ETV Bharat / state

ବନ୍ଦ ଥିଲା ହସ୍ପିଟାଲ, ବିପଦପୂର୍ଣ୍ଣ ପ୍ରସବ କଲେ ପ୍ରସୂତି - ଗୁରୁଡିଝାଟିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର

ଆଠଗଡ ଗୁରୁଡିଝାଟିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚିକିତ୍ସାଳୟ ବନ୍ଦ ଥିବାରୁ ବାହାରେ ପ୍ରସବ କଲେ ପ୍ରସୂତି ।

ଫଟୋ ସୌଜନ୍ୟ: ବ୍ୟୁରୋ
author img

By

Published : Sep 1, 2019, 10:52 PM IST

କଟକ: ଆଠଗଡ ଗୁରୁଡିଝାଟିଆ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସବ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ କଟକ ସିଡିଏମଓ । ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଘଟିଥିବା ଅଭାବନୀୟ ଘଟଣା ପରେ ପଦାରେ ପଡିଛି ସ୍ବାସ୍ଥ୍ୟ ବିଭାଗର ନଗ୍ନଚିତ୍ର । ଗୋଟିଏ ପଟେ ସରକାର ନିଜକୁ ମହିଳା ସରକାର କହୁଥିବାବେଳେ ଅନ୍ୟପଟେ ଏଭଳି ଦୃଶ୍ୟ ସ୍ବାସ୍ଥ୍ୟ ସେବାର ବାସ୍ତବତାକୁ ଦର୍ଶାଉଛି । ଆସନ୍ନ ପ୍ରସବ ମହିଳାଙ୍କ ପାଇଁ ବନ୍ଦ ଥିଲା ସରକାରୀ ହସ୍ପିଟାଲ । ଏଥିଯୋଗୁଁ ହସ୍ପିଟାଲ ବାହାରେ ପ୍ରସବ କଲେ ପ୍ରସୂତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ

ସୂଚନାନୁସାରେ, ଖମାର ନୂଆଗାଁର କୁନି ମହାରଣା ପ୍ରସବ ପାଇଁ ଗୁରୁଡିଝାଟିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଯାଇଥିଲେ । ହେଲେ ସ୍ବାସ୍ଥ୍ୟକେନ୍ଦ୍ର ବନ୍ଦ ଥିବାରୁ କୁନି ହସ୍ପିଟାଲରେ ବାହାରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ତେବେ ହସ୍ପିଟାଲ ବାହାରେ ପ୍ରସୂତି ଜଣକ ଶିଶୁକନ୍ୟାକୁ ଅତି ବିପଦଜନ୍ନକ ଭାବେ ହାତରେ ଧରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚିବା ଚିତ୍ର ଦେଖି ଯେକୌଣସି ବ୍ୟକ୍ତିଙ୍କ ଛାତି ଥରି ଉଠିବ । ମାତ୍ର ଜନ୍ମ ପରେ ଶିଶୁକନ୍ୟାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଏଭଳି ଘଟଣା ସାମନାକୁ ଆସିବା ପରେ କାହା ପାଇଁ ଜନନୀ ସୁରକ୍ଷା ଯୋଜନା ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.