ETV Bharat / state

ବନ କାର୍ଯ୍ୟାଳୟରେ ଅଭିଯୁକ୍ତ ମୃତ୍ୟୁ ମାମଲା, ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପତ୍ନୀ

author img

By

Published : Feb 6, 2023, 5:44 PM IST

ବନ ବିଭାଗ କଷ୍ଟଡିରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟଣା । ରେଞ୍ଜ ଅଫିସରେ ବନଅଧିକାରୀ ମାଡ଼ ଯୋଗୁ ମୃତ୍ଯୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପତ୍ନୀ । ଅଧିକ ପଢ଼ନ୍ତୁ

ବନ ବିଭାଗ କଷ୍ଟଡିରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟଣା

କଟକ: ଆଠଗଡ଼ ବନଖଣ୍ଡ ହେପାଯତରେ ଅଭିଯୁକ୍ତର ମୃତ୍ୟ ଘଟଣା । ବନ ବିଭାଗ କଷ୍ଟଡିରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟଣା ଦୁଃଖ ଦାୟକ । ଘଟଣାର ତଦନ୍ତ ପାଇଁ କଞ୍ଜରଭେଟିଭ ରାଙ୍କ୍‌ର ଜଣେ ଅଫିସରଙ୍କୁ ଆଠଗଡ଼ ପଠା ଯାଇଛି । ଆଜି(ସୋମବାର) ଭିତରେ ସେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ଅଭିଯୁକ୍ତର ମୃତଦେହ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଯଦି ଥାର୍ଡ ଡିଗ୍ରୀ ଯୋଗୁଁ ଅଭିଯୁକ୍ତର ମୃତ୍ୟୁର କାରଣ ହୋଇଥାଏ ତାହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି ଥାର୍ଡ ଡିଗ୍ରୀ ଅଭିଯୁକ୍ତର ମୃତ୍ୟୁର କାରଣ ହୋଇଥାଏ ତେବେ ରାଜ୍ୟରେ ଏହା ପ୍ରଥମ ବୋଲି କୁହାଯାଇପାରେ ବୋଲି କହିଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବିଦତ୍ତ ବିଶ୍ଵାଳ ।

ସୂଚନା ଅନୁଯାୟୀ, କିଛି ଦିନ ତଳେ ବଡ଼ମ୍ବା ଏବଂ ହିନ୍ଦୋଳ ସଂରକ୍ଷିତ ଜଙ୍ଗଲର ସୀମାବର୍ତ୍ତୀ ଅଞ୍ଚଳରୁ ଏକ ଗଳିତ ଗୁଳିବିଦ୍ଧ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ବନ ବିଭାଗ ଜଣଙ୍କୁ ଗତକାଲି ଉଠାଇ ଆଣି ଅଟକ ରଖିଥିଲା। କିନ୍ତୁ ରେଞ୍ଜରଙ୍କ ହେପାଜତରେ ଥିବା ଉକ୍ତ ଅଭିଯୁକ୍ତଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଏହାପରେ ଆଠଗଡ଼ ଥାନା ପୁଲିସ୍ ବଡ଼ମ୍ବା ରେଞ୍ଜରଙ୍କ ସମେତ ୧୫ ଜଣଙ୍କୁ ଉଠାଇ ନେଇଥିଲା । ତେବେ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା, ସେନେଇ ତଦନ୍ତ ଜାରି ରଖିଛି ଆଠଗଡ଼ ଥାନା ପୋଲିସ । ବିଭିନ୍ନ ଦିଗକୁ ନେଇ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ । ଅପରପକ୍ଷରେ ଗୋଟିଏ ପରେ ଗୋଟିଏ ଏଭଳି ବାରମ୍ବାର ଦନ୍ତା ଶିକାରକୁ ନେଇ ବଡ଼ମ୍ବା, ନରସିଂହପୁର ତଥା ଆଠଗଡ଼ ବନଖଣ୍ତ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ଛୋଟ ଦନ୍ତାହାତୀ ଶିକାର ଘଟଣା ବିଭାଗ ପାଇଁ ସମସ୍ୟା ବଢାଇଛି ।

ତେବେ ମୃତକ ହେଲେ ବଡ଼ମ୍ବା ଥାନା ଅନ୍ତର୍ଗତ ସାତଗୋଛିଆ ଗାଁର ୫୯ ବର୍ଷୀୟ ଧନେଶ୍ବର ବେହେରା । ମୃତ୍ୟୁ ଖବର ଜଣା ପଡ଼ିବା ପରେ ଆଠଗଡ଼ ଥାନାରେ ବଡମ୍ବା ରେଞ୍ଜରଙ୍କ ସମେତ 6ରୁ 7ଜଣ ବନ କର୍ମଚାରୀ ଅଟକ ରହିଛନ୍ତି । ଏହାକୁ ନେଇ ଗ୍ରାମବାସୀ ତଥା ସ୍ଥାନୀୟ ଜନ ସାଧାରଣ ରାସ୍ତାରୋକ କରିଥିଲେ । ବଡ଼ମ୍ବା ଥାନା ବଡ଼ ବାରସିଂ ଓ ଧୋବଣୀ ନାଳ ଛକରେ କଟକ ନରସିଂହପୁର 65 ନଂ ରାଜ୍ୟପଥକୁ ଅବରୋଧ କରିଥିଲେ । ଧନେଶ୍ୱରଙ୍କୁ ରେଞ୍ଜ ଅଫିସରେ ବନ ଅଧିକାରୀଙ୍କ ଅତ୍ୟଧିକ ମାଡ଼ ଯୋଗୁଁ ମୃତ୍ଯୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ।

ସ୍ଥାନୀୟ ପୋଲିସ ପ୍ରଶାସନ ଓ ବ୍ଲକ ତଥା ତହସିଲ ପ୍ରଶାସନ ସହିତ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ଆଲୋଚନା ଜାରି ରହିଛି । ଶେଷରେ ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ନେତୃବୃନ୍ଦଙ୍କ ହସ୍ତକ୍ଷେପ ପରେ ରାସ୍ତା ଅବରୋଧ ହଟିଥିଲା । ରେଡ଼ କ୍ରସ୍‌ରୁ 30,000 ଟଙ୍କା ଏବଂ DFO ତରଫରୁ 4 ଲକ୍ଷ 70 ହଜାର ଟଙ୍କା ଦିଆଯିବା ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକରୁ ହଟିଥିଲେ ଗ୍ରାମବାସୀ । ଆଠଗଡ଼ SDPO ବିଜୟ କୁମାର ବିଶି ଏବଂ ବଡ଼ମ୍ବା ତହସିଲଦାରଙ୍କ ଉପସ୍ଥିିତିରେ ଏହି ନିଷ୍ପତ୍ତି ହୋଇଛି । ଏହି ଦିଗରେ ସଠିକ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦିଆଯିବ ବୋଲି କହିଛନ୍ତି SDPO ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.