିଷ, ଯିଏ ମଣିଷ ସେବାକୁ ନିଜ ଜୀବନ ବ୍ରତ କରି ସାରିଛନ୍ତି । କଟକ ବଡ଼ ମେଡିକାଲ ଓ ଆଚାର୍ଯ୍ୟ ହରିହର କର୍କଟ ମେଡିକାଲରେ କର୍କଟ ରୋଗୀଙ୍କୁ ସେ କରନ୍ତି ସେବା । ଏହାସହ ତାଙ୍କର ଆଉ ଏକ ପରିଚୟ ହେଉଛି ‘ଶବର ସାଥୀ’ । ସେ ହେଉଛନ୍ତି କଟକ ନେତାଜୀ ନଗର ଅଞ୍ଚଳରେ ରହୁଥିବା ଅଭିମନ୍ୟୁ ଦାସ ।

ଅଜବ ମଣିଷ: 10 ବର୍ଷ ମଧ୍ୟରେ 1200 ଅନ୍ତିମ ସଂସ୍କାର

ପ୍ରାୟ 10 ବର୍ଷରୁ ଅଧିକ ସମୟ ଧରି ସେ ନିଃସ୍ଵାର୍ଥପର ଭାବେ ପରିତ୍ୟକ୍ତ ମୃତଦେହମାନଙ୍କର ଯଥୋଚିତ ରୀତିନୀତିରେ ସତ୍କାର କରି ଆସୁଛନ୍ତି ।

ମନରେ କୌଣସି ପର ଆପଣା ନ ରଖି ସେ ଏହି କାମ ବେଶ୍‌ ସୁଚାର ରୂପେ କରି ଆସୁଛନ୍ତି । ମନରେ ଘୃଣା ଭାବକୁ ପଛରେ ପକାଇ ସମାଜ ପାଇଁ କିଛି କରିବାକୁ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି ଅଭିମନ୍ୟୁ । ଏସସିବି ଓ କର୍କଟ ମେଡିକାଲରେ କର୍କଟ ରୋଗୀଙ୍କର ନିରନ୍ତର ସେବା କରିବା ସହ ଏପର୍ଯ୍ୟନ୍ତ ପ୍ରାୟ 1200 ମୃତଦେହର ଶେଷକୃତ୍ୟ କରି ସାରିଛନ୍ତି । ଯେଉଁ ମୃତଦେହ ପାଖରେ କେହିନଥାନ୍ତି, ତାହା ପାଖରେ ପହଞ୍ଚିଯାନ୍ତି ଅଭିମନ୍ୟୁ । ତାଙ୍କର ଏହି କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଥିବାବେଳେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ମଧ୍ୟ ଟ୍ବିଟ କରି ଭୁରି ଭୁରି ପ୍ରଶଂସା କରିଛନ୍ତି ।

ପ୍ରତ୍ୟେକ ମଣିଷ ସେ ଧନୀ ହେଉ ଅବା ଗରିବ, ସେ ଯେକୌଣସି ଜାତି ଧର୍ମ ଓ ବର୍ଣ୍ଣର ହେଇଥାଉ, ମୃତ୍ୟୁ ପରେ ତାର ସମ୍ମାନ ଜନକ ଅନ୍ତିମ ସଂସ୍କାର କରାଯିବା ଆମ ସଭ୍ୟତା ଓ ସଂସ୍କୃତିର ପରିଚାୟକ । ଏହାକୁ ହୃଦବୋଧ କରିଛନ୍ତି ଅଭିମନ୍ୟୁ ଆଉ ଏହା ତାଙ୍କୁ ଦିଏ ବେଶ୍‌ ଆତ୍ମସନ୍ତୋଷ ।

ବର୍ତ୍ତମାନ ଯୁଗରେ ଅଭିମନ୍ୟୁଙ୍କ ପରି ମଣିଷ ବିରଳ, ଯିଏ କି ବିନା କୌଣସି ସ୍ବାର୍ଥରେ ‘ସେବା ପରମ ଧର୍ମ’ ବୋଲି ଗ୍ରହଣ କରି ନେଇଛନ୍ତି । ତାଙ୍କର ଏହି କାର୍ଯ୍ୟରୁ ଅନେକ ଯୁବକ ମଧ୍ୟ ପାଇଛନ୍ତି ପ୍ରେରଣା । ତେବେ ହାତ ଗୋଡ଼ ଚାଲିଥିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ କରିବେ ବୋଲି କହିଛନ୍ତି ‘ଶବର ସାଥୀ’ ଅଭିମନ୍ୟୁ ଦାସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jul 30, 2020, 3:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.