ETV Bharat / state

ପହିଲି ପଞ୍ଚୁକରେ ଧବଳେଶ୍ବରଙ୍କ ବଡସିଂହାର ବେଶ, ପ୍ରତିକୂଳ ପାଗ ସତ୍ତ୍ବେ ପ୍ରବଳ ଭିଡ - ପଞ୍ଚୁକରେ ଭକ୍ତଙ୍କ ପ୍ରବଳ ଭିଡ଼

ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ପଞ୍ଚକ ବ୍ରତ ଓ ବଡ ଓଷା ପର୍ବ । ଏହି ଉପଲକ୍ଷେ ଚଳଚଞ୍ଚଳ ହୋଇ ଉଠିଛି ଧବଳେଶ୍ବର ପୀଠ।

ପଞ୍ଚୁକରେ ଧବଳେଶ୍ବରଙ୍କ ବଡସିଂହାର ବେଶ
author img

By

Published : Nov 8, 2019, 3:21 PM IST

କଟକ: ପୁଣ୍ୟ ଓ ଧର୍ମର ମାସ କାର୍ତ୍ତିକ ମାସର ଆଜି ହେଉଛି ପହିଲି ପଞ୍ଚୁକ । ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ପଞ୍ଚକ ବ୍ରତ ଓ ବଡ ଓଷା ପର୍ବ । ଏହି ଉପଲକ୍ଷେ ଚଳଚଞ୍ଚଳ ହୋଇ ଉଠିଛି ଧବଳେଶ୍ବର ପୀଠ।

ମାସ ଯାକ ପବିତ୍ର କାର୍ତ୍ତିକ ବ୍ରତ ନିଷ୍ଠାର ସହ ପାଳିବା ପରେ ଶେଷ ପର୍ଯ୍ୟାୟରେ 5ଦିନ ଧରି ହବିଷ୍ୟାଳି ତଥା ଅନ୍ୟମାନେ ପଞ୍ଚୁକ ପାଳିଥାନ୍ତି । ଏହି ଅବସରରେ ପ୍ରତିକୂଳ ପାଗ ସତ୍ତ୍ବେ ମଧ୍ୟ ଧବଳେଶ୍ବରରେ ଭକ୍ତଙ୍କ ପ୍ରବଳ ଭିଡ ହୋଇଛି । ଭୋର ୩ ଟାରୁ ପ୍ରଥମ ପହଡ ଖୋଲାଯାଇ ମଙ୍ଗଳ ଆଳତୀ,୧୦୮ କଳସ ଜଳରେ ସ୍ନାନ ପରେ ବାବାଙ୍କୁ ସୁସଜ୍ଜିତ ପୁଷ୍ପରେ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା ।

ପଞ୍ଚୁକରେ ଧବଳେଶ୍ବରଙ୍କ ବଡସିଂହାର ବେଶ

ପହିଲି ପଞ୍ଚୁକରେ ଧବଳେଶ୍ବରଙ୍କ ବଡସିଂହାର ବେଶ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି। ପ୍ରତିକୂଳ ପାଗ ସତ୍ତ୍ବେ ୧୦ ହାଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ପଞ୍ଚୁକ ପାଇଁ ପୋଲିସ ଓ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ପାଖାପାଖି ୧୬ ପ୍ଲାଟୁନ ପୋଲିସ ଫୋର୍ସ, ସିସିଟିଭି, ମଞ୍ଚେଶ୍ବର ଘାଟରୁ ୧୦ ଟି ଡଙ୍ଗାରେ ପାର ଉତ୍ତାର ବ୍ୟବସ୍ଥା ସହିତ ବ୍ୟାରିକେଟ ଦେଇ ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ କରିବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ପଞ୍ଚୁକ ପାଞ୍ଚଦିନ ଝୁଲାପୋଲରେ ଯାତାୟତ ପାଇଁ ପାଞ୍ଚଟଙ୍କା ଧାର୍ଯ୍ୟ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:
ପୂଣ୍ଯର ମାସ କାର୍ତ୍ତିକ ମାସର ଆଜି ହେଉଛି ପହିଲି ପଞ୍ଚୁକ ।ଓଡିଶାର ଅନ୍ଯତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ପଞ୍ଚକ ବ୍ରତ ଓ ବଡ ଓଷା ପର୍ବ ।ଏହି ଉପଲକ୍ଷେ ଚଳଚଞ୍ଚଳ ହୋଇ ଉଠିଛି ଧବଳେଶ୍ବର ପୀଠ।୩ ଟାରୁ ପ୍ରଥମ ପହଡ ଖୋଲାଯାଇ ମଙ୍ଗଳ ଆଳତି,୧୦୮ କଳସ ଜଳରେ ସ୍ନାନ ପରେ ବାବାଙ୍କୁ ସୁସଜ୍ଜିତ ପୁଷ୍ପରେ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା ।ପହିଲି ପଞ୍ଚୁକ ରେ ଧବଳେଶ୍ବର ଙ୍କ ବଡସିଂହାର ବେଶ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ରହିଛି ବିଶ୍ବାସ।ପ୍ରତିକୂଳ ପାଗ ସତ୍ତ୍ୱେ ୧୦ ହାଜାରରୁ ଉର୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।ପଞ୍ଚୁକ ପାଇଁ ପୋଲିସ ଓ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।୧୬ ପ୍ଲାଟୁନ ପୋଲିସ ଫୋର୍ସ, ସିସିଟିଭି,ମଞ୍ଚେଶ୍ବର ଘାଟରୁ ୧୦ ଟି ଡଙ୍ଗାରେ ପାର ଉତ୍ତାର ବ୍ୟବସ୍ଥା ସହିତ ବ୍ୟାରେକେଟ ଦେଇ ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ କରି ବେ ସେଥିପାଇଁ ମଧ୍ଯ ବ୍ୟବସ୍ଥା କରାଯାଇଛି।ପଞ୍ଚୁକ ପାଞ୍ଚଦିନ ଝୁଲାପୋଲ ରେ ଯାତାୟତ ପାଇଁ ପାଞ୍ଚଟଙ୍କା ଧାର୍ଯ୍ୟ କରାଯାଇଛି।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.