ETV Bharat / state

ଆଠଗଡ଼ରେ 5T ସଚିବ; କଳା ପତକା ଦେଖାଇ ବିରୋଧ କଲା ବିଜେପି - 5T ସଚିବ ଭିକେ ପାଣ୍ଡିଆନ

କଟକ ଆଠଗଡ଼ ଗସ୍ତରେ ଯାଇ ଜନସାଧାରଣଙ୍କ ସହ ଆଲୋଚନା କରି ଅଭିଯୋଗପତ୍ର ଗ୍ରହଣ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଅନ୍ୟପଟେ ସଚିବଙ୍କ ଏହି ଗସ୍ତକୁ କଳା ପତାକା ଦେଖାଇ ବିରୋଧ କରିଛି ବିଜେପି । ଅଧିକ ପଢ଼ନ୍ତୁ

ଆଠଗଡ଼ରେ 5T ସଚିବ
ଆଠଗଡ଼ରେ 5T ସଚିବ
author img

By

Published : Aug 8, 2023, 4:35 PM IST

Updated : Aug 8, 2023, 8:37 PM IST

ଆଠଗଡ଼ରେ 5T ସଚିବ

କଟକ: ଆଠଗଡ଼ରେ 5T ସଚିବ ଭିକେ ପାଣ୍ଡିଆନ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ । ସ୍ବତନ୍ତ୍ର ବିମାନରେ ଆଠଗଡ଼ ହେଲିପ୍ୟାଡ୍‌ରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିବା ସହ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ 5T ସଚିବ । ଅନ୍ୟପଟେ ଏହି ଗସ୍ତ ସମୟରେ ଆଠଗଡ଼ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ 5T ସଚିବଙ୍କୁ ବିରୋଧ କରଯାଇଛି । ଯାହା ଫଳରେ ସେମାନଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଛି ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ...ସରକାରୀ କାର୍ଯ୍ୟକ୍ରମ ନାଁରେ ବିଜେଡି ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି 5T ସଚିବ: ଛାତ୍ର କଂଗ୍ରେସ

ତେବେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ 'ଗ୍ରାଉଣ୍ଡ୍‌ ଜିରୋ'ରେ ଲୋକଙ୍କ ସହ ମିଶିବା ସହ ସାଧାରଣ ଲୋକଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ । କଟକର ଆଠଗଡ଼ ନିର୍ବାଚନମଣ୍ଡଳୀର ଆଠଗଡ଼ ମିନି ଷ୍ଟାଡିୟମଠାରେ ହେଲିକ୍ୟାପ୍ଟର ଯୋଗେ ପହଞ୍ଚିଥିଲେ ସଚିବ । 5T ସଚିବଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯିବା ସହିତ ଜିଲ୍ଲାପାଳଙ୍କ ସହ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଆଠଗଡ଼ ଗୋପବନ୍ଧୁ ମହିଳା କଲେଜ ପାଖ ମିନି ଷ୍ଟାଡିୟମଠାରେ ଜନ ଅଭିଯୋଗ ଶୁଣାଣିରେ ଅନେକ ଅଭିଯୋଗ ଶୁଣିବା ସହ ଖୁବଶୀଘ୍ର ସମାଧାନ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ।

ଏହା ମଧ୍ୟ ପଢ଼ନ୍ତୁ...ସରିଲା 5T ସଚିବଙ୍କ ବଲାଙ୍ଗୀର ଗସ୍ତ: ଲୋକଙ୍କ ସମସ୍ୟା ଶୁଣିଲେ, ସମାଧାନ ପ୍ରତିଶୃତି ଦେଲେ

ତେବେ ଲୋକମାନଙ୍କ ଅଭିଯୋଗ ଶୁଣିବା ସମୟରେ ମୋତେ ମୁଖ୍ୟମନ୍ତ୍ରୀ ଆପଣଙ୍କ ନିକଟକୁ ପଠାଇଛନ୍ତି ଆପଣଙ୍କର ସୁଖ ଦୁଃଖ ବୁଝିବା ପାଇଁ ବୋଲି 5T ସଚିବ କହିଥିଲେ । ଏହା ସହିତ ଚାଷୀ ସମସ୍ୟା ଓ ମିଶନ ଶକ୍ତି ଉପରେ ଗୁରୁତ୍ବ ଦେଇଥିଲେ 5T ସଚିବ ଭିକେ ପାଣ୍ଡିଆନ । ଅଞ୍ଚଳର ସମସ୍ତ କଲେଜ ଗୁଡିକୁ 5T ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହ ସମସ୍ତ ଗାଁ, ସହର ଗୁଡିକରେ ଅବ୍ୟବହୃତ ଘର ଗୁଡିକୁ ମିଶନଶକ୍ତି ମହିଳାମାନଙ୍କ ସ୍ବାବଲମ୍ବୀ ପାଇଁ ବ୍ୟବହାର କରାଯିବ ବୋଲି କହିଛନ୍ତି 5T ସଚିବ । ଯାହାକୁ ନେଇ ମିଶନ ଶକ୍ତି ମହିଳାମାନେ ବେଶ ଖୁସିବ୍ୟକ୍ତ କରିଛନ୍ତି । ଅନ୍ୟପଟେ 5T ସଚିବଙ୍କ ଗସ୍ତକୁ ବିଜେପି ପକ୍ଷରୁ କଳାପତାକା ଦେଖାଇ ବିରୋଧ କରାଯାଇଥିଲା । ସ୍ଥାନୀୟ ଚାନ୍ଦବାଲିଛକ ନିକଟରେ ବିଜେପି କର୍ମୀ ବିରୋଧ କରି ସଭାସ୍ଥଳକୁ ଯିବାବେଳେ ସମସ୍ତଙ୍କୁ ବାଟରୁ ଉଠାଇ ନେଇଛି ଆଠଗଡ଼ ପୋଲିସ ।

ଇଟିଭି ଭାରତ, କଟକ

Last Updated : Aug 8, 2023, 8:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.