କଟକ: ଉଦଯାପିତ ହୋଇଯାଇଛି 67ତମ ପୋଲିସ ବୃତ୍ତିଗତ ପ୍ରତିଯୋଗିତା। ରାଜ୍ୟ ପୋଲିସ ଗ୍ରାଉଣ୍ଡ ଠାରେ ଅନୁଷ୍ଠିତ ହୋଇଥିବା ଏହି ଉଦଯାପନୀ ଦିବସରେ ରାଜ୍ୟ ଗୃହମନ୍ତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ମୁଖ୍ୟ ଅତିଥି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।
ରାଜ୍ୟରେ ଅପରାଧୀଙ୍କ ହାର ପୂର୍ବାପେକ୍ଷା ବୃଦ୍ଧି ପାଉଛି । ଅନ୍ୟପଟେ ମହିଳାଙ୍କ ପ୍ରତି ଅତ୍ୟାଚାର ମଧ୍ୟ ପୂର୍ବାପେକ୍ଷା କମିଛି । ମାଫିଆମାନଙ୍କୁ ପୋଲିସ ଦମନ କରୁଛି । ରାଜ୍ୟରେ ନକ୍ସଲ ମାନଙ୍କ ଉପଦ୍ରବ ମଧ୍ୟ କମିଛି । ସେହିପରି ଡ୍ରଗ୍ସ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ । ତେବେ ଗୃହମନ୍ତ୍ରୀ ପୋଲିସଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟକୁ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ