ETV Bharat / state

IPS Conference: 63ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଉଦଘାଟିତ - ରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀକୁ ନେଇ ଡିଜିପିଙ୍କ ପ୍ରତିକ୍ରିୟା

DGP ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ 63ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଉଦଘାଟିତ ହୋଇଛି । ଅଧିକ ପଢନ୍ତୁ

63ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଉଦଘାଟିତ, ବକ୍ତବ୍ୟ ରଖିବେ ଜଷ୍ଟିସ ମୁରଲୀଧର

author img

By

Published : Dec 16, 2021, 7:54 PM IST

କଟକ: ଓଡିଶା ପୋଲିସର ୬୩ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ଆନୁଷ୍ଠାନିକ ଭାବେ ସମ୍ମିଳନୀ ଉଦଘାଟନ କରିଛନ୍ତି । 3 ଦିନ ଧରି ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଏହି ସମ୍ମିଳନୀ ହେବ ବୋଲି ଜଣାପଡ଼ିଛି ।

ଏହି ସମ୍ମିଳନୀରେ ସମସ୍ତ ଜିଲ୍ଲା ଏସପି ଡିସିପିଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି । ଜାନୁଆରୀ ୧ ତାରିଖରେ ଯୋଗ ଦେବାକୁ ଥିବା ନବ ନିଯୁକ୍ତ ଡିଜି ସୁନୀଲ କୁମାର ଵଂଶଲ ମଧ୍ୟ ଦିଲ୍ଲୀରୁ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଗ ଦେଇଛନ୍ତି । ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀରେ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବକ୍ତବ୍ୟ ରଖିବେ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର । ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀରେ ପ୍ରଥମ ଥର ପାଇଁ ହାଇକୋର୍ଟର ମୁଖ୍ୟ ବିଚାରପତି ମତ ରଖିବାକୁ ଯାଉଛନ୍ତି। ପ୍ରଥମ ଦିନର ସମ୍ମିଳନୀରେ ଆଇନ ଶୃଙ୍ଖଳାର ସମୀକ୍ଷା, ଅପରାଧ ଓ ତଦନ୍ତ ସମ୍ପର୍କରେ ଆଲୋଚନା ହୋଇଛି।

IPS Conference: 63ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଉଦଘାଟିତ

ସେହିଭଳି ମାଓ ମୁକାବିଲା ରଣନୀତି, ନିଶାଦ୍ରବ୍ୟ ଚୋରା ଚାଲାଣକୁ ରୋକିବା ଓ କ୍ରାଇମ କ୍ରିମିନାଲ ଟ୍ରାକିଂ ନେଟୱାର୍କ ସିଷ୍ଟମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଉଛି। ସନ୍ଧ୍ୟା ସାଢେ ୭ ଟାରୁ ୮ ଟା ପର୍ଯ୍ୟନ୍ତ ମୁଖ୍ୟ ବିଚାରପତିଙ୍କ ୩୦ ମିନିଟର ବକ୍ତବ୍ୟ ଥିବାବେଳେ ଏହି ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀରେ ମୁଖ୍ୟ ବିଚାରପତି କ'ଣ କହୁଛନ୍ତି ତାକୁ ସମସ୍ତଙ୍କର ଅପେକ୍ଷା ରହିଛି । ଉଦଯାପନୀ ଉତ୍ସବରେ ଭୁବନେଶ୍ବର ପୋଲିସ ଭବନରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଉଦବୋଧନ ରଖିବେ ।

63ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଉଦଘାଟିତ, ବକ୍ତବ୍ୟ ରଖିବେ ଜଷ୍ଟିସ ମୁରଲୀଧର
63ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଉଦଘାଟିତ, ବକ୍ତବ୍ୟ ରଖିବେ ଜଷ୍ଟିସ ମୁରଲୀଧର

ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ ପାଇଁ ଅତିରିକ୍ତ ଡିଜି ଆଇନ ଶୃଙ୍ଖଳା ଆର.କେ ଶର୍ମାଙ୍କୁ ସଚିବ ଓ IG ଅପରେସନ ଅମିତାଭ ଠାକୁରଙ୍କୁ ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି । ଏହି ସମ୍ମିଳନୀରେ ଜିଲ୍ଲା SP, DSP, କମାଣ୍ଡାଣ୍ଟଙ୍କ ସମେତ ଗୁଇନ୍ଦା ବିଭାଗ, ଜେଲ ବିଭାଗ, ଅଗ୍ନିଶମ ବିଭାଗ, ଭିଜିଲାନ୍ସ ଓ ରେଲୱେ ପୋଲିସର ଅଧିକାରୀ ମାନେ ଯୋଗ ଦେଇଛନ୍ତି । ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି, ସାଇବର ଅପରାଧ, ସଂଗଠିତ ଅପରାଧ, ନିଶା କାରବାର ସମେତ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପରିଚାଳନା ନେଇ ଏହି ସମ୍ମିଳନୀରେ ଆଲୋଚନା ଓ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବାର ଯୋଜନା ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.