ETV Bharat / state

ଯୋଡା ଶିଶୁକନ୍ୟାଙ୍କ ଚିକିତ୍ସା କରିବେ ଶିଶୁଭବନର ଡାକ୍ତରୀ ଦଳ

ଯୋଡା ଶିଶୁ କନ୍ୟାଙ୍କ ଚିକିତ୍ସା ପାଇଁ ଶିଶୁ ଭବନ କର୍ତ୍ତୁପକ୍ଷ ଗଠନ କରିଛନ୍ତି 7 ଜଣିଆ ଡାକ୍ତରୀ ଟିମ । ଏହି ଟିମ ସେମାନଙ୍କ ପ୍ରତିଟି ମୁହୁର୍ତ୍ତ ଉପରେ ନଜର ରଖିଛି ।

author img

By

Published : Jul 2, 2019, 7:53 PM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, କଟକ

କଟକ: ଢେଙ୍କାନାଳର ୨ ଯମଜ ଶିଶୁକନ୍ୟାଙ୍କ ଚିକିତ୍ସା କରିବେ ୭ ଜଣିଆ ଡାକ୍ତରୀ ଦଳ । ଏନେଇ ତତ୍ପରତା ଦେଖାଇଛନ୍ତି ଶିଶୁଭବନ କର୍ତ୍ତୃପକ୍ଷ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, କଟକ

ସୋମବାର 2 ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ସେମାନଙ୍କୁ ଢେଙ୍କାନାଳରୁ କଟକ ଶିଶୁଭବନ ଅଣାଯାଇଥିଲା । ଉଭୟଙ୍କ ରକ୍ଷଣା ବେକ୍ଷଣରେ ଶିଶୁଭବନ ଡାକ୍ତରମାନେ ଲାଗିପଡିଛନ୍ତି । ତେବେ ଏବେ ନିଶ୍ବାସ ପ୍ରଶ୍ବାସ ଠିକରେ ଚାଲିଥିବାବେଳେ ସେମାନେ ଦୁର୍ବଳ ହୋଇପଡିଛନ୍ତି । ହେଲେ 2 ଜଣଙ୍କର ଗୋଟିଏ ହୃତପିଣ୍ଡ ଥିବା ସନ୍ଦେହ କରାଯାଉଛି । ସେମାନଙ୍କୁ ଅବଜରଭେସନରେ ରଖାଯାଇଛି । ଉଭୟଙ୍କର ବିଭିନ୍ନ ପ୍ରକାର ପରୀକ୍ଷା କରାଯାଉଛି ।

ଆବଶ୍ୟକ ପଡ଼ିଲେ ଏସସିବିର ସାହାଯ୍ୟ ନିଆଯିବ ବୋଲି ଶିଶୁଭବନ ଅଧିକ୍ଷକ କହିଛନ୍ତି । ଏଭଳି ଘଟଣା ବହୁତ ବିରଳ ହୋଇଥିବା ବେଳେ ଉଭୟଙ୍କୁ ସ୍ବାଭାବିକ କରିବା ଡାକ୍ତରଙ୍କ ପକ୍ଷେ ଚ୍ୟାଲେଞ୍ଜିଙ୍ଗ ହୋଇପଡିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

For testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.