ETV Bharat / state

କଟକରେ ଖୋଲିଲା ଅତ୍ୟାଧୁନିକ୍ ଫିଟନେସ୍ ଜିମ୍ - ଫିଟନେସ୍ ଜିମ୍

ଯୁବପିଢି ବିଶେଷ କରି ଖେଳାଳୀଙ୍କୁ ଫିଟ୍ ଆଉ ଫାଇନ ରଖିବା ପାଇଁ କଟକରେ ଏକ ଅତ୍ୟାଧୁନିକ ଜିମ୍ କମ ଫିଟନେସ ସେଣ୍ଟର ଉଦଘାଟିତ ହୋଇଛି । ଅଧିକ ପଢନ୍ତୁ...

କଟକରେ ଖୋଲିଲା ଅତ୍ୟାଧୁନିକ୍ ଫିଟନେସ୍ ଜିମ୍
କଟକରେ ଖୋଲିଲା ଅତ୍ୟାଧୁନିକ୍ ଫିଟନେସ୍ ଜିମ୍
author img

By

Published : Nov 17, 2020, 4:24 PM IST

Updated : Nov 17, 2020, 10:32 PM IST

କଟକ: ଯୁବପିଢି ବିଶେଷ କରି ଖେଳାଳୀଙ୍କୁ ଫିଟ୍ ଆଉ ଫାଇନ ରଖିବା ପାଇଁ କଟକରେ ଏକ ଅତ୍ୟାଧୁନିକ ଜିମ୍ କମ ଫିଟନେସ ସେଣ୍ଟର ଉଦଘାଟିତ ହୋଇଛି । ଏଠାରେ କୋରୋନା ପରବର୍ତ୍ତୀ ପରିସ୍ଥିତିରେ ନିଜକୁ କିପରି ଫିଟ ରଖାଯାଇ ପାରିବ ଏବଂ ମାନସିକ ଆଘାତ ଜନିତ ସମସ୍ୟାରୁ ବାହାରି ଆସିହେବ ସେ ନେଇ ପ୍ରଶିକ୍ଷଣ ଓ ପରାମର୍ଶ ଦିଆଯିବ ।

କଟକରେ ଖୋଲିଲା ଅତ୍ୟାଧୁନିକ୍ ଫିଟନେସ୍ ଜିମ୍

ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ହକି ଇଣ୍ଡିଆ ଟିମ ଅଧିନାୟକ ଦିଲ୍ଲୀପ ତିର୍କି ଏହାକୁ ଉଦଘାଟନ କରିଛନ୍ତି । ସମ୍ପୂର୍ଣ୍ଣ ବିଦେଶୀ ସରଞ୍ଜାମ ଓ ବୈଷୟିକ ଜ୍ଞାନ କୌଶଳରେ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ଏହି ଜିମ୍ ଓ ଫିଟନେସ ସେଣ୍ଟରରେ ଯୁବପିଢି ଓ ଖେଳାଳୀଙ୍କୁ ଫିଟ୍ ଆଣ୍ଡ ଫାଇନ୍ ଫଣ୍ଡାରେ ପ୍ରଶିକ୍ଷଣ ଓ ପରାମର୍ଶ ଦିଆଯିବ। ଏଥିସହିତ ଆହତ ଖେଳାଳିଙ୍କୁ ମଧ୍ୟ ଟ୍ରେନିଂ ଦିଆଯିବ । କେବଳ ସେତିକି ନୁହେଁ ସିଏସଆର ସ୍କିମରେ କିଛି ଭଲ ଭଲ ଖେଳାଳୀଙ୍କୁ ଏଠାରେ ବିନା ପଇସାରେ ଟ୍ରେନିଂ ନେବାକୁ ସୁଯୋଗ ମଧ୍ୟ ମିଳିବ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Nov 17, 2020, 10:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.