କଟକ: ଗତ 24 ଘଣ୍ଟା ମଧ୍ୟରେ କଟକ ମହାନଗର ନିଗମରୁ 63 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 17 ଜଣ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ 11 ଜଣ ସରକାରୀ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।
ସେହିପରି 35 ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୪ ହଜାର ୪୮୭ ଆକ୍ରାନ୍ତ ଚିହ୍ନଟ କରାଯାଇଥିବାବେଳେ ୧୩ ହଜାର ୫୫୫ ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ମହାନଗର ନିଗମରୁ ୬୬ ଜଣଙ୍କର କୋରୋନା କବଳରେ ମୃତ୍ୟୁ ଘଟିଛି । ଅନ୍ୟପଟେ ୮୬୬ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ମିଳିଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ