ETV Bharat / state

ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ: ଦିନକରେ ୮୨୨୭ଟି ମାମଲାର ଫଇସଲା - ଲୋକ ଅଦାଲତରେ ୮,୨୨୭ ମାମଲାର ଫଇସଲା

ରାଜ୍ୟ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶରେ ସାରା ରାଜ୍ୟରେ ଆଜି ଏକ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮୨୨୭ ଟି ମାମଲାର ଫଇସଲା ହୋଇଛି । ଅଧିକ ପଢନ୍ତୁ...

ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୮,୨୨୭ ଟି ମାମଲାର ଫଇସଲା

author img

By

Published : Dec 19, 2020, 9:33 PM IST

କଟକ: ରାଜ୍ୟ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶରେ ସାରା ରାଜ୍ୟରେ ଆଜି (ଶନିବାର) ଏକ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଓଡିଶା ଉଚ୍ଚ ନ୍ୟାୟାଳୟ ସହ ରାଜ୍ୟର ୩୦ ଟି ଜିଲ୍ଲା ଓ ତାଲୁକ ସ୍ତରରେ ଥିବା ସମସ୍ତ ବିଚାର ବିଭାଗୀୟ ଅଦାଲତ ଅଂଶଗ୍ରହଣ କରିଛନ୍ତି ।

ରାଜ୍ୟ ଆଇନ ସେବା ପ୍ରାଧିକରଣର ପୁଷ୍ଟପୋଷାକ ତଥା ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ, ବରିଷ୍ଠ ବିଚାରପତି ତଥା ହାଇକୋର୍ଟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷା ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ନିର୍ଦ୍ଦେଶକ୍ରମେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ପ୍ରଥମ ୫ ଟି କୋର୍ଟରେ ୧୦୫ ଟି ମୋଟର ଦୁର୍ଘଟଣା କ୍ଷତିପୂରଣ ମାମଲାର ଆପୋଷ ବୁଝାମଣା ମାଧ୍ୟମରେ ଫଇସଲା କରାଯାଇଛି । ସେହିପରି ୫ କୋଟି ୭୫ ଲକ୍ଷ ୮୧ ହଜାର ଟଙ୍କାର କ୍ଷତିପୂରଣ ଦେବାପାଇଁ ବିଭିନ୍ନ ବୀମା କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି ।

ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୮,୨୨୭ ଟି ମାମଲାର ଫଇସଲା

ତେବେ ଏହି ଲୋକ ଅଦାଲତରେ ମୋଟ ୮୧ ହଜାର ୮୬୯ ଟି ମକଦ୍ଦମା ବିଚାର ପାଇଁ ଗ୍ରହଣ କରାଯାଇଥିଲା । ସେଥିରୁ ଆଜି ମୋଟ ୮୧୨୨ ଟି ମକଦମା ଫଇସଲା କରାଯାଇଛି । ଫଇସଲା ହୋଇଥିବା ମାମଲାଗୁଡିକ ମଧ୍ୟରୁ ୩୧୯ ଫୌଜଦାରୀ, ୮୨୧ ଚେକ ବାଇନ୍ସ, ୩୪୮ ଟି ବ୍ୟାଙ୍କ ଋଣ, ୯୦୩ ମୋଟର ଦୁର୍ଘଟଣା, ୪ ଟି ଶ୍ରମ ସମ୍ବନ୍ଧୀୟ, ୫୫ ଟି ବିଦ୍ୟୁତ, ୩୩୬ ଟି ପାରିବାରିକ, ୩୯ ଜମି ଅଧିକରଣ, ୧୨ ଟି ଚାକିର ସମ୍ବନ୍ଧୀୟ, ୧୧୮୫ ଟି ଦେଓ୍ବାନୀ ଏବଂ ୧୩୯୧ ଟି ଅନ୍ୟାନ୍ୟ ଫୌଜଦାରୀ ମାମଲା ଅନ୍ତର୍ଭୁକ୍ତ ରହିଛି ।

ଉକ୍ତ ଲୋକ ଅଦାଲତରେ ମୋଟ ୭୧ କୋଟି ୪୮ ଲକ୍ଷ ୫୧ ହଜାର ୩୭୧ ଟଙ୍କା ଆଦାୟ କରାଯିବା ପାଇଁ ସ୍ଥିରୀକୃତ କରାଯାଇଥିବା ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ ମିନାକ୍ଷୀ ଦାସ ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.