ETV Bharat / state

Holi 2023: ଟ୍ବିନସିଟିରେ ୫୦ ପ୍ଲାଟୁନ ଫୋର୍ସ ମୁତୟନ, ସଚେତନ ରହି ହୋଲି ଖେଳିବାକୁ କମିଶନରଙ୍କ ଅପିଲ - ରଙ୍ଗର ପର୍ବ ହୋଲି

ଆଜି ରଙ୍ଗର ପର୍ବ ହୋଲି । ଟ୍ବିନସିଟିରେ ମୁତୟନ ହେଲେ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ଅଧିକ ପଢନ୍ତୁ

ହୋଲି ପାଇଁ  ଟ୍ବିନସିଟିରେ ୫୦ ପ୍ଲାଟୁନ ଫୋର୍ସ ମୁତୟନ

author img

By

Published : Mar 8, 2023, 8:07 AM IST

ଟ୍ବିନସିଟିରେ ୫୦ ପ୍ଲାଟୁନ ଫୋର୍ସ ମୁତୟନ

କଟକ: ଆଜି ଆନନ୍ଦ ଉଲ୍ଲାସ ଓ ରଙ୍ଗର ପର୍ବ ହୋଲି । ଗାଁଠୁ ସହର ସବୁଠି ରଙ୍ଗ ଖେଳରେ ମସଗୁଲ ସଭିଏଁ । କୋଭିଡ ମହାମାରୀର ଦୁଇ ବର୍ଷ ପରେ ଧୁମଧାମରେ ରଙ୍ଗର ପର୍ବ ହୋଲି ପାଳନ ଚାଲିଛି । ହୋଲି ପାଳନ ସମୟରେ କୌଣସି ପ୍ରକାର ବିଶୃଙ୍ଖଳାକୁ ଏଡାଇବାକୁ ଆଜି ଟ୍ବିନସିଟିରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । କଟକ ଓ ଭୁବନେଶ୍ବରରେ ପୋଲିସ ଛାଉଣୀ କରାଯାଇଛି । ଉଭୟ ସହରର ଏଣ୍ଟ୍ରି ପଏଣ୍ଟରେ ଚେକ ପଏଣ୍ଟ ରଖାଯାଇଥିଲା ବେଳେ ପାଟ୍ରୋଲିଂ ଗାଡି ଅହରହ ବୁଲି ଲୋକଙ୍କ ଗତି ବିଧି ଉପରେ ନଜର ରଖୁଛି ।

କୋଭିଡର ଭୟାବହତାଠାରୁ ଦୂରରେ ରହି ଚଳିତ ବର୍ଷ ଆନନ୍ଦ ଉଲ୍ଲାସ ସହକାରେ ଲୋକମାନେ ରଙ୍ଗର ପର୍ବ ମନାଉଛନ୍ତି । ଟ୍ବିନସିଟିରେ ଶାନ୍ତିଶୃଙ୍ଖଳା ସହ ହୋଲି ପାଳନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ବିଶେଷକରି ଛକ ଛକରେ ପୋଲିସ ମୁତୟନ ହୋଇ ଚେକିଂ କରିବେ । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସହ୍ୟ କରାଯିବନି ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିବା ସହ ନିୟମନକୁ ମାନି ସଚତେନ ହୋଇ ରଙ୍ଗ ଖେଳିବାକୁ ଅପିଲ୍ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Holi 2023: ହୋଲି ରଙ୍ଗରେ ରଙ୍ଗାୟିତ ହେଲେ ଋଷ-ୟୁକ୍ରେନ, ମାଉଣ୍ଟଆବୁରୁ ଦେଲେ ଶାନ୍ତିର ବାର୍ତ୍ତା

ହୋଲି ଖେଳ ବେଳେ ଅନେକ ସମୟରେ ଦଙ୍ଗା ଓ ବିବାଦ ସୃଷ୍ଟି ହୋଇଥାଏ । ବିଶୃଙ୍ଖଳିତ କାର୍ଯ୍ୟରୁ ନିବୃତ୍ତ ରହି ଶାନ୍ତି ଶୃଙ୍ଖଳାର ସହ ହୋଲି ଖେଳିବା ପାଇଁ ପୋଲିସ କମିଶନର ଅପିଲ କରିଛନ୍ତି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ହୋଲି ଖେଳିବା ପରେ ନଦୀରେ ଗାଧୋଇବା । ବିଗତ ଦିନମାନଙ୍କରେ ହୋଲି ଖେଳି ସାରି ନଦୀରେ ଗାଧୋଇବା ବେଳେ ଦୁର୍ଘଟଣା ଘଟି ଅନେକ ପ୍ରାଣ ଯାଇଥିବାର ନଜିର ରହିଛି । ଏଥିପାଇଁ ଟ୍ବିନସିଟିରେ ଥିବା ବିଭିନ୍ନ ଜଳାଶୟ ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିବ । ଏନେଇ କଟକ ଅଗ୍ନିଶମ ବିଭାଗ ସହ ଆଲୋଚନା କରାଯାଇଛି । ଯେପରି କୌଣସି ଅଘଟଣ ନଘଟେ ସେ ଦିଗରେ ଅଗ୍ନିଶମ ବିଭାଗ ଧ୍ୟାନ ଦେଉଛି ବୋଲି କହିଛନ୍ତି ପୋଲିସ କମିଶନର । ହୋଲି ପରେ ଗୋଧାଇବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: International Women's Day: ସିଏ ଅଦୃଶ୍ୟର 'ଦେବୀ', ପୂଜା ନୁହେଁ ଲୋଡେ ସମ୍ମାନ

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.