କଟକ: ଯୋବ୍ରା ନିକଟରେ ଥିବା ରେଳଧାରଣାରୁ ଜଣେ ବ୍ୟକ୍ତିଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର। ଟ୍ରେନରେ କଟି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ । ଘଟଣାଟି ଶୁକ୍ରବାର ଭୋର ସମୟରେ ଘଟିଥିବା ଜଣାପଡିଛି। ତେବେ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଚର୍ଚ୍ଚା କରୁଛନ୍ତି ।
ସୂଚନା ଅନୁଯାୟୀ ଯୋବ୍ରା ଅଞ୍ଚଳରେ ଥିବା ରେଳ ଓଭରବ୍ରିଜ୍ ନିକଟରେ ଏକ ଖଣ୍ଡବିଖଣ୍ଡିତ ଶରୀର ଦେଖିବାକୁ ମିଳିଥିଲା। ଏହି ବ୍ୟକ୍ତିଙ୍କର ବୟସ ୫୦ରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ରେଳଧାରଣା ଉପରକୁ ଯାଇ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଏସସିବିକୁ ପଠାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ