କଟକ: ଆଖି ବୁଜିଲେ ଗିରିଜା ପ୍ରକାଶ । ବୁଧବାର ଦୁର୍ଘଟଣାରେ ଶିକାର ହୋଇ କଟକ ବଡ଼ ମେଡ଼ିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ ଗିରିଜା । ସୂଚନା ଯୋଗ୍ୟ ବୁଧବାର କଟକ ପୋତା ପୋଖରୀ ଅଞ୍ଚଳରେ ଗିରିଜା ନିଜ ସ୍କୁଟିରେ ଯାଉଥିବା ସମୟରେ ପଛପଟୁ ଆସୁଥିବା ଏକ ଟ୍ରଲର ଧକ୍କା ଦେଇଥିଲା ।



ଏହି ଦୁର୍ଘଟଣାରେ ସ୍କୁଟିଟି ଭାଙ୍ଗି ନଷ୍ଟ ହୋଇଯାଇଥିଲା ବେଳେ, ଆରୋହୀ ଜଣକ ଗୁରୁତର ହୋଇପଡ଼ିଥିଲେ । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ସେହି ରାସ୍ତା ଦେଇ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଏକ କାର ଯୋଗେ ଏସସିବି ପଠାଇଥିଲେ । ଏପରିକି ନିଜେ ମେଡ଼ିକାଲରେ ଉପସ୍ଥିତ ରହି ଆହତ ଯୁବକଙ୍କ ଚିକିତ୍ସା କରାଇଥିଲେ । ହେଲେ ଗୁରୁବାର ଉକ୍ତ ଯୁବକଙ୍କର ମୃତ୍ୟୁ ଘଟିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ