ETV Bharat / state

ଆସନ୍ତା 20ରୁ କଟକରେ ଲକଡାଉନରେ ସାମନ୍ୟ କୋହଳ, ଦିନ ମଜୁରିଆଙ୍କୁ ଆଶ୍ବସ୍ତି

author img

By

Published : Apr 16, 2020, 12:40 PM IST

କୋରୋନା ପାଇଁ ଲକଡାଉନ ଜାରି ରହିଥିବାବେଳେ ସବୁଠୁ ଅଧିକ ଅସୁବିଧା ଭୋଗୁଛନ୍ତି ଦିନ ମଜୁରିଆ । ଯାହାକୁ ନେଇ ଆସନ୍ତା 20ରୁ ଲକଡାଉନ ନିୟମରେ ହେବ ସାମନ୍ୟ କୋହଳ । ଅଧିକ ପଢନ୍ତୁ...

laborers
ଆସନ୍ତା 20ରୁ କଟକରେ ଲକଡାଉନରେ ସାମନ୍ୟ କୋହଳ

କଟକ: ଆସନ୍ତା 20ରୁ ଲକଡାଉନ ନିୟମରେ ହେବ ସାମନ୍ୟ କୋହଳ । ପ୍ରଥମ ପର୍ଯାୟରେ ଶ୍ରମିକ ଓ ଦିନ ମଜୁରିଆଙ୍କୁ ମିଳିବ ଆସ୍ୱସ୍ତି । ଘର ନିର୍ମାଣ କାମରେ ସାମନ୍ୟ କୋହଳ ହେବ ନିୟମ । ଏନେଇ କଟକ ଡିସିପି କାର୍ଯ୍ୟାଳୟରେ ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ବସିଲା ସ୍ୱତନ୍ତ୍ର ବୈଠକ ।

ଏହି ଗୃହ ନିର୍ମାଣ କାମରେ ମିସ୍ତ୍ରୀ ଓ ଶ୍ରମିକ ମାନଙ୍କୁ ହଇରାଣ କରିବନି ପୋଲିସ । ସେହିପରି ରଡ଼, ସିମେଣ୍ଟ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକ ସାମଗ୍ରୀ ବିକ୍ରି ପାଇଁ ଅନୁମୋଦନ ମିଳିଥିବା ଜଣାପଡିଛି । ଏହାସହ ଶ୍ରମିକ ଓ ମିସ୍ତ୍ରୀ ମାନେ ଯେଉଁ ଗାଡିରେ ଯିବେ ତାଙ୍କୁ ମଧ୍ୟ ନ ଅଟକାଇବା ପାଇଁ ନିଷ୍ପତ୍ତି ହୋଇଛି ।

ତେବେ ଏହି ନିୟମରେ ଯଦି କିଛି ତ୍ରୁଟି ପରିଲକ୍ଷିତ ହୁଏ ତେବେ ଏହାର ମଧ୍ୟ ପୁନଃ ଆଲୋଚନା କରାଯିବା ନେଇ ସ୍ପଷ୍ଟ କରିଛନ୍ତି କମିଶନର । ତେବେ ଏହି ବୈଠକରେ ସିପି , ଡିସିପି, ଜୋନ ସ୍ତରୀୟ ଏସିପି ଓ ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.