ETV Bharat / state

ବାଲିଘାଟରୁ ବେଆଇନ ବାଲି ଚାଲାଣ ପ୍ରସଙ୍ଗ, 9 ଗିରଫ

author img

By

Published : Jan 12, 2021, 7:34 AM IST

ଗୋପାଳପୁର ଅଞ୍ଚଳରୁ ବେଆଇନ ବାଲି ଚାଲାଣ ମାମଲାରେ 9 ଜଣଙ୍କୁ ସୋମବାର ଗିରଫ କରିଛି ସଦର ଥାନା ପୋଲିସ ।

ବାଲିଘାଟରୁ ବେଆଇନ ବାଲି ଚାଲାଣ ପ୍ରସଙ୍ଗ, 9 ଗିରଫ
ବାଲିଘାଟରୁ ବେଆଇନ ବାଲି ଚାଲାଣ ପ୍ରସଙ୍ଗ, 9 ଗିରଫ

କଟକ: ଗୋପାଳପୁର ଅଞ୍ଚଳରୁ ବେଆଇନ ବାଲି ଚାଲାଣ ମାମଲାରେ 9ଜଣଙ୍କୁ ସୋମବାର ଗିରଫ କରିଛି ସଦର ଥାନା ପୋଲିସ । ବେଆଇନ ବାଲି ଚାଲାଣ ସମୟରେ 11 ଜଣଙ୍କୁ ଅଟକ ରଖିଥିଲା ପୋଲିସ ।

ତେବେ ଏହି ମାମଲାରେ ଗତକାଲି 9 ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଏମାନଙ୍କ ମଧ୍ୟରେ କିଛି ଟ୍ରାକ୍ଟର ମାଲିକ ଓ କିଛି କର୍ମୀ ରହିଛନ୍ତି । ସୂଚନାନୁସାରେ, ଗତକାଲି ଘନ କୁହୁଡି ସମୟରେ ଗୋପାଳପୁର ଅଞ୍ଚଳର ଥିବା ବାଲିଘାଟରୁ 7ଟି ଟ୍ରାକ୍ଟର ସାହାଯ୍ୟରେ ବେଆଇନ ଭାବରେ ବାଲି ଚାଲାଣ ହେଉଥିବାର ଖବର ପାଇଥିଲା ପୋଲିସ ।

ଏହାପରେ ଅତର୍କିତ ଚଢାଉ କରି 11 ଜଣଙ୍କୁ ଅଟକ ରଖିଥିଲା ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.