ETV Bharat / state

କାର ଭିତରେ ଖେଳିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଶିଶୁର ଜୀବନ - mahanga news

କାର ଭିତରେ ଖେଳିବା ସମୟରେ ଡୋର୍ ଖୋଲା ନଥିବାରୁ ଶ୍ବାସରୁଦ୍ଧ ହୋଇ ଶିଶୁର ଜୀବନ ଯାଇଛି। କଟକ ଜିଲ୍ଲାର ମାହାଙ୍ଗା ସ୍ଥିତ ବରାହୀପୁର ଗ୍ରାମରେ ଏଭଳି ଅଘଟଣ ଘଟିଛି। ଅଧିକ ପଢନ୍ତୁ

ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଶିଶୁର ଜୀବନ
ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଶିଶୁର ଜୀବନ
author img

By

Published : Jun 17, 2023, 10:50 PM IST

କଟକ: କାର ଭିତରେ ଖେଳିବା ହେଲା କାଳ । ଖେଳୁ ଖେଳୁ କାର୍ ଭିତରେ ଫସି ରହିଥିବା ଏକ ଶିଶୁର ଶ୍ବାସ ରୁଦ୍ଧ ହୋଇ ଜୀବନ ଚାଲିଯାଇଛି। ମାହାଙ୍ଗା ସ୍ଥିତ ବରାହୀପୁର ଗ୍ରାମରେ ଏଭଳି ଅଘଟଣ ଘଟିଛି। ସୂଚନା ଅନୁସାରେ ସେହି ଗ୍ରାମର ସୁବାସ ସ୍ୱାଇଁଙ୍କ ଘର ସାମ୍ନାରେ ଛିଡା ହୋଇଥିବା ଏକ ଇନୋଭା କାରରେ ତାଙ୍କ ପୁଅ ସତ୍ୟବ୍ରତ ଖେଳୁଥିଲା। ଆଉ ଶେଷରେ ଗାଡି ଭିତରେ ଅଣନିଶ୍ବାସୀ ହୋଇ ମୃତ୍ୟୁବରଣ କରିଛି ।

ସୂଚନା ଅନୁସାରେ ପ୍ରତିଦିନ ପରି ସୁବାସଙ୍କ ୫ ବର୍ଷର ପୁଅ ସତ୍ୟବ୍ରତ ଗାଡ଼ି ଭିତରେ ବସେ ଓ ବାହାରକୁ ଆସେ । ହେଲେ ରଜ ସଂକ୍ରାନ୍ତି ଦିନ ପ୍ରାୟ 1 ଟା ସମୟରେ ଗାଡ଼ି ଭିତରେ ପଶି ଯାଇଥିବାବେଳେ ଆଉ ବାହାରକୁ ଆସିପାରି ନଥିଲା ସତ୍ୟବ୍ରତ। ଦୁର୍ଭାଗ୍ୟବଶତଃ ସେଦିନ ଗାଡି ଡୋର୍ ସବୁ ଲକ୍ ହୋଇଯାଇଥିଲା। ଘର ଲୋକେ ବହୁ ଖୋଜାଖୋଜି କଲେ ସୁଦ୍ଧା ପୁଅକୁ ପାଇନଥିଲେ। ପରେ ଘର ଲୋକ ସତ୍ୟବ୍ରତକୁ ଗାଡି ଭିତରେ ଠାବ କରିଥିଲେ। କାରର ଡୋର୍ ଖୋଲା ନଥିବା କାରଣରୁ ଗାଡି ଭିତରେ ଶ୍ବାସରୁଦ୍ଧ ହୋଇ ଗୁରୁତର ଥିଲା ସତ୍ୟବ୍ରତ।

ତୁରନ୍ତ ସତ୍ୟବ୍ରତକୁ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିଲେ ପରିବାର ଲୋକେ। ମାତ୍ର ସେଠାର ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ l ପରେ ମାହାଙ୍ଗା ପୋଲିସ ପହଞ୍ଚି ମୃତଦେହ ବ୍ୟବଛେଦ କରିଥିଲା l ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ମାହାଙ୍ଗା ପୋଲିସ। ପ୍ରବଳ ଗରମ କାରଣରୁ ଅନେକ ସମୟରେ କାର୍ ଭିତରେ ପଶି ଖେଳକୁଦ କରିଥାଏ ସତ୍ୟବ୍ରତ। ହେଲେ ଭିତରେ ପଶି ଖେଳିବା ତା ପାଇଁ କାଳ ହେଲା। ଅସାବଧାନତା ହେତୁ ଶିଶୁଟିର ଜୀବନ ଚାଲିଯାଇଛି। ଅପରପକ୍ଷେ ଘଟଣାକୁ ନେଇ ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଅଭିଭାବକମାନେ ଏଥିପ୍ରତି ଆଗରୁ ସଜାଗ ରହିଥିଲେ ହୁଏତ ଏତେ ବଡ ଅଘଟଣ ଟଳିଯାଇଥାନ୍ତା। ଏନେଇ ଛୋଟ ପିଲାଙ୍କ ପ୍ରତି ଦୃଷ୍ଟି ଦେବାକୁ ଏବଂ ସଚେତନ ରହିବାକୁ ବୁଦ୍ଧିଜୀବୀଙ୍କ ମହଲରେ ମତ ପ୍ରକାଶ ପାଇଛି। ଅପରପକ୍ଷେଏନେଇ ଓଡିଶା ପୋଲିସ ତରଫରୁ ଏକ ବାର୍ତ୍ତା ଜାରି କରାଯାଇଛି। ଛୋଟ ପିଲା ଏବଂ ଗୃହପାଳିତ ପଶୁଙ୍କୁ କାର ଭିତରେ ଏକୁଟିଆ ନଛାଡିବା ପାଇଁ ପରାମର୍ଶ ଦିଆଯାଇଛି। ସାଧାରଣତଃ ବାହାରର ତାପମାତ୍ରା 40ଂ ସେଲସିୟସ ଥିବାବେଳେ କାର ଭିତର ତାପମାତ୍ରା 60ଂ ସେଲସିୟସ ହେବା ପାଇଁ ମାତ୍ର 15 ମିନିଟ ସମୟ ଲାଗିଥାଏ ବୋଲି ଜଣାପଡିଛି। ଯାହାକି ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥିବାବେଳେ ଜୀବନ ଚାଲିଯିବାର ଆଶଙ୍କା ରହିଥାଏ ବୋଲି ଟ୍ବିଟ୍ ଯୋଗେ ଓଲ୍ଲେଖ କରି ସଚେତନ କରାଇଛି ରାଜ୍ୟ ପୋଲିସ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.