କଟକ: ନଭେମ୍ବର 1ରେ କଟକ ସ୍ଥିତ ଆନନ୍ଦ ଭବନ ଭିତରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ସହ ଦୁର୍ବ୍ୟବହାର କରିଥିଲେ ଜଣେ ଯୁବକ । ଯାହାର ଏକ ଭିଡିଓ ଭାଇରାଲ ହୋଇଥିଲା ସୋସିଆଲ ମିଡିଆରେ । ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଦୁର୍ବ୍ୟବହାର କରିଥିବା ଯୁବକ ଜଣଙ୍କ କ୍ଷମା ପ୍ରାର୍ଥନା କରିଛନ୍ତି ।
ଏକ ଭିଡିଓ ମାଧ୍ୟମରେ ସେ ଭୁଲ ସ୍ବୀକାର କରିବା ସହ ବିଜେଡି ଓ ରାଜ୍ୟବାସୀ ତାଙ୍କୁ କ୍ଷମା କରିଦେବେ ବୋଲି ପ୍ରାର୍ଥନା କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ